-+91-9937148622 |
prerana_bgr@rediffmail.com |
Friday 8th May 2026 |
R.N.I. Regd No. ODIODI/2010/46693
Breaking News
29-Jan-2024
କଣ୍ଟାମାଳ(ଜୟ କୁମାର ମହାରଣାଙ୍କ ରିପୋର୍ଟ ):ତାଲୁକ ଆଇନ ସେବା ସମିତି ପକ୍ଷରୁ କଣ୍ଟାମାଳ ବ୍ଲକ ପଲସାଗୋରା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସମଲିଙ୍ଗି ଅଧିକାର,ସୁରକ୍ଷା ଆଇନ ଏବଂ ଭାରତୀୟ ସମ୍ବିଧାନରେ ଦିଆଯାଇଥିବା ମୌଳିକ ଅଧିକାର ଓ ମୌଳିକ କର୍ତ୍ତବ୍ୟ ସମ୍ପର୍କରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି l ତାଲୁକ ଆଇନ ସେବା ସମିତି ଅଧ୍ୟକ୍ଷ ତଥା ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌରା ଜଜ ଶ୍ରୀ ଶିବ ପ୍ରସାଦ ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ କଣ୍ଟାମାଳ ସହକାରୀ ଦୌରାଜଜ ଶ୍ରୀ ତପନ କୁମାର ବେହେରା ଏବଂ ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀ ସତ୍ୟନାରାୟଣ ଦାଶ ପ୍ରମୁଖ ଉପସ୍ଥିତ ଥିଲେ l ଏଡିଜେ ଶିବପ୍ରସାଦ ମହାପାତ୍ର ଭାରତୀୟ ସମ୍ବିଧାନରେ ନାଗରିକ ମାନଙ୍କ ନିମନ୍ତେ ଥିବା ମୌଳିକ ଅଧିକାର ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିବାବେଳେ ସବ ଜଜ ତପନ କୁମାର ବେହେରା ଭାରତୀୟ ନାଗରିକ ଙ୍କ ମୌଳିକ କର୍ତ୍ତବ୍ୟ ସମ୍ପର୍କରେ ସଚେତନ କରିଥିଲେ l ଜେଏମଏଫସି କଣ୍ଟାମାଳ ସତ୍ୟନାରାୟଣ ଦାଶ ସମଲିଙ୍ଗି ଅଧିକାର ସୁରକ୍ଷା ଆଇନ ଓ ତତସମ୍ପର୍କିତ ମାନ୍ୟବର ସୁପ୍ରିମକୋର୍ଟ ଙ୍କ ରାୟ ଉପରେ ଆଲୋକପାତ କରିବା ସହିତ କିନ୍ନର ତଥା ତୃତୀୟ ଲିଙ୍ଗ ମାନ୍ୟତାପ୍ରାପ୍ତ ବ୍ୟକ୍ତିମାନଙ୍କ ନିମନ୍ତେ ରହିଥିବା ବିଭିନ୍ନ ସରକାରୀ ନିୟମାବଳୀ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ l କଣ୍ଟାମାଳ ଓକିଲ ସଂଘର ବରିଷ୍ଠ ସଦସ୍ୟ କୈଳାସ ଚନ୍ଦ୍ର ବାରିକ ଓ ପ୍ରତାପ କୁମାର ସାହୁ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ଲୋକମାନଙ୍କୁ ଆଇନ ସମ୍ପର୍କରେ ସଚେତନ କରିଥିଲେ l ପଲସାଗୋରା ସରପଞ୍ଚ ସୌଦାମିନୀ ମଲିକ ସଭାରେ ଉପସ୍ଥିତ ରହି ଧନ୍ୟବାଦ ପ୍ରସ୍ତାବ ଦେଇଥିଲେ l ତାଲୁକ ଆଇନ ସେବା ସମିତିର କର୍ମଚାରୀ ଜ୍ୟୋତିରଞ୍ଜନ ତ୍ରିପାଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l