-+91-9937148622 |
prerana_bgr@rediffmail.com |
Thursday 13th August 2026 |
R.N.I. Regd No. ODIODI/2010/46693
Breaking News
09-Feb-2024
କଣ୍ଟାମାଲ(ଜୟ କୁମାର ମହାରଣାଙ୍କ ରିପୋର୍ଟ): କଣ୍ଟାମାଲ ବ୍ଲକ ଅନ୍ତର୍ଗତ ରୁଣ୍ଡିମହୁଲ ଗ୍ରାମପଞ୍ଚାୟତ ରେ ପଂଚାୟତସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି!ଏଥିରେ ମୁଖ୍ୟଅତିଥି ଭାବରେ ସରପଞ୍ଚ ପଞ୍ଚାନନ ସାହୁ ସମ୍ମାନିତ ଅତିଥି ଭାବରେ ଗ୍ରାମ୍ୟକୃଷିଅଧିକାରୀ ଛାୟାକାନ୍ତ କୁମ୍ଭାର,ନାଏବ ସରପଞ୍ଚ ଶ୍ରୀମତୀ ସୁକାନ୍ତି ଖଟୁଆ, ରୁଣ୍ଡିମହୁଲ ହାଇସ୍କୁଲ ର ସହକାରୀ ଶିକ୍ଷକ ନିରଞ୍ଜନ ସାହୁ,ଯୋଗଦେଇଥିଲେ! ପଂଚାୟତନିର୍ବାହୀଅଧିକାରୀ ଜ୍ଞାନ ରଞ୍ଜନ ମିଶ୍ର ଶିବିର କୁ ପରିଚାଳନା କରିଥିଲେ!ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ, କ୍ରୀଡାଭିର୍ତ୍ତି ଭୂମି ର ବିକାଶ, ଲକ୍ଷ୍ମୀ ଯୋଜନା ରେ ସୁଗମ ପରିବହନ, ବେଙ୍କିଙ୍ଗ ଭିର୍ତିଭୂମି, ମହିଳା ସଶକ୍ତି କରଣ, ହରିଶ୍ଚନ୍ଦ୍ର ଯୋଜନା, ମୋଘର ସମେତ ସରକାରଙ୍କ ବିଭିନ୍ନ ଜନହିତକାରୀ ଯୋଜନା ଗୁଡିକ ବିଷୟରେ ବଉଲି କଲାପରିଷଦ ବରପଦର ଅନୁଷ୍ଠାନ ତରଫରୁ ଶିବିରରେ ବୁଝାଇ ଥିଲେ!ଶିବିରରେ ପଞ୍ଚଯାତର ସମସ୍ତ ସିଆରପି,ଆଶାକର୍ମୀ, ଅଙ୍ଗନବାଡି କର୍ମୀ, ୱାଡମେମ୍ବର,ସ୍ୱୟଂ ସହାୟକ ଗୋଷ୍ଟିର ସଦସ୍ୟା ଓ ଜନସାଧାରଣ ଉପସ୍ଥିତ ଥିଲେ!ପରେ ପରେ ନାଚ, ଗୀତ, ପାଲା ଆଦି ପରିବେଷଣ କରାଯାଇଥିଲା!