-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
15-Jan-2024
ବଲଙ୍ଗୀର(ଚିତ୍ରସେନ ବେହେରା ): ସୋମବାର ସକାଳୁ ବଲାଙ୍ଗୀର-ଖୁଜେନପାଲି ପୋଲ ନିକଟ ରେଳଧାରଣା କଡ଼ରୁ ବିଶିଷ୍ଟ ସୁନା ବ୍ୟବସାୟୀ ତଥା ବଲାଙ୍ଗୀର ଜିଲା ବଣିକ ସଂଘ ସଭାପତି ତ୍ରିପୁରାରୀ ପାଣିଗ୍ରାହୀଙ୍କ ମୃତଦେହ ରହସ୍ୟଜନକ ଭାବେ ଜବତ କରାଯାଇଛି। ମୃତ୍ୟୁର କାରଣ ଜଣାପଡ଼ିନାହିଁ। ତେବେ ସେ ଆତ୍ମହତ୍ୟା କରିଛନ୍ତି ନା ଟ୍ରେନ୍ରୁ ଖସି ପଡ଼ିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି। ପୋଷ୍ଟମର୍ଟମ ପରେ ସବୁକିଛି ସ୍ପଷ୍ଟ ହେବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ l ଏ ପର୍ଯ୍ୟନ୍ତ ତ୍ରିପୁରାରୀ ଙ୍କ ପରିବାର ସୂତ୍ରରୁ ମଧ୍ଯ ଘଟଣା ସମ୍ପର୍କରେ କିଛି କୁହାଯାଇ ନାହିଁ l