-+91-9937148622 |
prerana_bgr@rediffmail.com |
Monday 6th July 2026 |
R.N.I. Regd No. ODIODI/2010/46693
Breaking News
08-Jan-2024
ବୀରମହାରାଜପୁର,( ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଳକ ପ୍ରଶାସନ ଅବହେଳା ଓ ପ୍ରଚାର ପ୍ରସାର ଦିଗରେ ଗୁରୁତ୍ବ ଦିଆ ନ ଯିବା କାରଣରୁ ବ୍ଳକ ସ୍ତରୀୟ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ରେ ଅଧିକାରୀ ଙ୍କ ଉପସ୍ଥିତି ଅଧିକ ରହିଥିବା ବେଳେ ଲୋକଙ୍କ ସଂଖ୍ୟା କମ୍ ଦେଖିବାକୁ ମିଳିଛି। ସୋମବାର ବୀରମହାରାଜପୁର ସଭାଗୃହ ଠାରେ ବ୍ଳକ ସ୍ତରୀୟ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିରରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା , ବୀରମହାରାଜପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଘୁନାଥ ପାଣିଗ୍ରାହୀଙ୍କ , ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଅଶ୍ଵିନୀ କୁମାର ମେହେର , ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ଃ ଦୁର୍ଗା ଦାସ ,ବୀରମହାରାଜପୁର ଉପଖଣ୍ଡ ପୋଲିସ ଅଧିକାରୀ ବାସୁଦେବ ଛର୍ତିଆ ,ସିଏସ ଓ ସୁରେଶ ପାଣିଗ୍ରାହୀ, ଶ୍ରମ ଅଧିକାରୀ ଡିଲେଶ୍ଵର ଖାକା, ପଞ୍ଚାୟତ ଅଧିକାରୀ ଅର୍ଜୁନ ମାଝୀ, ମଙ୍ଗଳ ଅଧିକାରୀ ଅଚ୍ୟୁତାନନ୍ଦ ସିଂ, ସାମାଜିକ ସୁରକ୍ଷା ଅଧିକାରୀ ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀ, ଶିଶୁ ସୁରକ୍ଷା ଅଧିକାରୀ କ୍ଷିରୋଦ ବିଶ୍ଵାଳ ସମେତ ଗୁରୁତ୍ବପୂର୍ଣ୍ଣ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। ୧୫ ଗୋଟି ପଞ୍ଚାୟତର ବିଭିନ୍ନ ଗ୍ରାମରୁ ମାତ୍ର ୫୯ ଜଣ ଲୋକ ଉକ୍ତ ଶିବିରରେ ଅଭିଯୋଗ ପାଇଁ ପଞ୍ଜିକରଣ କରିଥିଲେ। ସେଥି ମଧ୍ୟରୁ ୪୩ ଗୋଟି ସାମୂହିକ ରହିଥିବା ବେଳେ ୧୬ ଗୋଟି ଅଭିଯୋଗ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠି ରୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ରହିଥିଲା। ଏବଂ ଉଫୁଲା ପଞ୍ଚାୟତର ୩ ଜଣଙ୍କୁ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ବିକଳାଙ୍ଗ ଓ ବାର୍ଦ୍ଧକ୍ୟ ଭତ୍ତା ପ୍ରଥମ କିସ୍ତି ପ୍ରଦାନ କରାଯାଇଥିଲା। ତେବେ ବ୍ଳକ୍ ପ୍ରଶାସନ ଅବହେଳା ଓ ଅନେକ ଗୁରୁତ୍ତ୍ୱପୂର୍ଣ ଅଭିଯୋଗ ଆସିବା ଜାଣିବାକୁ ପାଇଁ ବ୍ଳକ ପ୍ରଶାସନ ପ୍ରସାର ଦିଗରେ ଗୁରୁତ୍ବ ଦେଇ ନଥିବା ବିଭିନ୍ନ ସ୍ଥାନରେ ଆଲୋଚନା ହେଉଛି।