-+91-9937148622 |
prerana_bgr@rediffmail.com |
Saturday 7th March 2026 |
R.N.I. Regd No. ODIODI/2010/46693
Breaking News
13-Jan-2024
ବଲାଙ୍ଗିର(ପ୍ରେରଣା ଖବର ): ବଲାଙ୍ଗିର ଜିଲ୍ଲାର ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ମଲମୁଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁର୍ଲ୍ଲୁପାଲି ସ୍ଥିତ ମା ସମଲେଶ୍ୱରୀଙ୍କ ପୀଠ ଠାରେ ପୁଇଁନ୍ତଲା ବ୍ଲକ ଯାଦବ ମହାସଭାର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ସଭାପତି ଅନିରୁଦ୍ଧ ବଗର୍ତ୍ତୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ଯାଦବ ସମାଜର ସଙ୍ଗଠନକୁ ମଜବୁତ କରିବା, ଆଗାମୀ ଦିନରେ ବ୍ଲକସ୍ତରୀୟ ଦୋଳ ଉତ୍ସବ ପାଳନ ଓ ମା ସମଲେଶ୍ଵରୀଙ୍କ ମନ୍ଦିର ପ୍ରତିଷ୍ଠା ଉପରେ ଆଲୋଚନା କରାଯାଇଥିଲା । ବୈଠକରେ ବ୍ଲକ ଉପସଭାପତି ଚନ୍ଦ୍ରବଦନ ବଗର୍ତ୍ତୀ, ଯୁବ ଯାଦବ ସଂପାଦକ ସଚିତାନନ୍ଦ ବଗର୍ତ୍ତୀ, ମଲମୁଣ୍ଡା ଗ୍ରାମ ପଞ୍ଚାୟତ ସଭାପତି ପିତାମ୍ବର ବାଙ୍କ
ଜଗନ୍ନାଥ ଚନ୍ଦନ, ସୁଦାମ ସେଲାମ, ସମ୍ପତ୍ତି ବାଗ, ପଞ୍ଚାନନ ବାଗ, ଗୁଣନିଧି ବାଗ, ସୁରେଶ ଷ।ଣ୍ଢ, ବଳରାମ ଚନ୍ଦନ, ଲକ୍ଷ୍ମଣ ବାଗଙ୍କ ସମେତ ବ୍ଲକ ଅଞ୍ଚଳର ଗ୍ରାମ ପଞ୍ଚାୟତ ଗୁଡିକର ସଭାପତି/ ସଂପାଦକ ମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ଜିଲ୍ଲା ସାଧାରଣ ସଂପାଦକ ପ୍ରଦୀପ କୁମାର ସେଲମା ପରିଚାଳନା କରିଥିବା ବେଳେ ଶେଷରେ ଯୁବ ଯାଦବ ସଭାପତି ଦେବେନ୍ଦ୍ର ହାତୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।