-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
04-Feb-2024
ଘଣ୍ଟାପଡା(ଜୟ କୁମାର ମହାରଣା ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଘଣ୍ଟାପଡ଼ା-ପୋଡାପଦର ସ୍ଥିତ କଳିକେଶ୍ୱର ମନ୍ଦିରରେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ମାଘମେଳା ଉପଲକ୍ଷେ ଆୟୋଜିତ ହେବାକୁଥିବା ଅଷ୍ଟପ୍ରହର ନାମଯଜ୍ଞ ନିମନ୍ତେ ରବିବାର ମାଘମେଳା କମିଟି ଓ ସଂକ୍ରାନ୍ତି କମିଟିର ମିଳିତ ଆନୁକୁଲ୍ୟରେ ମନ୍ଦିର ପରିସରରେ ପଣ୍ଡିତ ଚମ୍ପେଶ୍ଵର ପାଣିଗ୍ରାହୀଙ୍କ ପୌରାହିତରେ ଶୁଭଖମ୍ବ ସ୍ଥାପନ କରାଯାଇଛି। ଉକ୍ତ
କାର୍ଯ୍ୟକ୍ରମରେ ଗ୍ରାମର ଗଉଁନ୍ତିଆ ଅନନ୍ତ ମାଝୀ ଓ ଶଙ୍ଖଜିନୀ ମାଝୀ ସପତ୍ନୀକ କର୍ତ୍ତାକାର୍ଯ୍ୟ ତୁଲାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମାଘମେଳା କମିଟିର ସଭାପତି ପୁରନ୍ଦର ମହାକୁଡ଼, ସଂପାଦକ ଗଜେନ୍ଦ୍ର କହଁର, ସଂକ୍ରାନ୍ତୀକମିଟୀର ସଂପାଦକ ଶ୍ରୀପତି ମଲିକ, ସଦସ୍ୟ ନିତ୍ୟାନନ ସେନାପତି, ମହେଶ୍ଵର ରଣା, ଜିତେନ୍ଦ୍ର ନାଏକ, ରାଜେନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ଅନେକ ଶ୍ରଦ୍ଧାଳୁ ଉପସ୍ଥିତ ରହିଥିଲେ।