-+91-9937148622 |
prerana_bgr@rediffmail.com |
Saturday 7th March 2026 |
R.N.I. Regd No. ODIODI/2010/46693
Breaking News
05-Jan-2024
ବଲାଙ୍ଗିର(ସନ୍ତୋଷ କୁମାର ଠାକୁର ): ଗତ ଗୁରୁବାର ଦିନ ବଲାଙ୍ଗିର ସ୍ଥିତ କଲେଜ ଛକ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ତାର 28 ତମ ବାର୍ଷିକ ଉତ୍ସବ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଚି। ସ୍କୁଲ ପରିସରରେ ନିର୍ମିତ ଏକ ସୁଶୋଭିତ ମଞ୍ଚ ରେ ଅନୁଷ୍ଠିତ ଥିଲାବେଳେ ମୁଖ୍ୟଅତିଥି ଭାବରେ ବଲାଙ୍ଗିର ଅତିରିକ୍ତ ଜିଲାପାଳ ଲମ୍ବୋଧର ଧରୁଆ ଯୋଗଦେଇ ଥିଲେ ସମ୍ମାନିତ ଅତିଥି ଭାବେ ଅଖିଳ ଭାରତୀୟ ମାରୱାଡି ମହିଳା ସମ୍ମେଳନ ଉତ୍କଳ ପ୍ରାନ୍ତର ଅଧ୍ୟକ୍ଷା ବବିତା ଅଗ୍ରୱାଲ, ମୁଖ୍ଯବକ୍ତା ରୂପେ ଉପସଭାପତି ଶିକ୍ଷା ବିକାଶ ସମିତି ଓଡିଶା ପ୍ରଦୀପ କୁମାର ସାହୁ ଯୋଗଦେଇଥିଲେ, କାର୍ଯ୍ୟକ୍ରମ ଟିକୁ ସ୍କୁଲ ପରିଚାଳନା କମିଟି ସଭାପତି ସୁନୀଲ କୁମାର ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ପରିଚାଳନା ସମିତିର ସମ୍ପାଦକ ଅଶୋକ କୁମାର ମିଶ୍ର ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ କରି ଥିବା ବେଳେ ପ୍ରଧାନ ଆଚାର୍ଯ୍ଯ ରବିନ୍ଦ୍ର କୁମାର ମିଶ୍ର ଅତିଥି ପରିଚୟ ବିବରଣୀ ପାଠ କରିଥିଲେ। ପ୍ରଥମରେ ପ୍ରଦୀପ ପ୍ରଜ୍ଵଳନ ବନ୍ଦନା ରେ ମାତୃ ସରସ୍ଵତୀ ଓ ଗୁରୁ ବନ୍ଦନା ପରେ ସ୍ଵାଗତ ସଙ୍ଗୀତ ରେ ବେଦ ପାଠ ସଭା କାର୍ଯ୍ୟ ହୋଇଥିଲା। କୃତି ପ୍ରତିଯୋଗୀ ଶିଶୁ ଓ ଅନ୍ୟ ପୁରସ୍କାର ପ୍ରଦାନ ରେ ରତ୍ନ ଗୁରୁମା ଓ ବିନାୟକ ଷଡଙ୍ଗୀ ସହଯୋଗ କରିଥିଲେ। ଧନ୍ୟବାଦ ଅର୍ପଣ କରିଥିଲେ କୋଷାଧ୍ୟକ୍ଷ ନୀଳାଚଳ ଚିରଗୁନ। ପରେ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ବିଦ୍ୟାମନ୍ଦିର ଛାତ୍ରଛାତ୍ରୀ ଗୁରୁଜୀ ଗୁରୁମା ସହଯୋଗ ରେ ମନୋଜ୍ଞ ପରିବେଶ ମଧ୍ୟରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅଭିଭାବକ ଓ ମାତୃଶକ୍ତିର ଉପସ୍ଥିତି ରେ କାର୍ଯ୍ୟକ୍ରମ ସମ୍ପାଦନ ହୋଇଥିଲା।