-+91-9937148622 |
prerana_bgr@rediffmail.com |
Monday 6th July 2026 |
R.N.I. Regd No. ODIODI/2010/46693
Breaking News
08-Jan-2024
(ଡୋଲେସ୍ବର ଵାଗ )
ବୋଡ଼େନ -ଗାଁ ରେ ପ୍ରଶାସନ କାର୍ଯ୍ୟକ୍ରମ ପ୍ରତ୍ୟେକ ପଞ୍ଚାୟତରେ ଅନୁଷ୍ଠିତ ହେଉଥିବା ବେଳେ କୌଣସି କାରଣରୁ ଭଇଁସାଦାନି ପଞ୍ଚାୟତର ଗାଁରେ ପ୍ରଶାସନ କାର୍ଯ୍ୟକ୍ରମ ବୋଡ଼େନ ବ୍ଲକ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି ।ସହାୟକ ନିର୍ବାହୀ ଯନ୍ତ୍ରୀ ଆଶୁତୋଷ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଜନଶୁଣାଣୀରେ ବି ଏସ ଏସ ଓ ହିତେଶ ଆଡବାହି,ଖାଉଟି ବିଭାଗୀୟ ଅଧିକାରୀ ସୁଧୀର ପୋଡ଼,ବି ପି ସି ରୁଦ୍ର ନାଗ,ଉଦ୍ୟାନ ବିଭାଗ ଅଧିକାରୀ ଘାସିରାମ ପଣ୍ଡା,ଜି ଆର୍ ଏସ ଦୟା ସୁନାନି,କନିଷ୍ଠ ଯନ୍ତ୍ରୀ ସଂଗ୍ରାମ କେଶରୀ ପରିଡ଼ା,ଏମ ଜି ଏନ୍ ଆର ଇ ଜି ଏସ ଅଧିକାରୀ ଗଣେଶ ଦଣ୍ଡସେନା,ରାଜସ୍ବ ବିଭାଗ ରୁ ଦେବେନ୍ଦ୍ର କୁମାର ବେହେରା ଉପସ୍ଥିତ ରହି ସହଯୋଗ କରିଥିଲେ ।ଆଜି ଏମ ଜି ଏନ୍ ଆର ଇ ଜି ଏ ନିମନ୍ତେ ୪ ଟି ,ବି ଏସ ଏସ ଓ ପାଖକୁ ୨ ଟି ଏବଂ ଘର ବାବଦରେ ବି ପି ସି ପାଖକୁ ୧୦ ଟି ଅଭିଯୋଗ ଆସିଥିଲା ।ସମୁଦାୟ ୧୬ ଟି ଅଭିଯୋଗର ଶୁଣାଣି କରାଯାଇଥିଲା ।ଭଇଁଶାଦାନି ପଞ୍ଚାୟତର ଜନଶୁଣାଣୀ ବ୍ଲକ ସଭାଗୃହରେ କିମ୍ବା ଅନ୍ୟ କେଉଁଠି କରାନଯାଇ ସେହି ପଞ୍ଚାୟତର ପଞ୍ଚାୟତ କାର୍ଯ୍ୟାଳୟରେ କରିବାକୁ ପଞ୍ଚାୟତ ବାସି ଆଗ୍ରହ ପ୍ରକାଶ କରୁଥିବା ସୂଚନା ମିଳୁଛି ।