-+91-9937148622 |
prerana_bgr@rediffmail.com |
Saturday 4th July 2026 |
R.N.I. Regd No. ODIODI/2010/46693
Breaking News
10-Jan-2024
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ )
ସୋନପୁର ସଦର ମହକୁମା ପୌର ପରିଷଦ ର ୭, ୮, ୯, ଓ ୧୫ ନମ୍ୱର୍ ୱାର୍ଡ ଠାରେ ଆଜି ଅର୍ପଣ ରଥ ପରିକ୍ରମା କରାଇ ଲୋକ ଙ୍କୁ ଏହାର ଉଦ୍ଦେଶ୍ୟ ଉପରେ ସୁଚନା ଦିଆଯାଇଥିଲା l ଏହି ସବୁ ୱାର୍ଡ ରେ ଆଜି ଏହି ଅର୍ପଣ ରଥ କୁ ଲୋକେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନl କରି ଶ୍ରୀ ଜଗନ୍ନାଥ ଙ୍କୁ ଅରୁଆ ଚାଉଳ ଗୁଆ ଅର୍ପଣ କରିଥିଲେ l ପୌର ପରିଷଦ ଅଧିକାରୀ ମନୋ ରଞ୍ଜନ ପଣ୍ଡା ଙ୍କ ତତ୍ତ୍ଵାବଧାନ ରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ ରେ ପୌର ଅଧ୍ୟକ୍ଷା ତlମସି ତାମସ୍ମିତl ନାଏକ, ପ୍ରାକ୍ତନ ଅଧ୍ୟକ୍ଷ କଇରୁ ସ୍ବାଇଁ, ଅତିଥି ଭାବେ ଯୋଗ ଦେଇଥିଲେ l ସହର ର ସମସ୍ତ ୱାର୍ଡ ର କାଉନସିଲର ଓ ବିଭିନ୍ନ ସାମାଜିକ ଅନୁଷ୍ଠାନ ଯୋଗ ଦେଇଥିଲେ l ଏହି ଅବସରରେ ହଜାର ଲୋକ ଙ୍କ ଉପସ୍ଥିତିରେ ନାମ ସଂକୀର୍ତ୍ତନ ମଣ୍ଡଳୀର ହରିବୋଲ ଓ ମହିଳାମାନଙ୍କ ହୁଳହୁଳି ମଧ୍ୟରେ ଅର୍ପଣ ରଥକୁ ସହର ପରିକ୍ରମା କରାଯାଇଥିଲା l ସମସ୍ତ ଜନସାଧାରଣ ଶ୍ରୀକ୍ଷେତ୍ର ର ଏହି ପବିତ୍ର ଯଂଜ୍ଞ ଅନୁଷ୍ଠାନ ରେ ଆଧ୍ୟାତ୍ମିକ ଓ ମାନସିକ ସ୍ତରରେ ଯୋଡି ହୋଇ ଜଗନ୍ନାଥ ସଂସ୍କୃତି କୁ ଉଦ୍ଜୀବିତ କରିବାକୁ ପ୍ରତି ପରିବାରରୁ ଗୁଆ ଓ ଚାଉଳ ସଂଗ୍ରହ କରାଯାଇଛି l ପ୍ରତି ୱାର୍ଡ ର ସ୍ୱଚ୍ଛ ସାଥୀ ମଧ୍ଯ ଏଥିରେ ସାମିଲ ଥିଲେ l