-+91-9937148622 |
prerana_bgr@rediffmail.com |
Saturday 4th July 2026 |
R.N.I. Regd No. ODIODI/2010/46693
Breaking News
10-Jan-2024
ବଲାଙ୍ଗୀର(ଚିତ୍ରସେନ ବେହେରା ): ଆଜି ସହର ପରିବଶ ଥିଲା ଭକ୍ତିମୟ । “ଜୟ ଜଗନ୍ନାଥ ” ଧ୍ୱନି ରେ ଫାଟି ପଡୁଥିଲା ସହରର ମୁଖ୍ୟ ରାସ୍ତା, ଗଳିକନ୍ଦି । ହରିବୋଲ, ହୁଳହୁଳି ମଧ୍ୟରେ ଶ୍ରୀଜଗନ୍ନାଥ ଅର୍ପଣ ରଥକୁ ଭବ୍ୟ ସ୍ବାଗତ ସହ ପାଛୋଟି ନେଉଥିଲେ ଭକ୍ତ ମାନେ । ୱାର୍ଡ ରୁ ୱାର୍ଡ , ଗାଁ ରୁ ଗାଁ ସଂଗ୍ରହ କରା ଯାଇଥିଲା ଚାଉଳ ଏବଂ ଗୁଆ । ଏହାକୁ ପୁରୀ ପଠା ଯାଇ ମହା ପ୍ରଭୁଙ୍କ ସେବାରେ ଲଗାଯିବା ।
ସକାଳୁ ଭଜନ, ସଂକୀର୍ତ୍ତନ, ହୁଳହୁଳି ସହ ହରିବୋଲ, ଜୟଜଗନ୍ନାଥ ଧ୍ୱନିରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା ।
ମହିଳା ତଥା ପରୁଷ ମାନେ ପୂର୍ଣ୍ଣ କଳସ ନେଇ ଶୋଭା ଯାତ୍ରାରେ ସାମିଲ ହୋଇଥିଲେ । ପ୍ରଶାସନିକ ଅଧିକାରୀ ଠାରୁ ଆରମ୍ଭ କରି ନେତା, ନିର୍ବାଚିତ ପ୍ରତିନିଧି , ଶ୍ରଦ୍ଧାଳୁ ଏକାଠି ହୋଇଥିଲେ । ରଙ୍ଗ ବେରଙ୍ଗ ଝୋଟି ରେ ପରିବେଶ ସୁନ୍ଦର ଦେଖା ଯାଉଥିଲା ।
ଲୋଇଶିଙ୍ଘା ର ଭାଲିଆମୁଣ୍ଡା ରେ ଆଜି ଅର୍କେଶ ନାରାୟଣ ସିଂହଦେଓ ଅର୍ପଣ ରଥ କୁ ସ୍ଵଗତ କରିବା ସହ ଚାଉଳ ଏବଂ
ଗୁଆ ସଂଗ୍ରହ କରିଥିଲେ । ଏଥିରେ ଜିଲ୍ଲାପରିଷଦ ସଭ୍ୟ , ବ୍ଲକ ଅଧ୍ୟକ୍ଷ ଉପସ୍ଥିତ ଥିଲେ । ଏହା ସହ ଅର୍ପଣ ରଥ ବରପୁଡଗିଆ, ମାୟବର୍ହା, ଝାଙ୍କରପାଲି, କୁଟୁମଡୋଳା, ଖାଲିଆପାଳି , ଖୁଯେନପାଲି ,ସିକାଛିଡା ଆଦି ପଂଚାୟତର ୨୩ ଗାଁ ବୁଲିବା ସହ ଅର୍ପଣ ଗ୍ରହଣ କରିଛି । ଏହି ଅର୍ପଣକୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିମନ୍ତେ ପୁରୀ ପଠାଯିବ ।