-+91-9937148622 |
prerana_bgr@rediffmail.com |
Tuesday 18th August 2026 |
R.N.I. Regd No. ODIODI/2010/46693
Breaking News
24-Feb-2024
ବଲାଙ୍ଗୀର : ( ପ୍ରେରଣା ଖବର ) ଆଗାମୀ ନିର୍ବାଚନ ନିମନ୍ତେ ବଲାଙ୍ଗୀରରୁ ଭାରତୀୟ ଜନତା ପାର୍ଟିର ଲୋକସଭା ଓ ବିଧାନସଭା ନିମନ୍ତେ ଆଶାୟୀ ପ୍ରାର୍ଥୀଙ୍କ ଲମ୍ବାଧାଡି । ଏଥିପାଇଁ ଅନ୍ ଲାଇନ୍ ରେ ଆବେଦନ କରିବାର ସୁବିଧା ନେଇଛନ୍ତି ଏହି ପ୍ରାର୍ଥୀମାନେ ।
ନିର୍ଭରଯୋଗ୍ୟ ସୂତ୍ରରୁ ପ୍ରକାଶ ଯେ , ବିଜେପିର ବଲାଙ୍ଗୀର ଲୋକସଭା ପ୍ରାର୍ଥୀ ହେବାକୁ ଆବେଦନ କରିଥିବା ଆଶାୟୀମାନେ ଏଥର ଅଣ୍ଟା ଭିଡିଛନ୍ତି । ଏମାନଙ୍କ ମଧ୍ୟରେ ପ୍ରଭାସ ପାଣିଗ୍ରାହୀ , ଶାନ୍ତନୁ କୁମାର ନାୟକ ( ରାଜୁ ) , ଲେଖକ ଓ ସାମ୍ବାଦିକ ମଳୟ ମିଶ୍ର , ଡ. ମୁକେଶ ମହାଲିଙ୍ଗ ,ବଳରାମ ସିଂ ଯାଦବ , କନକ ବର୍ଦ୍ଧନ ସିଂଦେଓ ସମେତ ସଙ୍ଗୀତା କୁମାରୀ ସିଂଦେଓ ଓ ଅନ୍ୟମାନେ ବୋଲି ଚର୍ଚ୍ଚା ହେଉଛି ।
ସେହିପରି ବିଧାନସଭା ଆସନ ନିମନ୍ତେ ମଧ୍ୟ ଡ. ମୁକେଶ ମହାଲିଙ୍ଗ ( ଲୋଇସିଂହା ) , ଗୋପାଳଜୀ ପାଣିଗ୍ରାହୀ ( ବଲାଙ୍ଗୀର ) , ମଳୟ ମିଶ୍ର ( ବଲାଙ୍ଗୀର ) , ଶାନ୍ତନୁ କୁମାର ନାୟକ ( ରାଜୁ ) , ବଳରାମ ସିଂ ଯାଦବ , କନକ ବର୍ଦ୍ଧନ ସିଂଦେଓ ( ପାଟଣାଗଡ ) , ପ୍ରଶାନ୍ତ ଷଡଙ୍ଗୀ ( ଟିଟିଲାଗଡ ) ଓ ଅନ୍ୟକେତେକଙ୍କ ନାଁ' ରହିଥିବା ଚର୍ଚ୍ଚାରୁ ପ୍ରକାଶ ।