-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
03-Feb-2024
କଣ୍ଟାମାଳ(ଜୟ କୁମାର ମହାରଣlଙ୍କ ରିପୋର୍ଟ ): ବର୍ଷିଆନ ଅଭିନେତା, ନିର୍ଦ୍ଦେଶକ ଓ ପ୍ରଯୋଜକ ପଦ୍ମଶ୍ରୀ ଡଃ ସାଧୁ ମେହେରଙ୍କ ଆଜି ପରଲୋକ ହୋଇଛି। ୮୪ ବର୍ଷ ବୟସରେ ମୁମ୍ବାଇରେ ଆଖି ବୁଜିଛନ୍ତି । ସାଧୁ ମେହେର ଓଡ଼ିଆ, ସମ୍ବଲପୁରୀ ଓ ହିନ୍ଦୀ ଓ ବଙ୍ଗଳା ଆଦି ୨୭ରୁ ଅଧିକ ସିନେମାରେ ଅଭିନୟ କରିଛନ୍ତି। ଶ୍ରୀ ମେହେରଙ୍କ ବିୟୋଗର ଉଭୟ ହିନ୍ଦୀ ଓ ଓଡ଼ିଆ ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି। ୧୯୪୦ ମସିହା ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ଗୁଡଭେଲିପଦର ଗ୍ରାମରେ ଜନ୍ମଗ୍ରହଣ କରିଥିବା ସାଧୁ ମେହେର ପାଠପଢ଼ାରେ ଖୁବ୍ ଭଲ ପାଠ ପଢ଼ୁ ଥିଲେ। ସେ ଡକ୍ଟରେକ୍ଟ ଡିଗ୍ରୀ ପର୍ଯ୍ୟନ୍ତ ପଡ଼ିଥିଲେ। ଏହାପରେ ସେ ୧୯୬୯ ମସିହାରେ ମୁକ୍ତିଲାଭ କରିଥିବା ହିନ୍ଦୀ ସିନେମା ଭୁବନ ଶୋମ୍ରୁ ତାଙ୍କ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ ଅଙ୍କୁର, ମୃଗୟା ଓ ହାମ ଆପ୍କେ ଦିଲ୍ ମେ ରେହେତେ ହେଁ ଭଳି ହିନ୍ଦୀ ସିନେମାରେ ବି ଅଭିନୟ କରିଛନ୍ତି । ଅଙ୍କୁର ସିନେମାରେ ତାଙ୍କର ଚମତ୍କାର ଅଭିୟନ ପାଇଁ ତାଙ୍କୁ ବେଷ୍ଟ ଆକ୍ଟର ନ୍ୟାସ୍ନାଲ ଫିଲ୍ମ ଆୱାର୍ଡରେ ସମ୍ମାନିତ କରାଯାଇଥିଲା। ଏହାପରେ ସେ ଓଡ଼ିଆ ଫିଲ୍ମରେ ଅଭିନୟ କରିବାକୁ ମନ ବଳାଇଥିଲେ। ହିନ୍ଦୀ ସିନେମା ସହିତ ସେ କିଛି ହିନ୍ଦୀ ଓ ବଙ୍ଗଳା ଧାରାବାହିକରେ ମଧ୍ୟ ଅଭିନୟ କରିଥିଲେ। ଉଭୟ ହିନ୍ଦୀ ଓ ଓଡ଼ିଆ ସିନେମାରେ ତାଙ୍କର ଅବଦାନ ପାଇଁ ୨୦୧୭ରେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲେ। ସାଧୁ ମେହେରଙ୍କ ଅଭିନିତ ହିନ୍ଦୀ ଫିଲ୍ମ- ଭୂବନ ସୋମ, ହାମ୍ ଆପ୍କେ ଦିଲ୍ ମେ ରେହେତେ ହେଁ, ଅଙ୍କୁର, ୨୭ ଡାଉନ୍, ନିଶାନ୍ତ,ମନ୍ଥନ, ଇନ୍କାର, ଘରୋନ୍ଦା, ସଫେଦ ହାତୀ, କସ୍ତୁରୀ, ଦେବଶିଶୁ, ଜୟ ଜଗନ୍ନାଥ, ଭାଗ୍ୟ ନା ଜାନେ କୋଇ ଆଦି ସିନେମାରେ ଅଭିନୟ କରିଥିଲେ। ସେହିପରି ସମ୍ବଲପୁରୀ ସିନେମା ଭୁଖା, ଶୀତ ରାତି, ଶେଷ ଦୃଷ୍ଟି, ମୃଗୟା, ଅଭିମାନ ଆଦି ସିନେମାରେ ଅଭିୟନ କରିଥିଲେ। ସାଧୁ ମେହେର ନିର୍ଦ୍ଦେଶନା ଦେଇଥିବା ଫିଲ୍ମ-ଅଭିମାନ , ଅପରିଚିତ, ଅଭିଳାଶ ଓ ଗୋପରେ ବଢୁଛି କଳା କହ୍ନେଇ ଆଦି ସିନେମା ରହିଛି | ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି | କଳା ଜଗତରେ ଏକ ଅପୂରଣୀୟ କ୍ଷତି l