-+91-9937148622 |
prerana_bgr@rediffmail.com |
Saturday 4th July 2026 |
R.N.I. Regd No. ODIODI/2010/46693
Breaking News
10-Jan-2024
ନୂଆ ପଡ଼ା - ହରଭଙ୍ଗା ବ୍ଲକ ବିରନରସିଂ ପୁର ପଂଚାୟତ ଅନ୍ତର୍ଗତ ନୂଆପଡା ଡ୍ୟାମ ଠାରେ ବ୍ଲକ କଂଗ୍ରେସ ର ବିଭିନ୍ନ କମିଟିର କର୍ମକର୍ତ୍ତା ଙ୍କୁ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି|ପ୍ରଦେଶ କଂଗ୍ରେସ ର ନବ ନିଯୁକ୍ତ ପ୍ରଭାରୀ ଡକ୍ଟର ଅଜୟ କୁମାର ଙ୍କ ପରାମର୍ଶ ଅନୁଯାଇ ଉକ୍ତ ବୈଠକ ବ୍ଲକ କଂଗ୍ରେସ ସଭାପତି ଶ୍ରୀ ପଙ୍କଜ କୁମାର କର୍ଣ୍ଣ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇ ଯାଇଛି | ଆଜିର ବୈଠକ ରେ ବ୍ଲକ ସଭାପତି
ପଙ୍କଜ କୁମାର କର୍ଣ୍ଣ ପ୍ରାରମ୍ଭିକ ବ୍ୟକ୍ତବ୍ୟ ପ୍ରଦାନ କଲା ପରେ ଅନ୍ୟାନ୍ୟ କର୍ମକର୍ତ୍ତା ଙ୍କ ମଧ୍ୟରୁ ଭୀମସେନ କଂହର, ପ୍ରଦୀପ ବେହେରା, ବୈଦ୍ୟନାଥ ମହାନନ୍ଦିଆ, ଇନ୍ଦ୍ରମଣି ମେଣ୍ଡିଲି, ଶୈଳେନ୍ଦ୍ର ଦେହୁରୀ, ଭବାନୀ ବିଶ୍ୱାଳ, ଭକ୍ତ ମେହେର, ନାରାୟଣ ଦେହୁରୀ, ରମାକାନ୍ତ ଭୁକ୍ତା, ଅନନ୍ତ ଦଳେଇ, ରମାକାନ୍ତ ବେହେରା, ବିଚିତ୍ର କୁମାର କଂହର, ବାବୁଲି ମଲ୍ଲିକ ପ୍ରମୁଖ ସଂଗଠନ ଉପରେ ବ୍ୟକ୍ତବ୍ୟ ରଖି ଥିଲେ , ଶେଷରେଉପସ୍ଥିତ ଥିବା ଶତାଧିକ କର୍ମକର୍ତ୍ତା ଙ୍କୁ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ନବ କୁମାର ମିଶ୍ର ଡକ୍ଟର ଅଜୟ କୁମାର ଙ୍କ ବାର୍ତ୍ତା କୁ ବୁଝାଇବା ସଂଗେ ସଂଗେ ଆଗାମୀ ଦିନରେ ସମସ୍ତ କର୍ମକର୍ତ୍ତା ହାତ କୁ ହାତ ମିଳାଇ କଂଗ୍ରେସ ସଂଗଠନ କୁ ସୁଦୃଢ଼
କରିବା ପାଇଁ ଆହ୍ୱାନ ଦେଇ ଥିଲେ | ଆଜିର ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା କଂଗ୍ରେସ ମୁଖ୍ୟ ମୁଖ ପାତ୍ର ଶାନ୍ତନୁ କୁମାର ମହାପାତ୍ର, ଜିଲ୍ଲା ଉପରେ ସଭାପତି ସମରେଶ ମିଶ୍ର, ବେଣୁଧର ମେହେର, ଅର୍ଜୁନ ମହାନନ୍ଦିଆ, ରୋହିତାଶ୍ଵ ବେହେରା, ଗଣେଶ ଲୌରିଆ, ପୌଲସ୍ତି ପ୍ରଧାନ, ସମରେନ୍ଦ୍ର ମହାକୁଳ, ବୁଦ୍ଧଦେବ ପ୍ରଧାନ, ଗୋପାଳ ବାଘ, ବଶିଷ୍ଠ ସାହୁ, ଝରିଆ ସାହୁ, ଅନ୍ତର୍ଯ୍ୟାମୀ ଧଳ, ଅଶେଷ ଦେହୁରୀ, ଜିତେନ୍ଦ୍ର ଦେହୁରୀ ପ୍ରମୁଖ ଶତାଧିକ କଂଗ୍ରେସ ଶୁଭେଛୁ ଯୋଗ ଦେଇ ଥିଲେ |
(ଦୁର୍ଯ୍ଯୋଧନ ବିଶି )