-+91-9937148622 |

prerana_bgr@rediffmail.com |

  Wednesday 8th July 2026 |

| | | |

R.N.I. Regd No. ODIODI/2010/46693

Breaking News

ପୋଲିସର ନିଦ ହଜାଇ ଦେଇଛି ୨୮ ରାଉଣ୍ଡ୍ ଗୁଳି ଚାଳନା    (08-Jul-2026)       ||      ଶହୀଦ୍ ପୀଠରେ ବୃକ୍ଷରୋପଣ ।   (08-Jul-2026)       ||      ତାଳଜୁରି ଆଦିବାସୀ ଉଚ୍ଚ ବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ   (08-Jul-2026)       ||      ବନ ମହୋତ୍ସବ ପାଳନ ଅବସରରେ ବୃକ୍ଷ ରୋପଣ କାର୍ଯ୍ଯକ୍ରମ   (07-Jul-2026)       ||      ବର୍ଷାରେ ଭାଙ୍ଗିଲା ନିମ୍ନମାନର ନଦୀଆଡିବନ୍ଧ   (07-Jul-2026)       ||      ଟାଉନ ବାଳିକା ଓ ବାଳକ ବିଦ୍ୟାଳୟ ରେ ସମସ୍ୟା ଶୁଣିଲେ ନରସିଂହ♦️ ପରୀକ୍ଷା ଫଳ ଓ ଉପସ୍ଥାନ ସନ୍ତୋଷଜନକ   (07-Jul-2026)       ||      ଏସ୍‌.ଆଇ.ଆର୍ ର ସୁପରିଚାଳନା ପାଇଁ ଉପଜିଲ୍ଲାପାଳଙ୍କୁ ସାକ୍ଷାତ କଲା ବଲାଙ୍ଗୀର ସିଭିଲ ସୋସାଇଟି   (07-Jul-2026)       ||      ଏସ୍‌.ଆଇ.ଆର୍ ର ସୁପରିଚାଳନା ପାଇଁ ଉପଜିଲ୍ଲାପାଳଙ୍କୁ ସାକ୍ଷାତ କଲା ବଲାଙ୍ଗୀର ସିଭିଲ ସୋସାଇଟି   (07-Jul-2026)       ||      *ଅଙ୍ଗନୱାଡି ଘରର ଅବସ୍ଥା ଦେଖି ପିଲାଙ୍କୁ ନେଇଗଲେ ଅଭିଭାବକ , ମରାମତି ନ ହେବା ଯାଏଁ ପିଲାଙ୍କୁ ଅଙ୍ଗନୱାଡି ନ ଛାଡ଼ିବା ପାଇଁ ନିଷ୍ପତି*   (07-Jul-2026)       ||      ବରପାଲିରେ ‘ପ୍ଲାଣ୍ଟ ପାରାଡାଇଜ’ ନର୍ସରୀର ଶୁଭ ଉଦଘାଟନ   (07-Jul-2026)       ||      ମଦ ଦୋକାନ ସ୍ଥାନାନ୍ତର ଦାବି ରେ ରାସ୍ତାରୋକ   (06-Jul-2026)       ||      ପୁରୀରେ ରଥଯାତ୍ରା ପାଇଁ ପାନୀୟ ଜଳ ବ୍ୟବସ୍ଥାର ସମୀକ୍ଷା, ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ କ୍ଷେତ୍ର ପରିଦର୍ଶନ♦️୪୨ ଏମଏଲଡି ଜଳ ବିଶୋଧନ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା   (06-Jul-2026)       ||      ପୁଇଁତଲା ମୁଖ୍ୟ ନାଳ ଅବରୋଧ, ଜଳବନ୍ଦୀ ରେ ଗୃହ...   (06-Jul-2026)       ||      ବିଶାଲପାଳି ସ୍କୁଲରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ   (06-Jul-2026)       ||      ବୁରୋଗlଢ଼ରେ ବାରମ୍ବାର ବନ୍ୟା ଯୋଗୁଁ ଜାତାୟତ ଠପ୍   (06-Jul-2026)       ||      *ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ*   (06-Jul-2026)       ||      ବଲାଙ୍ଗିର ଜିଲ୍ଲାରେ ରେଭୁନ୍ୟୁ ବିଭାଗର ବଦଳିରେ ହେରାଫେରି... ଚର୍ଚ୍ଚାରେ ତ୍ରିପାଠୀ ବାବୁ   (06-Jul-2026)       ||      କଳିଙ୍ଗ ଭାଷା ମୁକ୍ତମଞ୍ଚ ପକ୍ଷରୁ କଫି ବ୍ରେକ୍ କାର୍ଯ୍ୟକ୍ରମ♦️ ଓଡ଼ିଆ କବିତାର ବର୍ଷାରେ ଭିଜିଲେ ଯୁବ ପିଢ଼ି    (05-Jul-2026)       ||      ସମାଜ ଖବକାଗଜ ପକ୍ଷରୁ ବ୍ଲକ ସ୍ତରୀୟ ଚିତ୍ରାଙ୍କନ ଓ କ୍ଵିଜ ପ୍ରତିଯୋଗିତା ଅନୁଷ୍ଠିତ   (05-Jul-2026)       ||      ବର୍ଷାକୁ ଖାତିର କଲେ ନି♦️ ଚିତ୍ରାଙ୍କନ ଓ କୁଇଜ୍‌ ପରୀକ୍ଷା ଦେଲେ ୭୮ଜଣ   (05-Jul-2026)       ||     

HOME   ଜିଲ୍ଲା

ବସ୍‌ ଧକ୍କାରେ ଛାତ୍ର ମୃତ : ସମ୍ବଲପୁରରେ ତୀବ୍ର ଉତ୍ତେଜନା

05-Jan-2024



ସମ୍ବଲପୁର : (ସଂଜୀବ ପାଣିଗ୍ରାହୀ )
 ସମ୍ବଲପୁର ସହରରେ ଆଜି ସଂଧ୍ୟାରେ ଏକ ଘରୋଇ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ସ୍କୁଲ୍‌ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଛାତ୍ରଜଣକ ସ୍କୁଟିରେ ଯାଉଥିଲା ବେଳେ ଟାଉନ୍‌ ଥାନା ଅଧୀନ ମୁଦିପଡ଼ା ସ୍ଥିତ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ କାର୍ଯ୍ୟାଳୟ ସମ୍ମୁଖରେ ବସ୍‌ଟି ତାଙ୍କୁ ଧକ୍କା ଦେଇ କିଛି ଦୂର ଘୋଷଡ଼ି ନେଇଥିଲା। ଏଥିରେ ଘଟଣାସ୍ଥଳରେ ହିଁ ଛାତ୍ରଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ଏହି ଘଟଣାକୁ କେନ୍ଦ୍ର କରି ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଜନତା ବସ୍‌କୁ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇବାକୁ ଉଦ୍ୟମ କରିଥିଲେ। ପୁଲିସ ଠିକଣା ସମୟରେ ପହଂଚିଯିବାରୁ ଏହା ବିଫଳ ହୋଇଥିଲା। ପ୍ରବଳ ପଥରମାଡ଼, ପାଟିତୁଣ୍ଡ ମଧ୍ୟରେ ପୁଲିସ କୌଣସିମତେ ଉତ୍ତ୍ୟକ୍ତ ଜନତାଙ୍କ ଘେରରୁ ଦୁର୍ଘଟଣା ଘଟାଇଥିବା ବସ୍‌କୁ ଉଦ୍ଧାର କରି ସହର ବାହାରକୁ ନେଇଯାଇଥିଲା। କ୍ରମଶଃ ଭିନ୍ନମୋଡ଼ ନେଉଥିବା ଉତ୍ତେଜନା ନିୟନ୍ତ୍ରଣକୁ ଆଣିବା ଲାଗି ପୁଲିସକୁ ଲାଠିଚାର୍ଜ କରିବାକୁ ପଡ଼ିଥିଲା। ଗଣ୍ଡଗୋଳ ସହ ସଂପୃକ୍ତ କିଛି ଯୁବକଙ୍କୁ ପୁଲିସ ଥାନାକୁ ନେଇ ଅଟକ ରଖିଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ସମ୍ବଲପୁର ଗୁରୁଦ୍ବାର ଛକର ଅରୁଣ ନାୟକଙ୍କ ପୁଅ ଦିଶାନ୍ତ ନାୟକ ଓରଫ ରୋନକ (୧୩) କେନ୍ଦ୍ରୀୟ ବିଦ୍ୟାଳୟରେ ୯ମ ଶ୍ରେଣୀରେ ପାଠ ପଢ଼ୁଥିଲେ। ସେ ଆଜି ସଂଧ୍ୟା ପ୍ରାୟ ସାଢେ ୭ଟା ସମୟରେ ସ୍କୁଟିରେ ମୁଦିପଡ଼ାରୁ କୁଂଜେଲପଡ଼ା ଆଡ଼କୁ ଯାଉଥିଲା ବେଳେ ମୁଦିପଡ଼ା ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ କାର୍ଯ୍ୟାଳୟ ସମ୍ମୁଖରେ ବସ୍‌ଟି ତାଙ୍କୁ ପଛରୁ ଧକ୍କା ଦେଇ ଘେଶଷାଡ଼ି ନେଇଥିଲା। ଏଥିରେ ଘଟଣାସ୍ଥଳରେ ହିଁ ରୋନକଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ଖବର ଶୁଣି ସ୍ଥାନୀୟ ଅଞ୍ଚଳବାସୀ ଘଟଣାସ୍ଥଳରେ ପହଞ୍ଚିବା ପରେ ଉତ୍ତେଜନା ଦେଖାଦେଇଥିଲା। ଘଟଣାସ୍ଥଳରୁ ବସ୍‌(ଓଡି ୧୧ ବି ୬୬୬୧)ଟି ଫେରାର ହେବାକୁ ଚେଷ୍ଟା କରୁଥିବା ବେଳେ ଉତ୍ତ୍ୟକ୍ତ ଲୋକେ କଚେରି ଛକ ନିକଟରେ ଏହାକୁ ଘେରି ଯାଇଥିଲେ। ବସ୍‌କୁ ଭଙ୍ଗାରୁଜା କରିବା ସମୟରେ ପୁଲିସ ପହଞ୍ଚି ଅଟକାଇଥିଲା। ସ୍ଥିତି ନିୟନ୍ତ୍ରଣକୁ ଆଣିବା ପାଇଁ ପୁଲିସ ଲୋକଙ୍କ ଉପରେ ଲାଠିଚାର୍ଜ କରିବା କରିବା ସହ ବସ୍‌କୁ ଜବତ କରିଥିଲା। ଏକାଧିକ ଲୋକ ଏଥିରେ ଆହତ ହୋଇଥିଲେ। ଇତିମଧ୍ୟରେ ବସ୍‌କୁ ପୁଲିସ ଚାଉଁରପୁର ବ୍ରିଜ୍‌ ଦେଇ ବୁର୍ଲା ଥାନାକୁ ନେଇଯାଇଥିଲା। ପରେ ଡାକ୍ତରଖାନା ପରିସରରେ ମୃତଦେହ ପାଖରେ ଉତ୍ତେଜନା ଦେଖାଦେଇଥିଲା। କିଛି ସମୟ ପରେ ଉତ୍ତ୍ୟକ୍ତ ଲୋକେ ଟାଉନ୍‌ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ପୁଲିସ ବିରୋଧରେ ସ୍ଲୋଗାନ ଦେଇଥିଲେ। ଅତିରିକ୍ତ ଏସ୍‌ପି ହରେଶ ପାଣ୍ଡେଙ୍କ ସମେତ ସଦର ଏସ୍‌ଡିପିଓ ବୁଝାସୁଝା କରି ନିରାଶ ହୋଇଥିଲେ।
ଉତ୍ତ୍ୟକ୍ତ ଲୋକେ ପ୍ରଥମେ ଟାଉନ୍‌ ଥାନା ସମ୍ମୁଖରେ ରାସ୍ତାରୋକ କରିଥିଲେ। କିଛି ସମୟ ପରେ ଲକ୍ଷ୍ମୀଟକିଜ୍‌ ଛକକୁ ଘେରି ନେଇଥିଲେ। ଗାଡ଼ିମଟର ଚଳାଚଳ ବନ୍ଦ ହୋଇଯାଇଥିଲା। ବସ୍‌ଟି ସନ୍ଧ୍ୟା ସମୟରେ ସହର ଭିତରକୁ ପ୍ରବେଶ କରିବା ଘଟଣା ପ୍ରତିବାଦ‌ରେ ଉତ୍ତେଜନା ବଢ଼ିଥିଲା। ଫଳରେ ପୁଲିସ ପୁଣି ମୃଦୁ ଲାଠିଚାଳନା କରିଥିଲା। ମୁଦିପଡ଼ା ଛକରେ ମଧ୍ୟ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଦୁର୍ଘଟଣା ଘଟାଇଥିବା ବସ୍‌କୁ ଜବତ କରାଯାଇଥିବା ବେଳେ ଗାଡ଼ି ଚାଳକଙ୍କୁ ଅଟକ ରଖାଯାଇଥିବା ଅତିରିକ୍ତ ଏସ୍‌ପି ଶ୍ରୀ ପାଣ୍ଡେ କହିଛନ୍ତି। ଅନ୍ୟପଟେ ନ୍ୟାୟ ନ ମିଳିଲେ ଆସନ୍ତାକାଲି ସମ୍ବଲପୁର ବନ୍ଦ କରିବୁ ବୋଲି ଉତ୍ତ୍ୟକ୍ତ ଲୋକେ ଚେତାବନୀ ଦେଇଛନ୍ତି। ଉତ୍ତେଜନା ସ୍ଥଳରୁ ପୁଲିସ କିଛି ଲୋକଙ୍କୁ ଉଠାଇ ନେଇ ଅଟକ ରଖିଥିବା ଜଣାପଡ଼ିଛି  ।


News Comment




Photo in News

Advertisment
Lastest News
  ଜିଲ୍ଲା  
ପୋଲିସର ନିଦ ହଜାଇ ଦେଇଛି ୨୮ ରାଉଣ୍ଡ୍ ଗୁଳି ଚାଳନା   08-Jul-2026
  ଜିଲ୍ଲା  
ଶହୀଦ୍ ପୀଠରେ ବୃକ୍ଷରୋପଣ ।   08-Jul-2026
  ଜିଲ୍ଲା  
ତାଳଜୁରି ଆଦିବାସୀ ଉଚ୍ଚ ବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ   08-Jul-2026
  ଜିଲ୍ଲା  
ବନ ମହୋତ୍ସବ ପାଳନ ଅବସରରେ ବୃକ୍ଷ ରୋପଣ କାର୍ଯ୍ଯକ୍ରମ   07-Jul-2026
  ଜିଲ୍ଲା  
ବର୍ଷାରେ ଭାଙ୍ଗିଲା ନିମ୍ନମାନର ନଦୀଆଡିବନ୍ଧ   07-Jul-2026
  ଜିଲ୍ଲା  
ଟାଉନ ବାଳିକା ଓ ବାଳକ ବିଦ୍ୟାଳୟ ରେ ସମସ୍ୟା ଶୁଣିଲେ ନରସିଂହ♦️ ପରୀକ୍ଷା ଫଳ ଓ ଉପସ୍ଥାନ ସନ୍ତୋଷଜନକ   07-Jul-2026
  ଜିଲ୍ଲା  
ଏସ୍‌.ଆଇ.ଆର୍ ର ସୁପରିଚାଳନା ପାଇଁ ଉପଜିଲ୍ଲାପାଳଙ୍କୁ ସାକ୍ଷାତ କଲା ବଲାଙ୍ଗୀର ସିଭିଲ ସୋସାଇଟି   07-Jul-2026
ଏସ୍‌.ଆଇ.ଆର୍ ର ସୁପରିଚାଳନା ପାଇଁ ଉପଜିଲ୍ଲାପାଳଙ୍କୁ ସାକ୍ଷାତ କଲା ବଲାଙ୍ଗୀର ସିଭିଲ ସୋସାଇଟି   07-Jul-2026
  ଜିଲ୍ଲା  
*ଅଙ୍ଗନୱାଡି ଘରର ଅବସ୍ଥା ଦେଖି ପିଲାଙ୍କୁ ନେଇଗଲେ ଅଭିଭାବକ , ମରାମତି ନ ହେବା ଯାଏଁ ପିଲାଙ୍କୁ ଅଙ୍ଗନୱାଡି ନ ଛାଡ଼ିବା ପାଇଁ ନିଷ୍ପତି*   07-Jul-2026
  ଜିଲ୍ଲା  
ବରପାଲିରେ ‘ପ୍ଲାଣ୍ଟ ପାରାଡାଇଜ’ ନର୍ସରୀର ଶୁଭ ଉଦଘାଟନ   07-Jul-2026
  ଜିଲ୍ଲା  
ମଦ ଦୋକାନ ସ୍ଥାନାନ୍ତର ଦାବି ରେ ରାସ୍ତାରୋକ   06-Jul-2026
  ଜିଲ୍ଲା  
ପୁରୀରେ ରଥଯାତ୍ରା ପାଇଁ ପାନୀୟ ଜଳ ବ୍ୟବସ୍ଥାର ସମୀକ୍ଷା, ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ କ୍ଷେତ୍ର ପରିଦର୍ଶନ♦️୪୨ ଏମଏଲଡି ଜଳ ବିଶୋଧନ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା   06-Jul-2026

You Might Also Like