-+91-9937148622 |
prerana_bgr@rediffmail.com |
Wednesday 12th August 2026 |
R.N.I. Regd No. ODIODI/2010/46693
Breaking News
16-Feb-2024
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ )
୧୫ ତମ ଅଲ୍ ଇଣ୍ଡିଆ ରlମଧୁନ୍ କପ୍ ଫୁଟବଲ ଟୁର୍ଣlମେଣ୍ଟ ରେ ବିହାର ର ମା କାମାକ୍ଷା କ୍ଲବ୍ ବକ୍ସର କୁ 1-0 ରେ ହରାଇ ଆୟୋଜକ ରlମଧୂନ୍ କ୍ଲବ୍ ବିଜୟୀ ହୋଇଛି l ଆଜି ର ଖେଳ ଖୁବ୍ ସଂଘର୍ଷ ପୂର୍ଣ୍ଣ ଥିଲା l ମୁଖ୍ୟା ଅତିଥି ଭାବେ ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ ଓ ସମ୍ମାନିତ ଅତିଥି ଭାବେ ଭେଟରାନ୍ ଫୁଟବଲ୍ ଖେଳାଳି ଆଶାରାମ ନାଏକ, ଗୋବିନ୍ଦ ଦାସ ତରିଆ, ଯୁବ ସଂଗଠକ ଅରବିନ୍ଦ ବାରିକ୍, ପ୍ରାକ୍ତନ ପୌର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ସାହୁ, ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଖେଳ ଉଦ୍ଘାଟନ କରିଥିଲେ l l ଏବଂ ଆୟୋଜକ ଓ ଖେଳାଳି, ଦର୍ଶକ ଙ୍କୁ ଉତ୍ସାହିତ କରି ସୁନ୍ଦର ଆୟୋଜନ ଓ ଉଚ୍ଚ କୋଟୀର ଖେଳ ପ୍ରଦର୍ଶନ ପାଇଁ ଆୟୋଜକ ଙ୍କୁ ପ୍ରଶଂସା କରିଥିଲେ l l ନିମନ୍ତ୍ରିତ ଅତିଥି ଭାବେ ବିହାର ଦଳ ର ପ୍ରଯୋଜକ ହୋତା ମୋଟୋର୍ସ୍ ଓ ରlମଧୁନ୍ କ୍ଲବ୍ ପ୍ରlୟୋଜକ ଆଲ୍ଫା ଏଜୁକେଶନ ହବ ଉପସ୍ଥିତ ଥିଲେ l ମ୍ୟାନ ଅଫ ଦି ମ୍ୟାଚ୍ ଭାବେ ବିଜୟୀ ରାମ ଧୂନ୍ କ୍ଲବ୍ ଦଳ ର ଖେଳାଳି ଅଭୟ ମୁଣ୍ଡା ଙ୍କୁ ଅତିଥି ଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲl l
ମୂଖ୍ୟ ରେଫରି ଭାବେ ଦିଲ୍ଲୀପ ରାଉତ୍ ଖେଳ ପରିଚାଳନା ଓ ପି ଇ ଟି ସଲିଲ ବେହେରା, , ଜୀତେନ୍ଦ୍ର ଥନlପତି ଓ ଫୋର୍ଥ ଅଫିସିଆଲ୍ ଭାବେ ସହଯୋଗ କରିଥିଲେ l ମନୋରଞ୍ଜନ ତ୍ରିପାଠୀ ଖେଳ ର ଧାରା ବିବରଣୀ ଓ ଅତିଥି ସ୍ଵାଗତ କରିଥିଲେ l ରାଇନୁ ଅଲ୍ଲୀ ଧାରା ବିବରଣୀ ରେ ସହଯୋଗ କରିଥିଲେ l ବିକାଶ ପଣ୍ଡା, ସୋମନାଥ ମିଶ୍ର, ରଞ୍ଜୁ ସାହୁ, ରଘୁ ସାହୁ, ରାଜୀବ ସାହୁ, ବୁବୁନ ନାଏକ, ପରେନ୍ଦ୍ର ନାଏକ, ସନ୍ତୋଷ ପାଢ଼ୀ, ଚନ୍ଦନ ବେହେରା, ଜିଲୁ ସାହୁ, ଲିପୁନ ନାଏକ, ଚାହତ ମହମ୍ମଦ, ଶିବା ଶାଣ୍ଢ, ଗୁରୁ ଦଳେଇ, ରବି ଗୁରୁ, ସୋହୋମ ସାହୁ, ଅଂଶୁ ମାନ ପାଢ଼ୀ, ପ୍ରମୁଖ ସମସ୍ତ ସଦସ୍ୟ ସହଯୋଗ କରିଥିଲେ l କ୍ଲବ୍ ସମ୍ପାଦକ ପୀୟୂଷ ପଣ୍ଡା ଙ୍କ ପ୍ରତ୍ୟକ୍ଷ ତତ୍ୱା ବଧlନ ରେ ସବୁ କାର୍ଯ୍ଯ ପରିଚଳନl କରାଯାଇଥିଲl l