-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
30-Jan-2024
ନବରଙ୍ଗପୁର( :ମିହିର ଶଙ୍କର ପାତ୍ର, ) ଡାବୁଗାଁ ସହରରେ ବିଜେପି ର ବନ୍ଦ ଡାକରା ର ପ୍ରଭାବ ଦେଖିବାକୁ ମିଳିଛି। ଏହି ଅବସରରେ ମଣ୍ଡଳ ସଭାପତି ଜେ ରାଜଶେଖର ରାଓ, ଯୁବମୋର୍ଚ୍ଚା ସଭାପତି ଓ୍ବାଇ ରାଜ କୁମାର, ସାଧାରଣ ସଂପାଦକ ମହେଶ ପାତ୍ର, ଉପ ସଭାପତି ଭୀମସେନ ଜେନା, ଜିଲ୍ଲା ସଂପାଦକ ପିଣ୍ଟୁ ଅଗ୍ରୱାଲ , କାର୍ଯ୍ୟକାରୀ ସଭାପତି ମନୋଜ ପାତ୍ର, ନରେଶ ସିଂହ, ଜଗନ୍ନାଥ ସିଂ,ବିଟୁ ସିଂହ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ। ଉମରକୋଟ କୁ ଶୀଘ୍ର ସବଡିଭିଜନ ଘୋଷଣା, ନବରଙ୍ଗପୁର କୁ ଶୀଘ୍ର ରେଳ ସଂଯୋଗ, ଜିଲ୍ଲାଭିତିକ ନିଯୁକ୍ତି ଏଭଳି ୬ଗୋଟି ଦାବିରେ ଆଜି ର ବନ୍ଦ ଡାକରା ଦିଆ ଯାଇଥିଲା।ଯଦି ଖୁବ ଶୀଘ୍ର ଦାବି ପୂରଣ ନ ହେଲେ ଭବିଷ୍ୟତରେ ସଚିବାଳୟ ସମ୍ମୁଖରେ ପ୍ରତିବାଦର ଧାରଣା ଦିଆଯିବ ବୋଲି କହିଛନ୍ତି ବିଜେପି ନେତା ମାନେ । ଆଜିର ଏହି ନବରଙ୍ଗପୁର ଜିଲ୍ଲା ବନ୍ଦ ପାଳନ ଯୋଗୁଁ ଗାଡ଼ି ଗୁଡ଼ାକ ଅଚଳ ଓ ଦୋକାନ ବଜାର ବନ୍ଦ ହୋଇ ଯାଇଛି ଫଳରେ ଯାତ୍ରୀମାନେ ନାହିଁନଥିବା ଅସୁବିଧା ଦେଖିବାକୁ ମିଳିଛି