-+91-9937148622 |
prerana_bgr@rediffmail.com |
Saturday 4th July 2026 |
R.N.I. Regd No. ODIODI/2010/46693
Breaking News
10-Jan-2024
କଣ୍ଟାମାଳ(ଜୟ କୁମାର ମହାରଣାଙ୍କ ରିପୋର୍ଟ ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଅଇଁଲାଚୂଆଁସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ୬ଷ୍ଠ ଶ୍ରେଣୀରେ ନାମଲେଖା ପାଇଁ କଣ୍ଟାମାଳ ବ୍ଳକର ତିନିଟି ସେଣ୍ଟରରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ମୋଟ ୪୧୫ ଜଣ ଆବେଦନକାରୀଙ୍କ ମଧ୍ୟରୁ ୪୦୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ସ୍ଥଳେ କୌଣସି କାରଣରୁ ୧୫ ଜଣ ଅନୁପସ୍ଥିତ ରହିଥିଲେ। ଘଣ୍ଟାପଡ଼ା ସମାଲେଶ୍ଵରୀ ସରକାରୀହାଇସ୍କୁଲ କେନ୍ଦ୍ରରୁ ମୋଟ ୧୭୦ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୬୪ ଜଣ, ଉମା ସରକାରୀ ହାଇସ୍କୁଲ କେନ୍ଦ୍ରରୁ ୧୭୦ ଜଣଙ୍କ ମଧ୍ୟରୁ ୧୬୪ ଜଣ ଓ କଣ୍ଟାମାଳ ସରକାରୀ ହାଇସ୍କୁଲ କେନ୍ଦ୍ରରେ ୭୫ ଜଣ ବିଦ୍ୟାର୍ଥୀ ପରୀକ୍ଷା ଦେଇଛନ୍ତି। ସେହିପରି ସପ୍ତମ ଓ ନବମ ଶ୍ରେଣୀରେ ନାମଲେଖା ପାଇଁ ଏକମାତ୍ର
କଣ୍ଟାମାଳ ହାଇସ୍କୁଲ କେନ୍ଦ୍ରରୁ ସପ୍ତମ ଶ୍ରେଣୀ ପାଇଁ ୫୧ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪୫ ଜଣ ନବମ ଶ୍ରେଣୀ ପାଇଁ ୧୪ଜଣ ରୁ ୧୦ ଜଣ ପରୀକ୍ଷାଦେଇଥିଲେ। ଘଣ୍ଟାପଡ଼ା କେନ୍ଦ୍ର ପରିଚାଳକ ପିତବାସ ପଣ୍ଡା ଓ କ୍ଷେତ୍ର ପରିଚାଳକ ତ୍ରିଲୋଚନ ସାହୁ, ଉମା କେନ୍ଦ୍ରରେ ପରିଚାଳକ କଷ୍ଟେଶ୍ଵର ଭୋଇ ଓ କ୍ଷେତ୍ରପରିଚାଳକ ଶୁକଦେବ ପଣ୍ଡା ଓ କଣ୍ଟାମାଳ କେନ୍ଦ୍ରର ପରିଚାଳକ ପ୍ରକାଶ କୁମାର ପ୍ରଧାନ , କ୍ଷେତ୍ର ପରିଚାଳକ ପ୍ରଭାସିନି ପରିଡ଼ା କେନ୍ଦ୍ର ପରିଚାଳନା କରିଥିଲେ। ସ୍ୱତନ୍ତ୍ର ସ୍କ୍ବାର୍ଡ ଭାବରେ ଜିଲ୍ଲା ଅତିରିକ୍ତ ଶିକ୍ଷାଧିକାରୀ ଘନଶ୍ୟାମ ମେହେର ତିନି କେନ୍ଦ୍ରର ତଦାରଖ କରିଥିଲେ।