-+91-9937148622 |
prerana_bgr@rediffmail.com |
Saturday 4th July 2026 |
R.N.I. Regd No. ODIODI/2010/46693
Breaking News
10-Jan-2024
ବଲାଙ୍ଗୀର, ତା:-୧୦-୦୧-୨୪ (ପ୍ରେରଣା ଖବର )
ସ୍ବେଛାସେବୀ ଅନୁଷ୍ଠାନ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ କୁ ଆଠ ବର୍ଷ ପୁରିଛି l ଏହି ଅବସରରେ ଅନୁଷ୍ଠାନ ର ପୁରୋଧା ସମାଜସେବୀ ସ୍ୱର୍ଗତ ଲଳିତ କୁମାର ନାୟକ ଙ୍କ ସୃତିରେ ୧୦୧ ଜଣ ସଦସ୍ୟ ସଦସ୍ୟା ସ୍ବେଛାକୃତ ଭାବରେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲ ଠାରେ ଚକ୍ଷୁଦାନ କରିଛନ୍ତି l ସଂଗଠନ ପକ୍ଷରୁ ଗତ ଆଠ ବର୍ଷରେ ୫ ଶହ ରୁ ଉର୍ଧ୍ଵ ଶବସତ୍କାର କରାଯାଇଛି l କରୋନା ମହାମାରୀ ହେଉ କି ବାତ୍ୟା ଫନି ସବୁ ସମୟରେ ଅନୁଷ୍ଠାନ ଆଗକୁ ଆସି ସେବା ପ୍ରଦାନ କରେ... ବାହାନଗା ଟେନ ଦୁର୍ଘଟଣା ରେ ମଧ୍ୟ ଅନୁଷ୍ଠାନ ର ୧୫ ଜଣିଆ ଟିମ ଯାଇ ରକ୍ତଦାନ, ଉଦ୍ଧାର ଆଦି କାର୍ଯ୍ୟ ରେ ଲିପ୍ତ ଥିଲେ ।
ଗତ ଆଠ ବର୍ଷ ତଳେ ସମାଜସେବୀ ଲଳିତ ନାୟକ ଙ୍କ ମାର୍ଗଦର୍ଶନରେ ଏହି ସଂଗଠନ ଗଠିତ ହୋଇଥିଲା । ଏବେ ସାରା ରାଜ୍ୟର କୋଣଅନୁକୋଣ ରେ ସେବା ପ୍ରଦାନ କରିଆସୁଛୁ l ଏହି ସଂଗଠନ ଦ୍ୱାରା ଅସହାୟ ଶବ ସତ୍କାର, ରୋଗୀଙ୍କ ଚିକିତ୍ସା, ଅସହାୟ ଙ୍କୁ ସହାୟତା, ଦୁର୍ଘଟଣା ଶିକାର ଲୋକଙ୍କୁ ହସ୍ପିଟାଲ ପହଞ୍ଚେଇବା, ରକ୍ତଦାନ, କଳା, ସାହିତ୍ୟ ସଂସ୍କୃତି ଉତଥାନ, କରୋନା ସମୟରେ ଗାଁ ଗାଁ ଯାଇ ଲୋକଙ୍କୁ ଆକ୍ସିଜେନ ସୁବିଧା ଯୋଗେଇବା, କରୋନା ରୋଗୀଙ୍କୁ ଚିକିତ୍ସା କରେଇବା, ଅସହାୟ ଲୋକଙ୍କୁ ଖାଇବାକୁ ଦେବା ଭଳି କାର୍ଯ୍ୟକ୍ରମ କରି ବେଶ ଚର୍ଚ୍ଚା କୁ ଆସିଥିଲା ଏହି ସଂଗଠନ l
ଆଗକୁ ସମାଜସେବା କ୍ଷେତ୍ରକୁ ଆହୁରି ବ୍ୟାପକ କରିବାକୁ ଅଷ୍ଟମ ପ୍ରତିଷ୍ଠା ଦିବସରେ ସଂଗଠନ ର କର୍ମକର୍ତା ମାନେ ଶପଥ ନେଇଛନ୍ତି