-+91-9937148622 |
prerana_bgr@rediffmail.com |
Saturday 4th July 2026 |
R.N.I. Regd No. ODIODI/2010/46693
Breaking News
10-Jan-2024
ତୁଷୁରା (ପଞ୍ଚାନନ ନାଏକ) ବଲାଙ୍ଗୀର ଜିଲ୍ଲା ଗୁଡଭେଲାବ୍ଲକ ଅନ୍ତର୍ଗତ ରୁଷୁଡା ଗ୍ରାମରେ ତିନିଦିନ ଧରି ଚାଲିଥିବା ପାଚେର ଘାଟ ଯାତ୍ର ଶାନ୍ତି ଶୃଙ୍ଖଳା ସହ ସମ୍ପନ୍ନ ହୋଇ ଯାଇଛି। ମାଁ ପାଚେରୀ ଘାଟ ଦେବୀ ଦେହୁରୀ ଦେହରେ ଶବାର ହୋଇ ବିଭିନ୍ନ ଭକ୍ତଙ୍କ ସମସ୍ୟାର ସମାଧାନ କରିଥିଲେ। ଭକ୍ତ ମାନେ ମନସ୍କାମନା ପୂର୍ଣ୍ଣ ପାଇଁ ମାଁଙ୍କ ଠାରେ ପୂଜାର୍ଚ୍ଚନା କରିବା ସହ ଉକ୍ତିମୟ ପରିବେଶ ଦେଖିବାକୁ ମିଳିଥିବା ବେଳେ ତେଜରାଜ ମାଝୀ ପୂଜକ ଦାୟିତ୍ବ ତୁଲାଇଥିଲେ । ଏହି ଯାତ୍ରୀ ଅବସରରେ ବିଭିନ୍ନ ଦୋକାନ ବଜାର ସହ ଶିଶୁ ମାନଙ୍କ ମନୋରଞ୍ଜନ ପାଇଁ ବିଭିନ୍ନ ପ୍ରକାରର ଖେଳ ଲାଗିଥିଲା। ଯାତ୍ରା କମିଟି ସଭାପତି ପୃଥୀରାଜ ନନ୍ଦ, ଉପସଭାପତି କିଶୋରୀ ଭୋଇ, ସଂପାଦକ ଚନ୍ଦ୍ର ଶେଖର ରାୟ , ସହ ସଂପାଦକ ଅମରେଶ ବାଗ , କୋଷାଧ୍ୟକ୍ଷ ଉମାକାନ୍ତ ମଲ୍ଲିକ, ବିଶ୍ବଲାଲ ମାଝୀ, ଟୁକୁ ମାଝୀ ଆଦି ସହଯୋଗ କରିଥିଲେ ।