-+91-9937148622 |
prerana_bgr@rediffmail.com |
Saturday 4th July 2026 |
R.N.I. Regd No. ODIODI/2010/46693
Breaking News
11-Jan-2024
କଣ୍ଟାମାଳ(ଜୟ କୁମାର ମହାରଣାଙ୍କ ରିପୋର୍ଟ ): ବୌଦ୍ଧ ବନଖଣ୍ଡ କଣ୍ଟାମାଳ ବନାଞ୍ଚଳରୁ ଚିତାବାଘ ଛାଲ ଜବତ କଲା ବଲାଙ୍ଗିର ବନ ବିଭାଗ l ସୂଚନା ପ୍ରକାରେ ଚିତାବାଘ ଛାଲ ଚାଲାଣ ହେବାକୁ ଥିବା ବେଳେ କୌଣସି ସୂତ୍ରରୁ ବଲାଙ୍ଗୀର ବନ ବିଭାଗ ଖବର ପାଇଥିଲା l ବଲାଙ୍ଗୀର ବନଖଣ୍ଡ ଅଧିକାରୀ ନୀତେଶ କୁମାରଙ୍କ ଏକ ଟିମ ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା କୋଟଗାଁରେ ଚଢ଼ାଉ କରି ଉକ୍ତ ଗ୍ରାମର ମୁକେଶ ମନହିରାକୁ ଗିରଫ କରିବା ସହିତ ପଚାରୁଚୁରା ଚଳାଇଥିଲା l କଣ୍ଟାମାଳ ରେଞ୍ଜ ଘଣ୍ଟାପଡ଼ା ସେକ୍ସନର ଫଟାମୁଣ୍ଡା ଗ୍ରାମରେ ଚିତାବାଘ ଛାଲ ଥିବା ସୂଚନା ମିଳିଥିଲା l ବନ ବିଭାଗ ଦଳ ଏକ ପାଲଗଦାରୁ ଚୁତା ବାଘ ଛାଲ ପାଇଥିଲା ଉକ୍ତ ଘାଟଣାରେ ଜଡିତ ଫଟାମୁଣ୍ଡା ଗ୍ରାମର ଦିବ୍ୟଶଙ୍କର ବଗର୍ତ୍ତୀକୁ ଗିରଫ କରିଛି l କେସ ନଂ ୨୭୧ ରେ ଉକ୍ତ ୨ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରା ଯାଇଥିବା ନେଇ ସୂଚନା ଦେଇଛନ୍ତି ବଲାଙ୍ଗୀର ଡିଏଫଓ ନୀତିଶ କୁମାର l