-+91-9937148622 |
prerana_bgr@rediffmail.com |
Saturday 2nd May 2026 |
R.N.I. Regd No. ODIODI/2010/46693
Breaking News
08-Feb-2024
ଲୋଇସିଂହା, (ବିନୋଦ କୁମାର ଦୀପ) ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଗ୍ରାମ ଡେଲି ମାର୍କେଟ ସ୍ଥିତ ଅବସରପ୍ରାପ୍ତ ଶିକ୍ଷକ ବାଳକୃଷ୍ଣ କର ଙ୍କ ସ୍ତ୍ରି ଶ୍ରୀମତୀ କୁମୁଦିନୀ ତ୍ରିପାଠୀ ଙ୍କ 72 ବର୍ଷ ବୟସରେ ବୁଧବାର ରାତି ଆଠ ଟାରେ ପରଲୋକ ହୋଇଯାଇଛି l ସ୍ବର୍ଗତ ଶ୍ରୀମତୀ ତ୍ରିପାଠୀ ଲୋଇସିଂହା ସମନ୍ୱିତ ଶିଶୁ ବିକାଶ ଯୋଜନା ପ୍ରକଳ୍ପ ଅଫିସ ରେ ଆଠ ବର୍ଷ ସୁପରଭାଇଜର ରୂପେ କାର୍ଯ୍ୟକରି 2006 ରେ ଆଗଲପୁର ବ୍ଲକ ରେ ନିଜ ଚାକିରୀ ରୁ ଅବସର ଗ୍ରହଣ କରିଥିଲେ l ସେ ଜଣେ ଧର୍ମ ପରାୟଣ, ମିଷ୍ଟଭାଷୀ, ପରୋପକାରୀ ମହିଳା ଥିଲେ l ସେ ଦୀର୍ଘ ଦିନ ଧରି ଶଯ୍ୟାଶାୟୀ ଥିଲେ l ଗାଁ ମସାଣି ରେ ତାଙ୍କ ପୁଅ ଲୋଇସିଂହା ମହକ ଟିଭି ପ୍ରତିନିଧି ମହେଶ କର ମୁଖାଗ୍ନି ଦେଇ ଶେଷକୃତ ସମ୍ପନ୍ନ କରିଥିଲେ l ତାଙ୍କ ପରଲୋକ ଖବର ପ୍ରଚାରିତ ହେଲାପରେ ଅଂଚଳ ରେ ଶୋକର ଛାୟା ଖେଳିଯାଇଛି l