-+91-9937148622 |
prerana_bgr@rediffmail.com |
Friday 1st May 2026 |
R.N.I. Regd No. ODIODI/2010/46693
Breaking News
03-Feb-2024
କଣ୍ଟାମାଳ(ଜୟ କୁମାର ମହାରଣାଙ୍କ ରିପୋର୍ଟ ): କଣ୍ଟାମାଳ ବ୍ଲକ ଘଣ୍ଟାପଡ଼ା ପଞ୍ଚାୟତ ଅନ୍ତର୍ଗତ ରେଗଡୋଲ ଖେଳ ପଡିଆରେ ଆୟୋଜିତ ୨୦ତମ ମା’ କନ୍ଧେନ ବୁଢି କ୍ରିକେଟ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଦିବସର ଖେଳରେ ବନ୍ତପାଲି ଦଳ ୭୧ ରନ ସଂଗ୍ରହ କରିଥିଲା ।
ପ୍ରତିପକ୍ଷ ବରଗାଁ ଦଳ ଲକ୍ଷ ୭୨ ରନ ସଂଗ୍ରହ ପୂର୍ବକ ଚତୁର୍ଥ ଦଳ ଭାବେ ସେମି ଫାଇନାଲକୁ ପ୍ରବେଶ କରିଛି l ରାହାସ ବିଭାର ଓ ସମ୍ରାଟସିଂ ଭୋଇ ଖେଳ
ପରିଚାଳନା କରିଥିଲେ l ଟଙ୍କ ମହାନନ୍ଦ ଓ ଶିଶିର ମହାକୁଡ଼ ସ୍କୋରର ଦାୟିତ୍ୱ ନିର୍ବାହ କରିଥିଲେ l ଶିବଶଙ୍କର କାଲସେ ଓ ସୁଜିତ କହଁର ଧାରାବିବରଣୀ ପ୍ରଦାନ କରିଥିଲେ l ଆଜିର ଖେଳରେ ଶିକ୍ଷାବିତ ନୀଳାଞ୍ଚଳ ଭୋଇ ମୁଖ୍ୟଅତିଥି, କଂଗ୍ରେସ ନେତା ପ୍ରଶାନ୍ତ କୁମାର ସାହୁ, ଗୋପ ରଣା, ଶୁକଦେବ ମଙ୍ଗରାଜ, ବିଶ୍ଵାମିତ୍ର ପାଢ଼ୀ, ଘଣ୍ଟାପଡ଼ା ସରପଞ୍ଚ ରୀତା କହଁର, ନାଏବ ସରପଞ୍ଚ ନବୀନ ମେଣ୍ଡିଲି, ୱାର୍ଡ ସଭ୍ୟ ବିଶ୍ୱାମିତ୍ର ମାଝୀ, ଭବାନୀ ଶଙ୍କର ବିଭାର, ଅଶୋକ ସାହୁ, ଖୁଣ୍ଟିଗୋରା ଆରଆଇ ଭୀଷ୍ମ ନାଗ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ l କ୍ରିକେଟ କ୍ଲବର ସମସ୍ତ ସଦସ୍ୟ ସହଯୋଗ କରିଥିଲେ l