-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
06-Jan-2024
ଆଜି ସକାଳେ ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ବନ୍ଧ୍ ପଡା ଥାନା ମlକିଆମୁଣ୍ଡା ଗାଁ ର କାଳିନ୍ଦୀ ତାଣ୍ଡି (40) ନିଜ ବାଇକ୍ ରେ କୌଣସି କାମରେ ମାଟୁପାଲି ଗାଁ କୁ ଯାଉଥିବା ସମୟରେ ଖଲିଆପାଲି ଗାଁ କୁକୁଡା ଫାର୍ମ ନିକଟରେ ଏକ ଅଟୋ ରିକ୍ସା ସହ ମୁହାଁମୁହିଁ ଧକ୍କା ହୋଇଥିଲା l ଦୁର୍ଘଟଣା ଘଟାଇ ଅଟୋ ରିକ୍ସା ଟି ଘଟଣାସ୍ଥଳ ରୁ ଫେରାର୍ ମରିଥିଲା l ଏହି ଦୁର୍ଘଟଣା ରେ କାଳିନ୍ଦୀଙ୍କ ହାତ ଭାଙ୍ଗି ଯାଇଛି ଓ ଦେହର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଛି l l ଆହତ କାଳିନ୍ଦୀଙ୍କୁ ୧୦୮ ଆମ୍ବୁଲାନ୍ସରେ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲ ର ଅସ୍ଥିସଲ୍ୟ ବିଭାଗରେ ଭର୍ତି କରାଯାଇଛି l