-+91-9937148622 |

prerana_bgr@rediffmail.com |

  Wednesday 12th August 2026 |

| | | |

R.N.I. Regd No. ODIODI/2010/46693

Breaking News

ନବ ନିଯୁକ୍ତ ଶିକ୍ଷକ ଆର୍ତ୍ତତ୍ରାଣଙ୍କୁ ସ୍କୁଲ ତରଫରୁ ସମ୍ବର୍ଦ୍ଧନା   (12-Aug-2026)       ||      ଇନୋଭେସନ ଓ ଷ୍ଟାର୍ଟଅପ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ   (12-Aug-2026)       ||      ସ୍ୱର୍ଗତ ବଳରାମ ବାଗ ଙ୍କ ଅମର ଆତ୍ମାର ସତ୍ ଗତି ପାଇଁ ଶୋକସଭା ଅନୁଷ୍ଠିତ   (12-Aug-2026)       ||      ଖରିଆର ରୋଡରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ   (11-Aug-2026)       ||      ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବରେ ୫୨ ୟୁନିଟ ରକ୍ତ ସଂଗ୍ରହ   (11-Aug-2026)       ||      ଶ୍ରାବଣୀ ଯାତ୍ରାରେ ଜଳାଭିଷେକ କରିବା ପାଇଁ ୨୦ ଜଣ କାଉଡିଆ ଙ୍କ ଦେବଗିରି ଶୈବପୀଠକୁ ପଦଯାତ୍ରା    (11-Aug-2026)       ||      ମଧ୍ୟପୁର ପଞ୍ଚାୟତରେ ଆବାସ ନାଁ ରେ ଟଙ୍କା ଆଦାୟ    (11-Aug-2026)       ||      ତୁଷରା ଶାଖା ଗସ୍ତରେ ପହଞ୍ଚିଲେ ୟୁପିଏମଏସ୍‌ର ପ୍ରାନ୍ତୀୟ ଓ ଜୋନାଲ ପଦାଧିକାରୀ   (11-Aug-2026)       ||      ଲୋଇସିଂହାରେ ବିଶ୍ଵ ଆଦିବାସୀ ଦିବସ ପାଳିତ, ସମାଜ ର ଏକତା ହେଲେ ଆଦିବାସୀ ଙ୍କ ବିକାଶ ହେବ   (11-Aug-2026)       ||      ପଲ୍ଲୀ ବିକାଶର ୨୬ତମ ପ୍ରତିଷ୍ଠା ଦିବସ ପାଳିତ ଚାଷୀ ଓ ମହିଳାଙ୍କ ସଶକ୍ତିକରଣ ସହ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ   (11-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ଦ୍ୱିତୀୟ ସେମି ଫାଇନାଲ ରେ ଆଦିବାସୀ ମହାବିଦ୍ୟାଳୟ ଦଳ ବିଜୟୀ   (11-Aug-2026)       ||      ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   (11-Aug-2026)       ||      ଲିଟିସର୍ଗି ପଞ୍ଚାୟତରେ ଗାଁ ରେ ପ୍ରଶାସନ କାର୍ଯ୍ୟକ୍ରମ   (11-Aug-2026)       ||      ସିନ୍ଧେକେଲାରେ ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନମେଳା   (11-Aug-2026)       ||      ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା    (11-Aug-2026)       ||      ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା (ଭା.ପ୍ର.ସେ)   (10-Aug-2026)       ||      ପତିତପାବନ ଏକାଡେମୀ ର ପୂର୍ବତନ ପ୍ରଧାନ ଶିକ୍ଷକ ସ୍ବର୍ଗତଃ ବାଙ୍କା ବିହାରୀ ପଣ୍ଡା ଙ୍କ ଦ୍ଵାଦଶାହା କାର୍ଯ୍ୟରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ରାଜନେତାଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି    (10-Aug-2026)       ||      କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସଂଯୁକ୍ତ କିଶାନ ମୋର୍ଚ୍ଚା ଡାକରାରେ ବଲାଙ୍ଗିର ଏଆଇଟିୟୁସି ତରଫରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ   (10-Aug-2026)       ||      ପଦ୍ମପୁର ଉପଖଣ୍ଡ ପାଇଁ କେବିକେ ଢାଞ୍ଚାରେ ସ୍ୱତନ୍ତ୍ର ବିକାଶ ପ୍ୟାକେଜ୍ ଦାବି   (10-Aug-2026)       ||      *ଭୁବନେଶ୍ୱରର କୁଖ୍ୟାତ ଅପରାଧୀ ଗ୍ୟାଙ୍ଗକୁ ଗିରଫ କଲା ସୁବର୍ଣ୍ଣପୁର ଜିଲ୍ଲା ପୋଲିସ*   (10-Aug-2026)       ||     

HOME   ଜିଲ୍ଲା

ବଲାଙ୍ଗିର ରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ

27-Jan-2024



ବଲାଙ୍ଗିର(ଚିତ୍ରସେନ ବେହେରା ): ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର  ଦିବସ ଜିଲ୍ଲା ମୁଖ୍ୟାଳୟ ରେ ଥିବା ମନୋହର ପୁର ରିଜର୍ଭ ପୋଲିସ ଗ୍ରାଉଣ୍ଡ ରେ ଅନୁଷ୍ଠିତ ହେଇଯାଇଛି | ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ କୃଷି ଓ କୃଷକ  ସଶକ୍ତିକରଣ  ଓ ପ୍ରାଣୀ ସମ୍ପଦ ବିକାଶ ଓଡିଶା ସରକାର ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ  ପତାକା ଉତ୍ତୋଳନ କରି ଜିଲ୍ଲାବାସୀଙ୍କ ପାଇଁ ଉଦବୋଧନ ଦେଇଥିଲେ | ତାଙ୍କ ଭାଷଣରେ ସେ ସ୍ଵାଧୀନତା ସଂଗ୍ରାମରେ ବଲାଙ୍ଗିର ଜିଲ୍ଲାର ସ୍ଵାଧୀନତା ସଂଗ୍ରାମୀ ଙ୍କ ଭୂମିକା ଉଲ୍ଲେଖନୀୟ ବୋଲି କହିଥିଲେ । କପୁରଚନ ନାୟକ , ସୁରେନ୍ଦ୍ର ଠାକୁର , କୁଞ୍ଜ ବିହାରୀ ମେହେର, କପିଳେଶ୍ଵର ପ୍ରସାଦ ନନ୍ଦ, ସତ୍ୟାନନ୍ଦ ମିଶ୍ର , ଦିବାକର ବହିଦାର , ନରସିଂହ ପ୍ରସାଦ ନନ୍ଦ , ସ୍ଵପ୍ନାନନ୍ଦ ପାଣିଗ୍ରାହୀ, ଯୁଧିଷ୍ଟିର ମିଶ୍ର , ଯୋଗେଶ୍ଵର କୁମୁର , ଧ୍ରୁବ ନାଥ ,ପୁରୁଷୋତ୍ତମ ନାଥ , ଚିନ୍ତାମଣି ମିଶ୍ର, ରିଷି ଗଡତ୍ୟା,ଭାର୍ଗବୀ ଗୁରୁ , ଦଶରଥ ସାହୁ , ଯୁଗୋଳ କିଶୋର ନାଥ , ଆଠ ଗାଁ ଜମିଦାର ଧରମ ସିଂ ମାନ୍ଧତା ଭଳି ସଂଗ୍ରାମୀଙ୍କ ବଳିଦାନ କୁ ଆଜି ସ୍ମରଣ କରିବାର ଦିନ ବୋଲି ସମ୍ବୋଧନ କରିଥିଲେ ।

ସମ୍ବିଧାନ ହେଉଛି ଯେକୌଣସି ଦେଶ ପାଇଁ ସର୍ବୋଚ୍ଚ ଆଇନ । ଏହି ଦିବସଟି ସମସ୍ତଙ୍କ ପାଇଁ ଚିରସ୍ମରଣୀୟ ଯାହାକୁ ଗର୍ବ ଓ ଗୌରବର ସହ ପାଳନ କରୁଛୁ ବୋଲି ମୁଖ୍ୟ ଅତିଥି ଅଭିଭାଷଣ ଦେଇଥିଲେ । ଉଣେଇଶ ଶହ ପଚାଶ ମସିହା ଜାନୁଆରୀ ଛବିଶ ତାରିଖ ଦିନ ଭାରତ ଏକ ସାର୍ବଭୌମ, ଗଣତାନ୍ତ୍ରିକ, ସାଧାରଣତନ୍ତ୍ର ରାଷ୍ଟ୍ର ହିସାବରେ ଘୋଷିତ ହୋଇଥିଲା । ଏହି ପବିତ୍ର ଦିନଟି ସଂକଳ୍ପ ଓ ଆତ୍ମସମୀକ୍ଷାର ଦିବସ ।ବିବିଧତା ମଧ୍ୟରେ ଏକତା ହେଉଛି ଦେଶର ପରିଚୟ । ଅନେକ ଜାତି, ଭାଷା, ଧର୍ମ, ବିଶ୍ୱାସ, ସଂସ୍କୃତି ଓ ପରମ୍ପରା ଦେଶକୁ ମହାନ୍‌ ଓ ସମୃଦ୍ଧ କରିଛି । ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ସମସ୍ତଙ୍କୁ ସାଥୀରେ ନେଇ ଦେଶ ବହୁ ପଥ ଅତିକ୍ରମ କରି ବିକାଶ ଯାତ୍ରାରେ ଆଗେଇ ଚାଲିଛି ।ଭାରତ  ସମଗ୍ର ବିଶ୍ୱରେ ନିଜସ୍ୱ ଗଣତନ୍ତ୍ର ଓ ମୂଲ୍ୟବୋଧ ପାଇଁ ଉଚ୍ଚ ପ୍ରଶଂସିତ । ଗଣତନ୍ତ୍ର ପରମ୍ପରା ଓ ଏହି ପରମ୍ପରାକୁ ବଜାୟ ରଖିବା ସମସ୍ତଙ୍କ ନୈତିକ ଦାୟିତ୍ୱ | ତେଣୁ  ଏହା ର ଟେକ ରଖିବା ସମସ୍ତଙ୍କ କର୍ତବ୍ୟ ବୋଲି କହିଥିଲେ । 
ନିଜ ଭାଷଣରେ ରାଣୀପୁର ଝରିଆଲ, ହରିଶଙ୍କର, ପାଟଣେଶ୍ୱରୀ ମନ୍ଦିର, କୁମୁଡ଼ା  ପାହାଡ଼, ଭୀମ ଡୁଙ୍ଗୁରୀ, ଚଉଷଠି ଯୋଗିନୀ, ସଇଁତଳାର ଚଣ୍ଡୀ ମନ୍ଦିର ଆଦି ପର୍ଯ୍ୟଟନ କ୍ଷେତ୍ର ବର୍ତ୍ତମାନ ପର୍ଯ୍ୟଟନ ମାନଚିତ୍ରରେ ବେଶ ଆଦୃତ ହୋଇଛି ବୋଲି କହିଥିଲେ । ଜିଲ୍ଲାର ଲୋକସଂସ୍କୃତି, ଲୋକକଳା, ଲୋକନୃତ୍ୟ, କୁଟୀର ଶିଳ୍ପ ବେଶ୍‌ ପ୍ରସିଦ୍ଧ । ଡାଲଖାଇ, ଦୁଲଦୁଲି ,ରସରକେଲି, ଘୁମୁରା, ନଚନିଆ, ଦଣ୍ଡ, ମାଇଲାଯୋଡ଼ି, ଢାପ୍‌, କରମା ଆଦି ଲୋକନୃତ୍ୟ ସମଗ୍ର ଦେଶରେ ଅନନ୍ୟ ବୋଲି ମାନ୍ୟବର ମନ୍ତ୍ରୀ ଉକ୍ତି ରଖିଥିଲେ । 

    ବଲାଙ୍ଗିର ଜିଲ୍ଲା ର ସର୍ବାଙ୍ଗୀନ ବିକାଶ ନିମନ୍ତେ ବଲାଙ୍ଗିର ର ବିକାଶ ନିମନ୍ତେ ରାଜ୍ୟ ସରକାରଙ୍କ ତରଫ ରୁ ବହୁବିଧି ବିକାଶ ମୂଳକ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି । ଜଳସେଚନ ନିମନ୍ତେ ବଲାଙ୍ଗିର ର ଜୀବନ ରେଖା କୁହାଯାଉଥିବା ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ , ଡ୍ୟାମ ଓ ସ୍ପିଲୱେ , ସ୍ୱାସ୍ଥ୍ୟ ଭିତିଭୂମି ର ବିକାଶ ନିମନ୍ତେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ସହ ଆନୁଷଙ୍ଗିକ ସ୍ୱାସ୍ଥ୍ୟ ଭିତିଭୂମି ର ବିକାଶ ନିମନ୍ତେ ଗୁରୁତ୍ଵ ପ୍ରଦାନ କରାଯାଇଛି ।
    ଯାତ୍ରୀମାନଙ୍କ ସୁବିଧା ନିମନ୍ତେ ବଲାଙ୍ଗିର ଠାରେ ଅତ୍ୟାଧୁନିକ ବସ ଟର୍ମିନାଲ ପ୍ରତିଷ୍ଠା କରାଯାଇ ଉନ୍ନତ ମାନର ସୁବିଧା ଯୋଗାଇ ଦିଆଯାଇଛି ।
ସୁକତେଲ ପ୍ରକଳ୍ପ ବଲାଙ୍ଗିର ଜଳସେଚନ କ୍ଷେତ୍ର ଓ କୃଷି କ୍ଷେତ୍ରରେ ରୂପାନ୍ତର ଆଣିବ । ବଲାଙ୍ଗିର ସବୁବେଳେ ରାଜ୍ୟ ବିକାଶଧାରାର ଫୋକସ୍‌ରେ ରହିଛି । ବଲାଙ୍ଗିରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ୨ ହଜାର ୫୨୫ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । କିଛି ଦିନ ପୂର୍ବେ ମାନ୍ୟବର ମୁଖ୍ୟମନ୍ତ୍ରୀ ୨  ହଜାର ୨ ଶହ ୨୦  କୋଟି ଟଙ୍କା ବ୍ୟୟରେ ୧୧୨ ଗୋଟି ଭିତ୍ତିଭୂମି ପ୍ରକଳ୍ପ ପାଇଁ ଶୁଭ ଦେଇଛନ୍ତି । ୩୦୫ କୋଟି ଟଙ୍କା ବ୍ୟୟରେ ୬୯ଟି ଭିତ୍ତିଭୂମି ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି । ନଦୀଗୁଡ଼ିକରେ ସବୁଦିନ ପାଣି ମିଳିବାର ସୁବିଧା ପାଇଁ ରାଜ୍ୟ

ସରକାରଙ୍କ ପକ୍ଷରୁ ୨୪ଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପ କରାଯାଉଛି । ଏହିସବୁ ପ୍ରକଳ୍ପ ଦ୍ୱାରା ରାଜ୍ୟର କୃଷି କ୍ଷେତ୍ର ସମୃଦ୍ଧ ହେବ ଏବଂ ଚାଷୀଭାଇଭଉଣୀ ମାନଙ୍କର ରୋଜଗାର ବୃଦ୍ଧି ପାଇବ ।ବଲାଙ୍ଗୀର ଜିଲ୍ଲା ତଥା ସମଗ୍ର ପଶ୍ଚିମ ଓଡିଶାର ପ୍ରସିଦ୍ଧ ହରିଶଙ୍କର ପୀଠ ସହିତ ବିଭିନ୍ନ ଧାର୍ମିକ ଅନୁଷ୍ଠାନ ଗୁଡିକରେ ରୂପାନ୍ତରଣ କାମ ଚାଲିଛି । ପାନୀୟ ଜଳ ଯୋଗାଣ ପ୍ରକଳ୍ପରେ ଜିଲ୍ଲା ର ବିଭିନ୍ନ ବ୍ଲକ ପାଇଁ ୧୪୮୬.୨କୋଟି ଟଙ୍କାରେ ପ୍ରକଳ୍ପ କାମ ଆଗେଇଚାଲିଛି ।
 ଦେଶ ମାତୃକର ସେବା କରିବାର ସୁଯୋଗ ମିଳିଥିବାରୁ ସମସ୍ତେ ନିଜକୁ ଧନ୍ୟ ମଣିବା ସହ ସଂସ୍କୃତି , ପରମ୍ପରା ତଥା ଐତିହ କୁ ସର୍ବଦା ସମ୍ମାନ କରିବାକୁ ଚେଷ୍ଟିତ ରହିବା ବୋଲି ଉଦବୋଧନ ଦେବା ପରେ ସମ୍ମିଳିତ ପରେଡ ର ଅଭିବାଦନ ଗ୍ରହଣ କରି କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ | 
      ଏହା ପରେ ମେଡିକାଲ ଯାଇ ବିଭିନ୍ନ ୱାର୍ଡ ବୁଲି ଫଳ ଏବଂ ମିଠା ବାଣ୍ଟି , ଜେଲ ରେ ଅନ୍ତେବାସୀଂକୁ ମିଠା , ପୁଇଁତଳା ରେ ଶାଢ଼ୀ ଓ ଲୁଙ୍ଗି ବଣ୍ଟନ କରି ସମାରୋହ ଶେଷ କରିଥିଲେ | ଶେଷରେ ବନ୍ଧୁତ୍ୱ ପୂର୍ଣ୍ଣ କ୍ରିକେଟ  ଖେଳ ପ୍ରଶାସକ ଏକାଦଶ ଏବଂ ଗଣମାଧ୍ୟମ ଏକାଦଶ ମଧ୍ୟରେ ଅନୁଷ୍ଠିତ ହେଇଥିଲା | ଜିଲ୍ଲାପାଳ ଶ୍ରୀ ଚଞ୍ଚଳ ରାଣା ଏବଂ ଆରକ୍ଷୀ ଅଧିକ୍ଷକ ଋଷିକେଶ ଖିଲାରୀ ଦ୍ୟଂଦେଓ ମୁଖ୍ୟ ଅତିଥି ଙ୍କ ସହ ଉପସ୍ଥିତ ଥିଲେ |


News Comment




Photo in News

Advertisment
Lastest News
  ଜିଲ୍ଲା  
ନବ ନିଯୁକ୍ତ ଶିକ୍ଷକ ଆର୍ତ୍ତତ୍ରାଣଙ୍କୁ ସ୍କୁଲ ତରଫରୁ ସମ୍ବର୍ଦ୍ଧନା   12-Aug-2026
  ଜିଲ୍ଲା  
ଇନୋଭେସନ ଓ ଷ୍ଟାର୍ଟଅପ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ   12-Aug-2026
  ଜିଲ୍ଲା  
ସ୍ୱର୍ଗତ ବଳରାମ ବାଗ ଙ୍କ ଅମର ଆତ୍ମାର ସତ୍ ଗତି ପାଇଁ ଶୋକସଭା ଅନୁଷ୍ଠିତ   12-Aug-2026
  ଜିଲ୍ଲା  
ଖରିଆର ରୋଡରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ   11-Aug-2026
  ଜିଲ୍ଲା  
ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବରେ ୫୨ ୟୁନିଟ ରକ୍ତ ସଂଗ୍ରହ   11-Aug-2026
  ଜିଲ୍ଲା  
ଶ୍ରାବଣୀ ଯାତ୍ରାରେ ଜଳାଭିଷେକ କରିବା ପାଇଁ ୨୦ ଜଣ କାଉଡିଆ ଙ୍କ ଦେବଗିରି ଶୈବପୀଠକୁ ପଦଯାତ୍ରା   11-Aug-2026
  ଜିଲ୍ଲା  
ମଧ୍ୟପୁର ପଞ୍ଚାୟତରେ ଆବାସ ନାଁ ରେ ଟଙ୍କା ଆଦାୟ   11-Aug-2026
  ଜିଲ୍ଲା  
ତୁଷରା ଶାଖା ଗସ୍ତରେ ପହଞ୍ଚିଲେ ୟୁପିଏମଏସ୍‌ର ପ୍ରାନ୍ତୀୟ ଓ ଜୋନାଲ ପଦାଧିକାରୀ   11-Aug-2026
  ଜିଲ୍ଲା  
ଲୋଇସିଂହାରେ ବିଶ୍ଵ ଆଦିବାସୀ ଦିବସ ପାଳିତ, ସମାଜ ର ଏକତା ହେଲେ ଆଦିବାସୀ ଙ୍କ ବିକାଶ ହେବ   11-Aug-2026
  ଜିଲ୍ଲା  
ପଲ୍ଲୀ ବିକାଶର ୨୬ତମ ପ୍ରତିଷ୍ଠା ଦିବସ ପାଳିତ ଚାଷୀ ଓ ମହିଳାଙ୍କ ସଶକ୍ତିକରଣ ସହ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ   11-Aug-2026
  ଜିଲ୍ଲା  
ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ଦ୍ୱିତୀୟ ସେମି ଫାଇନାଲ ରେ ଆଦିବାସୀ ମହାବିଦ୍ୟାଳୟ ଦଳ ବିଜୟୀ   11-Aug-2026
  ଜିଲ୍ଲା  
ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   11-Aug-2026

You Might Also Like