-+91-9937148622 |

prerana_bgr@rediffmail.com |

  Friday 17th July 2026 |

| | | |

R.N.I. Regd No. ODIODI/2010/46693

Breaking News

ଅଘରିଆ ଜ୍ଯୋତି ଚତୁର୍ବିଂଶ ସଂସ୍କରଣ ଉନ୍ମୋଚନ    (16-Jul-2026)       ||      ବିଶ୍ଵର ସବୁଠାରୁ କ୍ଷୁଦ୍ର, ଛୋଟ,କୁନି ରଥ    (16-Jul-2026)       ||      ପୁରୀ ରଥଯାତ୍ରାରେ ସାମିଲ ହେଲେ ରାଜ୍ୟପାଳ   (16-Jul-2026)       ||      କଟକରେ ବିଭିନ୍ନ ସ୍ଥାନମାନଙ୍କରେ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ରାଣୀହାଟଠାରେ ଛେରା ପହଁରା କରିଲେ ଜିଲ୍ଲାପାଳ   (16-Jul-2026)       ||      କଟାପାଲି ଡିଗ୍ରୀ ମହାବିଦ୍ୟାଳୟ ରେ ଶକ୍ତି ଶ୍ରୀ କାର୍ଯ୍ୟକ୍ରମ   (16-Jul-2026)       ||      *ଡାବୁଗାଁ ରେ ପାଳିତ ହେଲା ଜଗନ୍ନାଥ ରଥଯାତ୍ରା*   (16-Jul-2026)       ||      ଅମୃତ ଭାରତ ଷ୍ଟେସନ ଯୋଜନାରେ ବରପାଲି ରେଳ ଷ୍ଟେସନ ସାମିଲ   (16-Jul-2026)       ||      *ଆର୍ ଏମ୍ ଡିଜିଟାଲ ଟିଭି ଉନ୍ମୋଚିତ*-   (16-Jul-2026)       ||      ଦିଗଶିରା ହାଇସ୍କୁଲରେ ନୂତନ ପରିଚାଳନା କମିଟି ଗଠିତ   (16-Jul-2026)       ||      ଲୋଇସିଂହା ଠାରେ ବିଜେପି 34 ନମ୍ବର ଜୋନ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ l    (16-Jul-2026)       ||      ଉତ୍କଳମଣି ଗୋପବନ୍ଧୁଙ୍କ ଶ୍ରାଦ୍ଧ ଦିବସ ପାଳିତ   (15-Jul-2026)       ||      ଗଜବନ୍ଧରେ ମଦ ମୃତ୍ୟୁ ! ଦୁଇ ଭାଇଙ୍କ ମୃତ୍ୟୁ   (15-Jul-2026)       ||      ନୂଆପଡ଼ା ଜିଲ୍ଲା ବର୍ଷୀୟାନ ଜନନାୟକ ସ୍ୱର୍ଗୀୟ ଘାସିରାମ ମାଝୀଙ୍କ ଜନ୍ମ ଜୟନ୍ତୀ ପାଳିତ   (15-Jul-2026)       ||      *ଜିଲ୍ଲା ସ୍ତରୀୟ ବିଶ୍ୱ ଜନ ସଂଖ୍ୟା ଦିବସ ପାଳିତ* -   (15-Jul-2026)       ||      ତେନ୍ତୁଳିଖୁଣ୍ଟି ବିଦ୍ୟାଳୟରେ ପରିଚାଳନା କମିଟି ଗଠନ   (15-Jul-2026)       ||      ଜନ୍ମଦିନରେ ସମର୍ଥକ କଲେ ରକ୍ତଦାନ ଶିବିର, ନେତା କଲେ ରୋଗୀଙ୍କୁ ଫଳ ବଣ୍ଟନ।   (15-Jul-2026)       ||      *ନବରଙ୍ଗପୁର ଜିଲ୍ଲା ରେ ସାମ୍ବାଦିକ ପରିଚୟ ଦେଇ ଚାନ୍ଦା ଆଦାୟ ଅଭିଯୋଗ*   (15-Jul-2026)       ||      ଅସ୍ଥାୟୀ ସୂଚନା କେନ୍ଦ୍ର ସ୍ଥାପନ, ପାରମ୍ପରିକ ଲୋକକଳା ପ୍ରଦର୍ଶନ, ସିଧା ପ୍ରସାରଣ ତଥା ଏଲଇଡି ସ୍କ୍ରିନ/ଡିସପ୍ଲେ ମାଧ୍ୟମରେ ଅଧିକରୁ ଅଧିକସଂଖ୍ୟକ ଜଗନ୍ନାଥପ୍ରେମୀଙ୍କ ନିକଟରେ ପହଞ୍ଚିବା ଉପରେ ଗୁରୁତ୍ୱାରୋପ   (15-Jul-2026)       ||      *କୁକୁଡ଼ା ଗାଲିରେ ଚଢ଼ଉ..୧୦ ବାଇକ୍ ଜବତ, ୬ ଗିରଫ*   (15-Jul-2026)       ||      ଜଗନ୍ନାଥଙ୍କ ନେତ୍ରୋସବ ଓ ନବଜୀବନ ଦର୍ଶନ   (15-Jul-2026)       ||     

HOME   ଜିଲ୍ଲା

ଆସନ୍ତା କାଲି ବୀର ମାଟି ରଣଭୂମି କୁଦୋପାଲି ଘାଟିରେ ଛବୀଳ ସାଏ ଜୟନ୍ତୀ ଓ ଐତିହାସିକ ଶ୍ରଦ୍ଧାଞ୍ଜଳି ସଭା।

29-Dec-2023



 

ସମ୍ବଲପୁର:-( ସଂଜୀବପାଣିଗ୍ରାହୀ)  - ଆସନ୍ତା କାଲି ୩୦ ତାରିଖ ଦିନ ବୀର ମାଟି ରଣଭୂମୀ କୁଦୋପାଲି ଠାରେ ବୀର ସଂଗ୍ରାମୀ ଛବିଳ ସାଏ ଜୟନ୍ତୀ ସହିତ ଐତିହାସିକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ ହୋଇଛି।

ଏହି ସଭାରେ ଛତିଶଗଡ ରାଜ୍ୟ ମାନ୍ୟବର ରାଜ୍ୟପାଳ ବିଶ୍ୱ ଭୂଷଣ ହରିଚନ୍ଦନ,କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦାନ କରୁଥିବା ବେଳେ ସମ୍ମାନୀତ ଅତିଥି ଭାବେ ପଦ୍ମଶ୍ରୀ ହଳଧର ନାଗ ଓ ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ,ବିରୋଧି ଦଳ ନେତା ଜୟାରାୟଣ ମିଶ୍ର,ରେଙ୍ଗାଲୀ ବିଧାୟକ ନାଉରୀ ନାୟକ ପ୍ରମୁଖ ଯୋଗଦାନ କରୁଛନ୍ତି।ଏଥିପାଇଁ ବୀରଭୂମି ଉତ୍ସବ ମୁଖର ହୋଇ ଉଠିଛି। ସକାଳେ ମା ସମଲେଶ୍ବରୀ ପୀଠରୁ ଏକ ବିରାଟ ମଶାଳ ଶୋଭାଯାତ୍ରା ବାହାରି ରଣଭୂମିରେ ପହଞ୍ଚିବ । ଛବିଳ ସାଏ ସ୍ମୃତି କମିଟି ପକ୍ଷରୁ ଆୟୋଜିତ ହେଉଥିବା କାର୍ଯ୍ୟକ୍ରମରେ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ବିଭିନ୍ନ ଦାୟିତ୍ୱରେ ରହିଛନ୍ତି।

      ବୀର ସୁରେନ୍ଦ୍ର ସାଏ ଇଂରେଜ ଶାସନ ବିରୁଦ୍ଧରେ ଖୋଲା ବିଦ୍ରୋହ କରିଥିଲେ ଆଉ ଗରିଲା ଯୁଦ୍ଧ ପାଇଁ ସଂଗ୍ରାମୀ ମାନଙ୍କୁ ପ୍ରସ୍ତୁତ କରିଥିଲେ। ତାଙ୍କର ଅନେକ ଘାଟି ଥିଲା-ଯାହା ଭିତରେ ଝରଘାଟି, ଗଡପାଟି ଓ ସମ୍ବଲପୁର ସହର ସଂଲଗ୍ନ କୁଦୋପାଲି ଘାଟି ଅନ୍ୟତମ। କୁଦୋପାଲି ଘାଟି ଦାୟିତ୍ୱରେ ଥିଲେ ସୁରେନ୍ଦ୍ର ସାଏ ଙ୍କ ଭାଇ ବୀର ଛବିଳ ସାଏ। ଇଂରେଜ ବାହିନୀ ୧୭ ଡିସେମ୍ବର ୧୮୫୭ରେ ଆକ୍ରମଣ କରନ୍ତି।କିନ୍ତୁ ଅଦମ୍ୟ ସାହସର ସହ ଲଢେ଼ଇ କରି ଇଂରେଜ ବାହିନୀ କୁ ଫେରି ଯିବା ପାଇଁ ବାଧ୍ୟ କରନ୍ତି ସଂଗ୍ରାମୀ ମାନେ।ସେଦିନ ଯୁଦ୍ଧରେ ଶହିଦ ହୁଅନ୍ତି, ୪ ଜଣ ସଂଗ୍ରାମୀ।
ଏପଟେ ପ୍ରତିଶୋଧ ର ନିଆଁ ଜଳୁ ଥାଏ  ବ୍ରିଟିଶ ଅଧିକାରୀଙ୍କ ମନରେ।ମାଡ୍ରାସ ଓ ନାଗପୁର ରୁ ସୈନ୍ୟ ମଗାନ୍ତି ସେମାନେ। ତାପରେ ୩୦ ଡିସେମ୍ବରର ସୂର୍ଯ୍ୟ ଉଦୟ ସମୟରେ ଅତର୍କିତ ଆକ୍ରମଣ କରି ଦିଅନ୍ତି ଅତ୍ୟାଧୁନିକ ଅସ୍ତ୍ର ଶସ୍ତ୍ର ରେ ସଜ୍ଜିତ ବ୍ରିଟିଶ ବାହିନୀ। ପ୍ରଚଣ୍ଡ ଶୀତ ପାଇଁ ପାହାଡ଼ ତଳେ ଆସି ବିଶ୍ରାମ ନେଉଥିବା ସୈନ୍ୟ ମାନେ କିଛି ବୁଝିବା ପୂର୍ବରୁ ବୀର ଛବିଳ ସାଏ ସମେତ ୫୩ ଜଣ ଟଳି ପଡନ୍ତି ଇଂରେଜଙ୍କ ଗୁଳି ରେ।ପାରମ୍ପରିକ ଅସ୍ତ୍ରଶସ୍ତ୍ର ନେଇ ଅଦମ୍ୟ ସାହସ ର ସହ ଲଢ଼ି ୫୩ ଜଣ ବୀରଗତି ପ୍ରାପ୍ତ ହୋଇଥିବା ସଂଗ୍ରାମୀଙ୍କ ମଧ୍ୟରୁ ୫ ଜଣ କୁଦୋପାଲି ଗ୍ରାମର ଥିଲେ।
୧୧ ଜଣଙ୍କୁ ଗିରଫ କରନ୍ତି। ୪ ଜଣଙ୍କୁ ଫାଶୀ ହୁଏ,୨ ଜଣଙ୍କୁ ୭ ବର୍ଷର କଠୋର ଜେଲ ଦଣ୍ଡ।
ମା, ମାଟି ପାଇଁ ସଂଗ୍ରାମ କରି ଯେଉଁ ମାଟିରେ ଆମର ବୀର ସନ୍ତାନ ମାନେ ବୀରଗତି ପ୍ରାପ୍ତ ହେଲେ,ଫାଶୀ ଦଣ୍ଡ ପାଇଲେ ସେ ରଣଭୂମି ଆମର ବୀରତ୍ବର ପ୍ରତୀକ।ବୀର ସଂଗ୍ରାମୀଙ୍କ ରକ୍ତରେ ରକ୍ତ ରଞ୍ଜିତ ସେ ମାଟି ଆମ ପାଇଁ ଚନ୍ଦନ ସଦୃଶ୍ୟ। ହେଲେ ଚିର ଅବହେଳିତ ହୋଇ ପଡିଛି କୁଦୋପାଲି ରଣଭୂମୀ ଶ୍ରୀକ୍ଷେତ୍ର।
 ସ୍ୱାଧୀନତା ପ୍ରାପ୍ତିର ୭୭ ବର୍ଷ ଭିତରେ ଏହି ବୀର ମାଟି ରଣଭୂମି କୁଦୋପାଲି ଘାଟି କୁ ଓ ଜୀବନ,ଯୌବନ ଦେଇଥିବା ବୀର ମାନଙ୍କୁ ଉପଯୁକ୍ତ ସମ୍ମାନ ମିଳି ପାରିନାହିଁ।
ଜଙ୍ଗଲ ପାହାଡ଼ ଭିତରେ ପ୍ରଚଣ୍ଡ ଖରା,ବର୍ଷା, ଶୀତ ଭିତରେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ନେଇ ଇଂରେଜ ବାହିନୀ ର ନିଦ ଯେଉଁମାନେ ହଜେଇ ଦେଇଥିଲେ,ସେହି ବୀର ସୁରେନ୍ଦ୍ର ସାଏ,ଛବିଳ ସାଏ,ଉଦନ୍ତ ସାଏ, ଘେଁସ ଜମିଦାର ମହାନ ସଂଗ୍ରାମୀ ଶହିଦ ମାଧୋ ସିଂ ଓ ତାଙ୍କ ପରିବାର ତଥା ଆଖପାଖର ଜମିଦାର ଓ ସଂଗ୍ରାମୀ ମାନେ ଏ ମାଟି ଓ ଜାତିର ଗର୍ବ ଓ ଗୌରବ। ଏ ବୀରତ୍ବର କାହାଣୀ କିନ୍ତୁ ଲୋକ ଲୋଚନ ବାହାରେ।ଏହି ପବିତ୍ର ରଣଭୂମି କୁଦୋପାଲି କୁ ଶହୀଦଙ୍କ ତୀର୍ଥକ୍ଷେତ୍ର ଓ ଏକ ପର୍ଯ୍ୟଟନ କେନ୍ଦ୍ରର ମାନ୍ୟତା ରହୁଛି। ରାଷ୍ଟ୍ରବାଦୀ ବିଚାର ଧାରାର ପ୍ରେରଣା କେନ୍ଦ୍ର ଭାବରେ ଏହାର ମାନ୍ୟତାକୁ କେହି ଅସ୍ୱୀକାର କରିବେନି।ଜାତି, ଭାଷା, ଧର୍ମ, ସଂସ୍କୃତି ଓ ରାଜନୀତିର ଉର୍ଦ୍ଧରେ ଉଠି ଏହି ରାଷ୍ଟ୍ରୀୟ ସ୍ତରର ଶହୀଦ ସ୍ମୃତି ପୀଠ ଏକ ନୂତନ ଇତିହାସ କିମ୍ବଦନ୍ତୀ ହୋଇଥିବାରୁ ରାଜ୍ୟ ଓ କେନ୍ଦ୍ର ସରକାର ଏଦିଗରେ ବିହୀତ ପଦକ୍ଷେପ ନେବେ ବୋଲି ଆଶା କରାଯାଉଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଅଘରିଆ ଜ୍ଯୋତି ଚତୁର୍ବିଂଶ ସଂସ୍କରଣ ଉନ୍ମୋଚନ   16-Jul-2026
  ଜିଲ୍ଲା  
ବିଶ୍ଵର ସବୁଠାରୁ କ୍ଷୁଦ୍ର, ଛୋଟ,କୁନି ରଥ   16-Jul-2026
  ଜିଲ୍ଲା  
ପୁରୀ ରଥଯାତ୍ରାରେ ସାମିଲ ହେଲେ ରାଜ୍ୟପାଳ   16-Jul-2026
  ଜିଲ୍ଲା  
କଟକରେ ବିଭିନ୍ନ ସ୍ଥାନମାନଙ୍କରେ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ରାଣୀହାଟଠାରେ ଛେରା ପହଁରା କରିଲେ ଜିଲ୍ଲାପାଳ   16-Jul-2026
  ଜିଲ୍ଲା  
କଟାପାଲି ଡିଗ୍ରୀ ମହାବିଦ୍ୟାଳୟ ରେ ଶକ୍ତି ଶ୍ରୀ କାର୍ଯ୍ୟକ୍ରମ   16-Jul-2026
  ଜିଲ୍ଲା  
*ଡାବୁଗାଁ ରେ ପାଳିତ ହେଲା ଜଗନ୍ନାଥ ରଥଯାତ୍ରା*   16-Jul-2026
  ଜିଲ୍ଲା  
ଅମୃତ ଭାରତ ଷ୍ଟେସନ ଯୋଜନାରେ ବରପାଲି ରେଳ ଷ୍ଟେସନ ସାମିଲ   16-Jul-2026
  ଜିଲ୍ଲା  
*ଆର୍ ଏମ୍ ଡିଜିଟାଲ ଟିଭି ଉନ୍ମୋଚିତ*-   16-Jul-2026
  ଜିଲ୍ଲା  
ଦିଗଶିରା ହାଇସ୍କୁଲରେ ନୂତନ ପରିଚାଳନା କମିଟି ଗଠିତ   16-Jul-2026
  ଜିଲ୍ଲା  
ଲୋଇସିଂହା ଠାରେ ବିଜେପି 34 ନମ୍ବର ଜୋନ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ l   16-Jul-2026
  ଜିଲ୍ଲା  
ଉତ୍କଳମଣି ଗୋପବନ୍ଧୁଙ୍କ ଶ୍ରାଦ୍ଧ ଦିବସ ପାଳିତ   15-Jul-2026
  ଜିଲ୍ଲା  
ଗଜବନ୍ଧରେ ମଦ ମୃତ୍ୟୁ ! ଦୁଇ ଭାଇଙ୍କ ମୃତ୍ୟୁ   15-Jul-2026

You Might Also Like