-+91-9937148622 |
prerana_bgr@rediffmail.com |
Friday 8th May 2026 |
R.N.I. Regd No. ODIODI/2010/46693
Breaking News
28-Jan-2024
ଆଗଲପୁର, (ବିନୋଦ କୁମାର ଦୀପ) ଆଗଲପୁର ବ୍ଲକ ନୁଁନିଆପାଲି ଠାରେ ତିନିଦିନ ଧରି ଅନୁଷ୍ଠିତ ହୋଇଥିବା ମା ଚନ୍ଦ୍ରାହାସିନୀ କ୍ରିକେଟ ଖେଳ ର ଆଜି ଥିଲା ଫାଇନାଲ ତଥା ଅନ୍ତିମ ଦିବସ l ଏହି ଅନ୍ତିମ ଦିବସ ରେ ଉମରାଡ ଓ ବାଦିପାଲି ମଧ୍ୟରେ ସଂଘର୍ଷ ପୁର୍ଣ୍ଣ ଖେଳ ଦେଖିବକୁ ମିଳିଥିଲା l ଉଭୟ ଦଳ ବହୁତ୍ ଉଚ୍ଚ କୋଟୀର ଖେଳ ପ୍ରଦର୍ଶନ କରିଥିଲେ l ଶେଷରେ ଉମରାଡ ଦଳ ବିଜୟୀ ହୋଇ ଟ୍ରଫି ହାତେଇଥିଲା l ଏହି ଫାଇନାଲ ଖେଳ କୁ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ପୁଷ୍ପାଞ୍ଜଳି ସାହୁ ଓ ତାଙ୍କ ପ୍ରତିନିଧି ଶ୍ରୀ ନୂରାଚାନ୍ଦ୍ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଖେଳାଳୀ ଙ୍କ ମନୋବଳ ବଢ଼ାଇଥିଲେ l ପ୍ରଥମେ ଅତିଥି ମାନଙ୍କୁ ବାଜା ବଜାଇ ଓ ଫୁଲମାଳ ଦେଇ ସ୍ୱାଗତ କରି ମଞ୍ଚାସିନ କରା ଯାଇଥିଲା l ପରେ ପରେ ଅତିଥି ମାନେ ପଡିଆ ଭିତରକୁ ଯାଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ l ଖେଳ ସମାପ୍ତ ହେବା ପରେ ଅତିଥି ମାନଙ୍କ ଦ୍ଵାରା ବିଜୟୀ ଓ ରନର୍ସ ଅପ୍ ଦଳକୁ ପୁରସ୍କାର ଆକାରରେ ନଗଦ ଅର୍ଥ ରାଶି ଓ ଟ୍ରଫି ପ୍ରଦାନ କରାଗଲା l
ଏହି ଖେଳ ଦୀର୍ଘ ତିନି ଦିନ ଧରି ନୁନିଆପାଲି ଗ୍ରାମର ଡୁଙ୍ଗୁରୀ ଖେଲ ପଡ଼ିଆରେ ଅନୁଷ୍ଠିତ ହୋଇଥିଲା l ଆୟୋଜକ କମିଟି ଅତି ସୁନ୍ଦର ଭାବରେ ତିନିଦିନ ଧରି ଅନୁଷ୍ଠିତ ହୋଇଥିବା ମ୍ୟାଚ୍ କୁ ପରିଚାଳନା କରିଥିଲେ l ସେମାନେ ହେଲେ ଆୟୋଜକ ମୁଖ୍ୟ ଶ୍ରୀ ଅନିଲ ବେହେରା, ତାଙ୍କ ସହିତ କମିଟି ର ଶ୍ରୀ ଦେବାନନ୍ଦ ସାହୁ, ରାଜେଶ୍ ପଧାନ୍,ନାରାୟଣ ସାହୁ, ଆନନ୍ଦ ସେଠ, ସୁବଳ ବାଗ, ନନ୍ଦିଘୋଷ ବେହେରା ଓ ସମସ୍ତ ସଭ୍ୟ ପୁର୍ଣ୍ଣ ସହଯୋଗ କରିଥିଲେ l ଅତିଥି ମାନେ ଖେଳାଳି ମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ l