-+91-9937148622 |
prerana_bgr@rediffmail.com |
Monday 22nd June 2026 |
R.N.I. Regd No. ODIODI/2010/46693
Breaking News
18-Jan-2024
ବଲାଙ୍ଗୀର(ଚିତ୍ରସେନ ବେହେରା ): ଆସନ୍ତା ଜାନୁୟାରୀ ୨୬ ସାଧରଣତନ୍ତ୍ର ଦିବସ ଅବସରରେ ସାପ୍ତାହିକ ପ୍ରେରଣା ତରଫରୁ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଦୁଇ ଦିନ ଧରି ସ୍ଥାନୀୟ ପି.ପି. ଏକାଡେମୀ ଠାରେ ହାଇସ୍କୁଲ ଓ କଲେଜସ୍ତରୀୟ ଓଡ଼ିଆ ବକ୍ତୃତା ପ୍ରତିଯୋଗିତା ଓ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଓଡ଼ିଆ ଓ ଇଂରାଜୀ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପ୍ରେରଣା ର ସଂପାଦକ ରଘୁ ନନ୍ଦନ ସିଂହଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ । ବିଭିନ୍ନ ପ୍ରତିଯୋଗିତାର ଶିକ୍ଷୟିତ୍ରୀ ଝୁନୁଲତା ସାବତ, ବିଜୟଲକ୍ଷ୍ମୀ ମିଶ୍ର, ଆକାଶ ମିଶ୍ର, ପ୍ରଫେସର ପ୍ରେମଚାନ୍ଦ ମହାନ୍ତି, ହିମାନୀ ତ୍ରିପାଠୀ ସରଳା ପାଢ଼ୀ, ଆଶାଲତା ସେଠୀ ପମୁଖ ବିଚାରକ ଦାୟିତ୍ୱ ତୁଲାଇ ଥିଲେ । ଆସନ୍ତା ଜାନୁୟାରୀ ୨୬ ତାରିଖ ସ୍ଥାନୀୟ ମନୋହରପୁର ପଡିଆ ଠାରେ ଅନୁଷ୍ଠିତ ଜିଲ୍ଲସ୍ତରୀୟ ସାଧାରଣତନ୍ତ୍ର ଦିବସ ଅବସରରେ ଏହି ସବୁ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନେ ପୁରସ୍କୃତ ହେବେ ବୋଲି ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ସରୋଜ ସାହୁ ସୂଚନା ଦେଇଛନ୍ତି ।