-+91-9937148622 |
prerana_bgr@rediffmail.com |
Thursday 6th August 2026 |
R.N.I. Regd No. ODIODI/2010/46693
Breaking News
13-Feb-2024
ପାଟଣାଗଡ଼ (ପୁର୍ଣ୍ଣ ଶଶୀ ଶେଖର ରାଓ)
ବେଲପଡ଼ା ବ୍ଲକ୍ ସଭାଗୃହ ଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଶିଶୁ ସୁରକ୍ଷା ସମ୍ପର୍କିତ ଏକ ତାଲିମ ଅନୁଷ୍ଠିତ ହୋଇଥିଲା। ଉକ୍ତ ତାଲିମ ଶିବିରରେ ମୁଖ୍ୟ ଅତିଥିଭାବେ ବେଲପଡା ବ୍ଲକ୍ ର ତହସିଲଦାର ବନବିହାରୀ ହରିପାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଶୁ ମାନଙ୍କ ପାଇଁ ଥିବା ଯୋଜନା ଉପରେ ମତବ୍ୟକ୍ତ କରିଥିଲେ।ଅତିଥି ଭାବେ ବେଲପଡ଼ା ବ୍ଲକ୍ ର ସାମାଜିକ ସୁରକ୍ଷା ଅଧିକାରୀ ଅଭିଜିତ ସେଠ୍ ଶିଶୁ ସୁରକ୍ଷା ଉପରେ ଜଣାଇଥିଲେ। ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଭି.ମଣିମାଳା ଉପସ୍ଥିତ ରହି ଶିଶୁ ସୁରକ୍ଷା ସମ୍ପର୍କିତ ସୁରକ୍ଷା ଓ ଯତ୍ନ ଉପରେ ବିଭିନ୍ନ ଯୋଜନା ଉପରେ ଜଣାଇଥିଲେ ,ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଲକ୍ଷ୍ମୀ ସିଂ ବେଟି ବଚାଓ ବେଟି ପଢାଓ ,ଝିଅ ବଞ୍ଚ।ନ୍ତୁ ଝିଅ ପଢନ୍ତୁ ବୋଲି ତାଙ୍କ ଅଭିଭାଷଣରେ ଜଣାଇଥିଲେ।ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଅରୁଣା ର ଜିଲ୍ଲା ପରାମର୍ଶ ଦାତା ପ୍ରମୋଦ ବଗର୍ତ୍ତି କନ୍ୟା ସନ୍ତାନର ମୂଲ୍ୟବୋଧ ବୃଦ୍ଧି ଏବଂ ଶିକ୍ଷା ସଶକ୍ତିକରଣ କରାଇବା,ପୋଷ୍ୟ ସନ୍ତାନ ଗ୍ରହଣ,କିଶୋର ନ୍ୟାୟ ଆଇନ , ପୁତ୍ର ସନ୍ତାନ ପ୍ର।ଧ।ନ୍ୟ ଓ ଲିଙ୍ଗ ନିରୂପଣ ନିମିତ୍ତ ଥିବା ବିଧି,ପୋସ୍କୋ ଆଇନ୍ ଉପରେ ଜଣାଇଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ସାମାଜିକ କର୍ମୀ ଅରୁଣ କୁମାର୍ ଖୁଆସ ମଞ୍ଚ ପରିଚାଳନା କରି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।