-+91-9937148622 |
prerana_bgr@rediffmail.com |
Sunday 9th August 2026 |
R.N.I. Regd No. ODIODI/2010/46693
Breaking News
10-Feb-2024
କଣ୍ଟାମାଳ(ଜୟ କୁମାର ମହାରଣାଙ୍କ ରିପୋର୍ଟ ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଖଟଖଟିଆ ଶ୍ରୀ ଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ୟାପୀଠ ଠାରେ ବ୍ଲକ ସ୍ତରୀୟ ପ୍ରଧାନ ଶିକ୍ଷକ ଙ୍କ ସମ୍ମିଳନୀ ଶନିବାର ଅନୁଷ୍ଠିତ ହୋଇଯାଇଛି |ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଯାଜ୍ଞସେନୀ ଖେତୀ ଙ୍କ ସଭାପତିତ୍ବରେ ଆୟୋଜିତ ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ କଣ୍ଟାମାଳ ବି ଇ ଓ ସନୋଜ ସେଠି ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ |ଏଥିରେ ଉଚ୍ଚ ବିଦ୍ୟାଳୟ ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା ହୋଇଥିଲା |ଉକ୍ତ କାର୍ଯ୍ୟକ୍ରମ ରେ ଶିକ୍ଷକ ଶୁକଦେବ ବଗର୍ତି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷକ ବିଶ୍ୱଜିତ ବାରିକ, ନରେନ୍ଦ୍ର ପ୍ରଧାନ,ପଞ୍ଚାନନ ପ୍ରଧାନ, ଅଜୟ ସାହୁ, ବିଭୁତି ଭୂଷଣ କଅଁର,ଧାରତୀ ନାଏକ ଓ ପ୍ରବେଶ ସାହୁ ପରିଚାଳନାରେ ସହଯୋଗ କରିଥିଲେ |ଆମ୍ବଗାଁ ହାଇସ୍କୁଲ ପ୍ରଧାନ ଶିକ୍ଷକ ଶୁକଦେବ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ |