-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
04-Feb-2024
ବଲାଙ୍ଗିର/ତରଭା(ମନୋରଞ୍ଜନ ତ୍ରିପାଠୀ ): ଆଜି ସକାଳ ୧୧ ଘଣ୍ଟା ସମୟରେ ସୋନପୁର ବ୍ଲକ୍ ଛକ ନିକଟରେ କେନ୍ଦ୍ର ଶିକ୍ଷା ଓ ଉଦ୍ୟମିତା ବିଭାଗ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜିଲ୍ଲା ବିଜେପି ପୂର୍ବତନ ସଭାପତିଙ୍କ ଶ୍ରୀ ବଳଦେବ ପ୍ରସାଦ ବେଦବାକଙ୍କ ନେତୃତ୍ୱରେ ସମ୍ବର୍ଦ୍ଧନା ଦିଆଯଇଥିଲା। ନୂଆଁ ଚାଲିଥିବା ଟ୍ରେନ ସୋନପୁର - ଭୁବନେଶ୍ୱର କୁ ପାତାଳୀ ଶ୍ରକ୍ଷେତ୍ର ଏକ୍ସପ୍ରେସ ନାମରେ ନାମିତ କରିବାକୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ପୁଣି ଜିଳାରେ ଏକ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଖୋଲିବା ଓ ସୋନପୁର ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା ପ୍ରଦାନ ପାଇଁ ଅନୁରୋଧ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମ ରେ ବଳଦେବ ଙ୍କ ସହିତ ବରିଷ୍ଠ ଓକିଲ ଶ୍ୟାମାଓଁ ପ୍ରାସାଦ ମିଶ୍ର, ନାରୀ ନେତ୍ରୀ ଶ୍ରୀମତୀ ଶ୍ରଦ୍ଧାଞ୍ଜଳି ମିଶ୍ର, ବ୍ୟାସଦେବ ଭରଦ୍ୱାଜ ମିଶ୍ର, ସମ୍ବିଡ ନନ୍ଦ, ବାପି ଦାସ୍, ସିର୍ଣିବାସ ଚାନ୍ଦ୍, ଜିତୁ ମହାପାତ୍ର, କେଶବ ସାହୁ, ଶିବ ଶଙ୍କର ସାହୁ, ସୁରେଶ୍ ପାତ୍ର, ଛବିଲ ମେହେରଙ୍କ ସହିତ ଶତାଧିକ ଭଦ୍ରଲୋକ ଉପସ୍ଥିତ ଥିଲେ।