-+91-9937148622 |
prerana_bgr@rediffmail.com |
Friday 3rd July 2026 |
R.N.I. Regd No. ODIODI/2010/46693
Breaking News
11-Jan-2024
ସୋନପୁର ( ମନୋରଞ୍ଜନ ତ୍ରିପାଠୀ ) ସୋନପୁରର ଇଷ୍ଟ ଦେବ ଶ୍ରୀ ସୁବର୍ଣ୍ଣମେରୁ ମନ୍ଦିରରୁ ଗତ ସୋମବାର ରାତି ରେ ଦାନ ବାକ୍ସ ଚୋରୀ ହୋଇଯାଇଥିବା ନେଇ ପୂଜକ ଏବଂ ମନ୍ଦିର କମୀଟି ପକ୍ଷରୁ ଥାନାରେ ମଙ୍ଗଳବାର ସକାଳୁ ଅଭିଯୋଗ ହୋଇଥିଲା l ଏହି ଭଳି ଏକ ସମ୍ବେଦନଶୀଳ ଘଟଣା ରେ ସୋନପୁର ଥାନା ଭାରପ୍ରାପ୍ତ ଅଧିକାରୀ ପଦ୍ମାସୀନି ମେହେରଙ୍କ ନେତୃତ୍ଵରେ ଏକ ସ୍ପେଶାଲ୍ ସ୍କ୍ୱାର୍ଡ ତୁରନ୍ତ ସକାଳେ ସହରରେ ଛାନ ଭିନ କରି ଘଟଣା ରେ ସାମିଲ ଥିବା ଦୁଇ ଜଣ ସନ୍ଦିଗ୍ଧ ଯୁବକ ଧୀବର ପଡାର ଇଶ୍ଵର ଅଧିକାରୀ (୨୪) ଓ ମଝିପଡା ର ସାୟଦ ନସିବ ଅଲ୍ଲି (୨୪) ଙ୍କୁ ଉଠାଇ ଆଣି ଅଟକ ରଖି ପଚରା ଉଚୁରା ଜାରୀ ରଖିଥିଲା l ମଙ୍ଗଳବାର ରାତି ଏମାନଙ୍କୁ ଗିରଫ କରି ଗତ କାଲି କୋର୍ଟ ଚାଲାଣ କରିଥିବା ବେଳେ ଏଥିରେ ସଂପୃକ୍ତ ଥିବା ଆହୁରି କିଛି ଯୁବକଙ୍କୁ ପୋଲିସ ଖୋଜୁଥିବା ଓ ଚୋରୀ ଜିନିଷ ଉଦ୍ଧାର ପାଇଁ ପ୍ରୟାସ ଜାରି ରହିଥିବା ଜଣାପଡିଛି। ସୋନପୁର ମହିଳା ପୋଲିସ ଥାନା ଅଧିକାରୀ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିଥିବାରୁ ପୋଲିସ ଉପରେ ସହର ବାସି ଙ୍କ ଭରସା ବୃଦ୍ଧି ପାଇଛି l