-+91-9937148622 |
prerana_bgr@rediffmail.com |
Tuesday 11th August 2026 |
R.N.I. Regd No. ODIODI/2010/46693
Breaking News
09-Feb-2024
ବୀରମହାରାଜପୁର (ବିନୋଦ ପାଣ୍ଡେ) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ପ୍ରସିଦ୍ଧ ପୀଠ ଶ୍ରୀ ପାତାଳୀ କ୍ଷେତ୍ର କୋଟସମଲାଇ ଠାରେ ୧୯ତମ ପାତାଳୀ ମହୋତ୍ସବ ପାଇଁ ଆଜି ଭବ୍ୟ କଳସ ଶୋଭାଯାତ୍ରା ମହା ଆଡ଼ମ୍ବରରେ ସହ ଅନୁଷ୍ଠିତ ହୋଇଯାଇଛି। ଆଜି ସକାଳୁ ସ୍ଥାନୀୟ ଜଗନ୍ନାଥ ପୋଖରୀ ଠାରେ ପହଞ୍ଚି ଗଙ୍ଗା ମାତାଙ୍କ ଆବାହନ କରି ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା। ବହୁ ସଂଖ୍ୟକ ମହିଳା ଓ ପୁରୁଷ ଏକ ଆଧ୍ୟାତ୍ମିକ ପରିବେଶରେ ଜଳ ପୂର୍ଣ୍ଣ କଳସି ଧରି ନଗର ପରିକ୍ରମା କରାଯାଇଥିଲ। ପରେ ପୂଜା ମଣ୍ଡପ ଠାରେ ପହଞ୍ଚି କଳସ ସ୍ଥାପନ କରିଥିଲେ। ଏଥିରେ ପୂଜକ ଦେବାର୍ଚ୍ଚନ ଦାସ ପୂଜା କାର୍ଯ୍ୟ ତୁଲାଇଥିବା ବେଳେ ଚମରା ଅମାତ ଓ ଧର୍ମପତ୍ନୀ ସୁରୁଖୁରୁରେ କର୍ତ୍ତା ଦାଇତ୍ୱ ତୁଲାଇଥିଲେ। ଶନିବାର ସକାଳ ଠାରୁ ୫୬ ପ୍ରହରୀ ନାମଯଜ୍ଞର ଅଧିବାସ ରହିଥିବା ବେଳେ ଭାଗବତ ସପ୍ତାହ ପାରାୟଣ ଓ ଘୃତଯଜ୍ଞ ଓ ସନ୍ଧ୍ୟା ରେ ସାଂସ୍କୃତିକ କାର୍ଯ୍ୟକ୍ରମର ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଥିବା ଜଣାଯାଇଛି। ଆସନ୍ତା ୧୭ରେ ମହୋତ୍ସବ ପୂର୍ଣ୍ଣାହୁତି ହେବ ବୋଲି ଯାତ୍ରା କମିଟି ପକ୍ଷରୁ ସୂଚନା ମିଳିଛି।