-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
10-Feb-2024
ନବରଙ୍ଗପୁର (ମିହିର ଶଙ୍କର ପାତ୍ର,) ଉମରକୋଟ ଏସ୍.ଡି.ପିଓ ମଧୁସ୍ମିତା ମିଶ୍ର ଏବଂ ଡାବୁଗାଁ ଆଇ.ଆଇ.ସି ସୁନିଲ୍ କୁମାର୍ ପ୍ରଧାନ ଙ୍କ ଉଦ୍ୟମ ରେ ବିଗତ ଦିନର ହିନ୍ଦୁ ଖ୍ରୀଷ୍ଟିଆନ ବିବାଦ ର ଆପୋଷ ସମାଧାନ ପାଇଁ ଡାବୁଗାଁ ଠାରେ ମିଳିତ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ହିନ୍ଦୁ ପକ୍ଷରୁ ହିନ୍ଦୁ ମହାସଂଘ ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜୟନ୍ତ କୁମାର ପାତ୍ର, ବରିଷ୍ଠ ଅକିଲ୍ ଦିୱାନ ସିଂ, ବିଜେପି ଜିଲ୍ଲା ସଂପାଦକ ଗୋବିନ୍ଦ ଗୋପାଳ ଅଗ୍ରୱାଲ, ୱେବ ମିଡ଼ିଆ ସଙ୍ଘ ଜିଲ୍ଲା ସମ୍ପାଦକ ମିହିର ଶଙ୍କର ପାତ୍ର ଏବଂ ମଣ୍ଡଳ ଉପ ସଭାପତି ଭୀମସେନ ଜେନା ଉପସ୍ଥିତ ଥିଲେ। ଖ୍ରୀଷ୍ଟିଆନ ପକ୍ଷରୁ ଖ୍ରୀଷ୍ଟିଆନ ସଂଖ୍ୟାଲଘୁ ପରିଷଦ ସଭାପତି ସୁଧିର ପାତ୍ର, ସଞ୍ଜିବ ଜାନୀ, କିଶୋର କୁମାର ହିଆଲ୍, ଉତ୍କଳ ଖ୍ରୀଷ୍ଟିଆନ କାଉନସିଲ ଯୁବ ଅଧ୍ୟକ୍ଷ ବିକାଶ ହିଆଲ୍ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ। ଉଭୟ ପକ୍ଷ ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ୨୦ ଡିସେମ୍ବର ରେ ବାହାରରୁ ଆସି କିଛି ଯୁବକ ଖ୍ରୀଷ୍ଟ ଧର୍ମ ସମ୍ବନ୍ଧୀୟ ପତ୍ର ବଣ୍ଟନ କରିବାକୁ ନେଇ ମୃଦୁ ବିବାଦ ସୃଷ୍ଟି ହୋଇଥିଲା। ଏହା ପରେ ଉଭୟ ପକ୍ଷ ରୁ ଅଭିଯୋଗ ମଧ୍ୟ କରା ଯାଇଥିଲା। ଆଜି ପୋଲିସ ର ଉପସ୍ଥିତି ରେ ଘଟଣା ର ସମାଧାନ ହୋଇଛି। ଅନ୍ୟାୟ ଧର୍ମାନ୍ତରଣ ଶିକ୍ଷିତ ସମାଜ ରେ ଗ୍ରହଣୀୟ ନୁହେଁ କିନ୍ତୁ ପ୍ରତ୍ୟେକ ବ୍ୟକ୍ତି ର ନିଜ ନିଜ ଧର୍ମ ପାଳନ ପାଇଁ ସାମ୍ବିଧାନିକ ଅଧିକାର ଅଛି ବୋଲି ବୁଦ୍ଧିଜୀବୀମାନେ ମତ ବ୍ୟକ୍ତ କରିଛନ୍ତି। ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ରେ ଶାନ୍ତି ପୂର୍ଣ୍ଣ ଭାବେ ମିଳିମିଶି ଚଳିବା ପାଇଁ ଉପର ପକ୍ଷ ଲିଖିତ ରାଜିନାମା ରେ ସ୍ବାକ୍ଷର ପ୍ରଦାନ କରିଥିଲେ।