-+91-9937148622 |
prerana_bgr@rediffmail.com |
Thursday 30th April 2026 |
R.N.I. Regd No. ODIODI/2010/46693
Breaking News
04-Feb-2024
ଡୁଙ୍ଗୁରିପାଲି : ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ମାୟାବର୍ହ୍। ଉଚ୍ଚ ବିଦ୍ୟାଳୟ ଠାରେ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଗ୍ରାମ ପଞ୍ଚାୟତ ସ୍ତରୀୟ ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ୨୦୨୪ ଅନୁଷ୍ଠିତ ହୋଇଯାଇଛି।
ଭାର ପ୍ରାପ୍ତ ପ୍ରଧାନଶିକ୍ଷକ ଦୀନବନ୍ଧୁ ପ୍ରଧାନଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭାରେ ରାମପୁର ଉଚ୍ଚ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ କୁମୁଦ କୁମାର ପୂଜାରୀ ମୁଖ୍ୟ ଅତିଥି, ମୟବର୍ହା ପ୍ରାଥମିକ କୃଷି ସମବାୟ ସମିତି ସଭାପତି ରାଧାକାନ୍ତ ଜୁଆଡି, ସ୍ଥାନୀୟ ସରପଞ୍ଚ, କାର୍ଯୟନିର୍ବାହୀ ଅଧିକାରୀ ସୁରେଶ ପ୍ରଧାନ,ପୂର୍ବତନ ପ୍ରଧାନ ଶିକ୍ଷକ ମନୋଜ ପୂଜାରୀ,ହିନ୍ଦି ଶିକ୍ଷକ ନନ୍ଦିଘୋଷ ବାରିକ ପ୍ରଭୃତି ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ନିଜ ନିଜ ବ କ୍ତବ୍ୟ ପ୍ରଦାନ କରିଥିଲେ ।
ଛାତ୍ର ଛାତ୍ରୀମାନଙ୍କ ମଧ୍ୟରୁ ସୀତୁ ସାହୁ, ଅର୍ଚ୍ଚିତା ପ୍ରଧାନ ଲିପ୍ସା ଯୁଆଦି ନିଜ ନିଜ ମତ ବ୍ୟକ୍ତ କରିଥିଲେ।ଦିନ୧୧.୦୦ ସମୟ ରେ ସମସ୍ତେ ଏକସ୍ୱରରେ ବନ୍ଦେ ଉତ୍କଳଜନନୀ ଗୀତ ଗାନ କରିଥିଲେ।ପରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଲିଯା, ରେଖା,ସିମୁ,ଲିପ୍ସା ଗ୍ରୁପ ଓ କସ୍ତୁରବା ଗାନ୍ଧୀ
ବିଦ୍ୟାଳୟ ଗ୍ରୁପ ନୃତ୍ୟ ପରିବେଷଣ କରିଥିଲେ। ଶେଷରେ କୃତିପ୍ରତିଯୋଗି ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ସଞ୍ଜୀବ, କିରଣ,ଲିପି, ମିନିକେତନ, ବିଭୀଷଣ,ସୁରଜ୍, ସମୀର , ଶରତ ତଥା ସମସ୍ତ ପଞ୍ଚାୟତ କର୍ମଚାରୀ ସହଯୋଗ କରିଥିଲେ