-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
06-Jan-2024
କଣ୍ଟାମାଳ(ଜୟ କୁମାର ମହାରଣାଙ୍କ ରିପୋର୍ଟ ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପଲଶାଗୋରା ମିଳିତ ଗ୍ରାମ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି | ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସଂଜୀବ କୁମାର ପ୍ରହରାଜ କ୍ରୀଡା ପତାକା ଉତ୍ତୋଳନ କରି ଉଦଘାଟନ କରିବା ପରେ ଛାତ୍ରଛାତ୍ରୀ ମାନଙ୍କୁ ଖେଳରେ ଭାଗ ନେବା ପାଇଁ ପ୍ରେରଣା ଦେଇଥିଲେ | ଏଥିରେ ବିଦ୍ୟାଳୟ ର କ୍ରୀଡା ଶିକ୍ଷକ ଅରୁଣ କୁମାର ଖଟୁଆ ଖେଳ ପରିଚାଳନା
କରିଥିବା ବେଳେ ଖେଳ ଶିକ୍ଷକ ପଞ୍ଚାନନ ପ୍ରଧାନ ଓ ସୁଦାମ ମିଶ୍ର ସହଯୋଗ କରିଥିଲେ | ଛାତ୍ରଛାତ୍ରୀ ମାନେ ଦୌଡ଼, ଡିଆଁ, ଡ଼ିସକଶଥ୍ରୋ ଭଳି ବିଭିନ୍ନ ବିଭାଗ ରେ ଭଗନେଇଥିଲେ |ଏହି ଉତ୍ସବରେ ବିଦ୍ୟାଳୟ ର ଶିକ୍ଷୟତ୍ରୀ ନିରୁପମା ମହାପାତ୍ର, ଶିକ୍ଷକ ଉମାକାନ୍ତ ପରିଡା, ଯସ୍ମିତା ସ୍ମିତା ଦେବୀ, ସଙ୍ଗୀତା ଦଣ୍ଡେସ, ରାଜେନ୍ଦ୍ର ମାଝୀ, ପ୍ରଣବ ଦିଗାଲ, ସୋନାଲି ପ୍ରିୟଦର୍ଶିନୀ,ରିଙ୍କୁ ଝାଙ୍କର , ସନତ ରଣା, ଚିନ୍ମୟ ସାହୁ, ମିଥୁନ୍ ନାଏକ, ହରପ୍ରିୟା ମହଲା, ଗୀତାଞ୍ଜଳି ସୁନା, ପ୍ରହଲ୍ଲାଦ ବସ୍ତିଆ ଆଦି ସହଯୋଗ କରିଥିଲେ |