-+91-9937148622 |
prerana_bgr@rediffmail.com |
Friday 1st May 2026 |
R.N.I. Regd No. ODIODI/2010/46693
Breaking News
03-Feb-2024
(ଅନୀଲ କୁମାର ତ୍ରିପାଠୀ)
ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ପଲ୍ଲିଶ୍ରୀ କଲେଜରେ ଓଡିଆ ସାହିତ୍ୟ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ପ୍ରମୋଦ କୁମାର ରଥ ଓ ଶିକ୍ଷା ଅଧ୍ୟାପକ ଚିନ୍ମୟ କୁମାର ଯୋଷୀ ଙ୍କ ସଂଯୋଜନା ରେ ସପ୍ତାହ ବ୍ୟାପୀ ନୂଆ ଓ ସାହିତ୍ୟ ପ୍ରତିଯୋଗିତାର ଉଦଯାପନୀ ଉତ୍ସବ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଓଡ଼ିଆ ଭାଷା ରେ ସମସ୍ତ ପ୍ରତିଯୋଗିତା ଯଥା କବିତା ଲିଖନ, କବିତା ଆବୃତ୍ତି, ଭଜନ, ହସ୍ତାକ୍ଷର, ପ୍ରବନ୍ଧ, ବକୃତା, କ୍ବିଜ, ଲୋକନୃତ୍ୟ ଏବଂ ଏକାଙ୍କିକା ଇତ୍ୟାଦି ଅନୁଷ୍ଠିତ ହୋଇଥିଲା। ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜଣାଶୁଣା ସାହିତ୍ୟ ଗବେଷକ ତଥା ବିଶିଷ୍ଟ ଶିକ୍ଷାବିତ ଡ.ଦୋଳଗୋବିନ୍ଦ ବିଶି ମୁଖ୍ୟ ଅତିଥି ରୂପେ ବିଶିଷ୍ଟ ଗାଲ୍ପିକ ତଥା କବି ଡ. ସଞ୍ଜୟ ମିଶ୍ର, ସାମ୍ବାଦିକ ଅନୀଲ ତ୍ରିପାଠୀ, ଅଧ୍ୟାପିକା ସୁଚରିତା ହୋତା ଏବଂ ଅଧ୍ୟକ୍ଷ ଶ୍ରୀ ରଥ ଓ ନୋଡାଲ ଅଫିସର ଶ୍ରୀ ଯୋଷୀ ମଞ୍ଚାସିନ ଥିଲାବେଳେ ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପକ ଶ୍ରୀକାନ୍ତ ବିହାରୀ, କୈବର୍ତ୍ତ ନାଗ, ସୋଭିତ ଦାଶ, କୈଳାଶ ରଣା ଏବଂ ଶିକ୍ଷା ପ୍ରଦର୍ଶିକା ସଞ୍ଜୁକ୍ତା ବାରିକ ଉପସ୍ଥିତ ଥିଲେ। ଅଧ୍ୟାପକ ଥବିର ବିଶ୍ବାଲ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରତିଯୋଗିତା ରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ କଣ୍ଟାବାଞ୍ଜୀ ପିଜି କଲେଜ ଓଡ଼ିଆ ବିଭାଗର ଚାରିଜଣ ଛାତ୍ରୀ ମଧ୍ୟ ଉପସ୍ଥିତ ଥିଲେ।