-+91-9937148622 |
prerana_bgr@rediffmail.com |
Saturday 15th August 2026 |
R.N.I. Regd No. ODIODI/2010/46693
Breaking News
21-Feb-2024
ପାଟଣାଗଡ଼ (ପୁର୍ଣ୍ଣ ଶଶୀ ଶେଖର ରାଓ)ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ପାଟଣାଗଡ ଉପଜିଲ୍ଲାପାଳଙ୍କ ହରିଶଙ୍କର ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ,ବଲାଙ୍ଗୀର ତରଫରୁ କନ୍ୟା ସନ୍ତାନ ମାନଙ୍କ ସମାନତା ଓ ଶିକ୍ଷା ନିମନ୍ତେ ନିରନ୍ତର ଗତିଶିଲତା ଜାରି ରଖିବା ପାଇଁ ଧାର୍ମିକ ମୁଖିଆ, ନିର୍ବାଚିତ ପ୍ରତିନିଧି,ଗୋଷ୍ଟି ମୂଖ୍ୟ,ସି ଡି ପି ଓ ଓ ଆଇ ସି ଡି ଏସ ସୁପର ଭାଈଜର ମାନଂକର ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କର୍ମଶାଳାର ଉଦ୍ଧେଶ୍ୟ ସମାଜରେ କନ୍ୟା ସନ୍ତାନ ମାନଙ୍କ ସମାନତା, ଉଚ୍ଚ ଶିକ୍ଷା ଓ ବାଲ୍ୟବିବାହ,ଯୌନ ନିର୍ଯାତନା,ଲିଙ୍ଗାଗତ ବୈଷମ୍ୟତା ଦୂରୀକରଣ।ଏହି କାର୍ଯ୍ୟକ୍ରମରେ ଶିଶୁ ମଙ୍ଗଳ ସମିତିର ପୂର୍ବତନ ସଦସ୍ୟ ଡକ୍ଟର ଗୋଦାବରୀଶ ରଥ,ଜିଲ୍ଲା ସଂଯୋଜକ ସନ୍ଧ୍ୟାରାନୀ ପତି ବାଲ୍ୟ ବିବାହ ବନ୍ଦ୍ କରିବାକୁ ପି ପି ଟି ମାଧ୍ୟମରେ ଜଣାଇଥିଲେ। ଜିଲ୍ଲା ଶିଶୁ ଶିଶୁ ସୁରକ୍ଷା ୟୁନିଟ ତରଫରୁ ଅରୁଣା ର ଜିଲ୍ଲା ପରାମର୍ଶଦାତା ପ୍ରମୋଦ ବଗର୍ତ୍ତି ଶିକ୍ଷା କ୍ଷେତ୍ରରେ ରାଜ୍ୟ ସରକାରଙ୍କର ସୁଦକ୍ଷ। ଯୋଜନ। ଓ ବିଭିନ୍ନ ଆଇନଗତ ଦିଗ ଉପରେ ବୁଝାଇ କହିଥିଲେ।ଅରୁଣ ଖିଆସ କହିଲେ ଧାର୍ମିକ ଗୋଷ୍ଟି ର ମୁଖ୍ୟ , ଜ୍ୟୋତିଷ ମାନେ ସମ୍ମିଳିତ ଭାବେ କିପରି ସମସ୍ତ ଶିଶୁ କନ୍ୟାଙ୍କୁ ସମାନ ଅଧିକାର ଦେଇ ବାଲ୍ୟ ବିବାହ, ଲୀଙ୍ଗଗତ ବୈସ୍ୟମ୍ୟତ।କୁ ଦୂର କରିବାକୁ ବୁଝାଇ କହିଥିଲେ।ସିଦିପିଓ,ସୁପର ଭାଈଜର ମାନେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।ପରିଶେଷରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ସାମାଜିକ କର୍ମୀ ଅରୁଣ ଖୁଆଶ ଧନ୍ୟବାଦ୍ ଅର୍ପଣ କରି ସେବା ଶେଷ କରିଥିଲେ।