-+91-9937148622 |
prerana_bgr@rediffmail.com |
Wednesday 15th July 2026 |
R.N.I. Regd No. ODIODI/2010/46693
Breaking News
29-Dec-2023
ପାଟଣାଗଡ଼(ପୂର୍ଣ ଶଶୀ ଶେଖର ରାଓ ): ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ସୁଲେକେଲା ଠାରେ ଅନୁଷ୍ଠିତ ହୋଇଥିବା ୩୨ ତମ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା।
ଏଥିରେ ମୁଖ୍ୟ ଅତିଥି ଭାବେ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର ଯୋଗଦେଇ କାର୍ଯ୍ୟର ଶୁଭାରମ୍ଭ କରିଥିଲେ। ଉକ୍ତ ପ୍ରତିଯୋଗିତାରେ ୮ ଟି ଦଳ ଅଂଶଗ୍ରହଣ କରିଥିବା ବେଳେ ଜୁରାବନ୍ଦ ଓ ବଲାଙ୍ଗିର
ଦଳ ମଧ୍ୟରେ ସଂଘର୍ଷ ହୋଇଥିଲା। ବଲାଙ୍ଗିର ଦଳକୁ ଚାରୋଟି ଗୋଲ୍ ଦେଇ ଜୁରାବନ୍ଦ ଦଳ ରେକର୍ଡ ବିଜୟ ହାସଲ କରିଛନ୍ତି।ବିଜୟୀ ଦଳକୁ ମୁଖ୍ୟ ଅତିଥି ଦ୍ବାରା ୨୨୨୨୨ ଟଙ୍କା ଦିଆଯାଇଥିବା ବେଳେ କପ୍ ପ୍ରଦାନ କରାଯାଇଛି ଓ ପରାଜୟ ଦଳକୁ ୧୫୦୫୧ ଟଙ୍କା ସହ କପ୍ ପ୍ରଦାନ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ପାଟଣାଗଡ଼ ବିଧାୟକ ଙ୍କ ପ୍ରତିନିଧି କୁମୁଦ ମହାଖୁଡ (ବାପି), ସୁଲେକେଲା ସରପଞ୍ଚ ଶ୍ୟାମ ସୁନ୍ଦର ଚିରାଙ୍ଗୁନ,ମୋହନ ସୁନ୍ଦର ବୁଡେକ, ମହେନ୍ଦ୍ର ବୁଡେକ, କଲେଜ ଅଧ୍ୟକ୍ଷ ସହସ୍ରାଂଶୁ ହୋତା , ପ୍ରଦୀପ କୁମାର ବୁଡେକ,ମାନସ କୁମାର ପାଢ଼ୀ ମଞ୍ଚାସୀନ ରହି ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ। ଉକ୍ତ ପ୍ରତିଯୋଗିତାରେ ଦୁଷ୍ମନ୍ତ ସାହୁ, ଦୁଷ୍ମନ୍ତ ବେହେରା, ଡିସେମ୍ବର ଭୋଇ ଅମ୍ପଆୟ ଦାୟିତ୍ୱ ତୁଲାଇଥିଲେ। ଉକ୍ତ ପ୍ରତିଯୋଗିତା କମିଟିରେ ସଭାପତି ନରେଶ ମଲ୍ଳିକ ଓ ସମ୍ପାଦକ ହୃତାନନ୍ଦ ବୁଡେକ ରହିଥିବା ବେଳେ ସଦସ୍ୟ ଅମରେଶ ମଲ୍ଳିକ,ପଞ୍ଚାନନ ନାଏକ,
ଯଜ୍ଞେଶ୍ଵର ସାହୁ, ତାପସ ମଲ୍ଳିକ, ଅହଲ୍ଲାଦ ରଣା, ମନୋଜ ବାରିକ,ହେମରାଜ ବୁଡେକ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ଆହୁରି ସୁନ୍ଦର ଭାବେ ଖେଳି ରାଜ୍ୟରେ ନାଁ ରଖିବା ପାଇଁ ବିଧାୟକ ସରୋଜ କୁମାର ମେହେର ଉପଦେଶ ଦେଇଛନ୍ତି। ଉକ୍ତ ପ୍ରତିଯୋଗିତାର ମଜା ନେବା ପାଇଁ ବେଲପଡା ତଥା ଅନ୍ୟାନ୍ୟ ଅଞ୍ଚଳର ହଜାର ହଜାର ଦର୍ଶକଙ୍କ ସମାଗମ ରହୁଥିଲା।