-+91-9937148622 |
prerana_bgr@rediffmail.com |
Wednesday 19th August 2026 |
R.N.I. Regd No. ODIODI/2010/46693
Breaking News
24-Feb-2024
କଣ୍ଟାମାଳ (ଜୟ କୁମାର ମହାରଣା)
କଣ୍ଟାମାଳ ବ୍ଲକ ଖୁଣ୍ଟିଗୋରା ପଞ୍ଚାୟତ ଅନ୍ତର୍ଗତ ସୁଖାମୁଣ୍ଡା ଗ୍ରାମ ସ୍ଥିତ ସୀତାରାମ ମଠ ଠାରେ ମାଘ ପୂର୍ଣ୍ଣିମା ଉପଲକ୍ଷେ ଅଷ୍ଟପ୍ରହରୀ ନାମଯଜ୍ଞ ଆୟୋଜନ ହେଉଛି l ଏହି ଅବସରରେ ଶୁକ୍ରବାର ଶ୍ରଦ୍ଧାଳୁ ଭକ୍ତ ଓ ମହିଳା ମାନଙ୍କୁ ନେଇ ଏକ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି l ସକାଳୁ ଘଣ୍ଟ, ଶଙ୍ଖ, ମୃଦଙ୍ଗ ବାଦ୍ୟ ସହିତ ସ୍ଥାନୀୟ ପୁଷ୍କରିଣୀରୁ ଗଙ୍ଗାପୂଜା ପୂର୍ବକ ପବିତ୍ର ଜଳ ଆଣି ପୂଜା ମଣ୍ଡପରେ ସ୍ଥାପନ କରାଯାଇଛି l ଆଚାର୍ଯ୍ୟ ଶ୍ରୀନ୍ନିବାସ ମିଶ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ପୂଜା କାର୍ଯ୍ୟରେ ଦେବାଧି ମଲିକ ଓ ଧର୍ମପତ୍ନୀ ଚଞ୍ଚଳା ମଲିକ କର୍ତ୍ତା ଦାୟିତ୍ୱ ନିର୍ବାହ କରିଥିଲେ l ବାବା ସୁକଦେବ ଦାସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୁପ୍ତେଶ୍ୱର ମଲିକ, ଅନଙ୍ଗ ଭୋଇ, ଚନ୍ଦ୍ରଶେଖର ମଲିକ, ସୁଶାନ୍ତ ଭୋଇ, ଗୌରୀ ଭୋଇ, ବୁଡୁ ମଲିକ ଏବଂ ଅଞ୍ଚଳବାସୀ ସହଯୋଗ କରିଥିଲେ l