-+91-9937148622 |
prerana_bgr@rediffmail.com |
Friday 8th May 2026 |
R.N.I. Regd No. ODIODI/2010/46693
Breaking News
29-Jan-2024
କଣ୍ଟାମାଳ(ଜୟ କୁମାର ମହାରଣାଙ୍କ ରିପୋର୍ଟ ) କଣ୍ଟାମାଳ ବ୍ଲକ ଘଣ୍ଟାପଡ଼ା ସମଲେଶ୍ୱରୀ ହାଇସ୍କୁଲ ପଡିଆରେ ଜିଲା ସ୍ତରୀୟ ଜୁନିଅର ରେଡକ୍ରସ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି l ଅତିରିକ୍ତ ଜିଲା ଶିକ୍ଷାଧିକାରୀ ଘନଶ୍ୟାମ ମେହେରଙ୍କ ତତ୍ୱାବଧାନ ଓ ସଭାପତିତ୍ବରେ ଅନୁଷ୍ଠିତ ସଭାରେ କଣ୍ଟାମାଳ ବ୍ଲକ ଉପାଧ୍ୟକ୍ଷ ମହେନ୍ଦ୍ର ରଣା ମୁଖ୍ୟଅତିଥି, ହରଭଙ୍ଗା ଗୋଷ୍ଟୀ ଶିକ୍ଷାଧିକାରୀ ଅଜୟ ଲୁହା, ଫିରିଙ୍ଗିଆ ବ୍ଲକ ଉପାଧ୍ୟକ୍ଷ ଅଜିତ ସାହୁ, ସୁବର୍ଣ୍ଣପୁର ଜୁନିଅର ରେଡକ୍ରସ ଅଧିକାରୀ ତଥା ରାଜ୍ୟସ୍ତରୀୟ ରେଡକ୍ରସ ଗବେଷକ ରବିଚନ୍ଦ୍ର ପଶାୟତ, ଘଣ୍ଟାପଡ଼ା ସରପଞ୍ଚ ରୀତା କହଁର, ସମାଜସେବୀ ଅନନ୍ତ ମାଝୀ, ବୌଦ୍ଧ ଜୁନିଅର ରେଡକ୍ରସ ଅଧିକାରୀ ନବ କିଶୋର ଦୀପ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସେବା ଓ ବନ୍ଧୁତା ରଖିଲେ ଜୀବନ ସାର୍ଥକ ହୋଇଥାଏ ଏବଂ ଉଚ୍ଚ ଅଭିଳାଷୀ ହେଲେ ଲକ୍ଷ ହାସଲ କରିବା ସହଜ ହୋଇଥାଏ ବୋଲି ମତ ରଖିଥିଲେ l ଶିକ୍ଷକ ବନମାଳୀ ମେହେର ମଞ୍ଚ ପରିଚାଳନା କରିଥିଲେ l ଘଣ୍ଟାପଡ଼ା ହାଇସ୍କୁଲ ପ୍ରଧାନ ଶିକ୍ଷକ ତଥା କାର୍ଯ୍ୟକ୍ରମର ଆୟୋଜକ ସମ୍ପାଦକ ପିତବାସ ପଣ୍ଡା ଧନ୍ୟବାଦ ପ୍ରଦାନ କରିଥିଲେ l ସଭା ପ୍ରାରମ୍ଭରେ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ପରିବେଷଣ କରାଯାଇଥିଲା l ଏହି ଅବସରରେ ଅତିଥି ଏବଂ ରକ୍ତଦାତା ପ୍ରବର୍ତ୍ତକ ମାନଙ୍କୁ ଫଳକ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା l କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟର ରେଡକ୍ରସ ପରିଷଦ, ପରାମର୍ଶଦାତା, ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଯୋଗଦେଇଥିଲେ l