-+91-9937148622 |
prerana_bgr@rediffmail.com |
Saturday 4th July 2026 |
R.N.I. Regd No. ODIODI/2010/46693
Breaking News
10-Jan-2024
କଣ୍ଟାମାଳ(ଜୟ କୁମାର ମହାରଣାଙ୍କ ରିପୋର୍ଟ ): ଗତ ୨୦୨୩ ମସିହା ଜାନୁଆରୀ ୯ ତାରିଖରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକର ଘଣ୍ଟାପଡ଼ାରେ ଥାନା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଉଦଘାଟନ କରିଥିଲେ। ଠିକ ୯ ତାରିଖରେ ଘଣ୍ଟାପଡ଼ା ଥାନାଧିକାରୀ ବଳଭଦ୍ର ଗଣ୍ଡା , ଘଣ୍ଟାପଡ଼ା ଥାନାର ପ୍ରଥମ ଥାନାଧିକାରୀ ବିଶ୍ଵାମିତ୍ର ଲୋଇ ଥାନାର ପ୍ରଥମ ବର୍ଷ ପୂର୍ତ୍ତି ଉପଲକ୍ଷେ ସମସ୍ତ ପୋଲିସ କର୍ମଚାରୀ ଏବଂ ଆଇଆରବି ଜବାନଙ୍କୁ ଭାଇଚାରାର ବାର୍ତ୍ତା
ଦେଇ ମିଷ୍ଟାନ୍ନ ବଣ୍ଟନ କରିଥିଲେ। ପରିଶେଷରେ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି ପ୍ରଭାତ ସାହୁଙ୍କୁ ଉପହାର ପ୍ରଦାନ କରିଥିଲେ। ସୂଚନାପ୍ରକାରେ ଥାନାର ଶୁଭ ଉଦଘାଟନ ହେବା ଦିନଠାରୁ ଆଜିର ବର୍ଷ ପୂର୍ତ୍ତୀ ମଧ୍ୟରେ ଡିସେମ୍ବର ୨୦୨୪ ସୁଦ୍ଧା ୧୨୪ଟି ଓ ଜାନୁଆରୀ ୯ ତାରିଖ ଭିତରେ ୪ଟିକେଶଏପରିକି ମୋଟ ୧୨୮ଟି ବିଭିନ୍ନ ପ୍ରକାରର କେଶ ଓ ୫ଟି ୟୂ ଡି କେଶ ହୋଇଥିବା ନେଇ ଥାନାଧିକାରୀ ଶ୍ରୀ ଗଣ୍ଡା ପ୍ରକାଶ କରିଛନ୍ତି।