-+91-9937148622 |

prerana_bgr@rediffmail.com |

  Friday 17th July 2026 |

| | | |

R.N.I. Regd No. ODIODI/2010/46693

Breaking News

ଅଘରିଆ ଜ୍ଯୋତି ଚତୁର୍ବିଂଶ ସଂସ୍କରଣ ଉନ୍ମୋଚନ    (16-Jul-2026)       ||      ବିଶ୍ଵର ସବୁଠାରୁ କ୍ଷୁଦ୍ର, ଛୋଟ,କୁନି ରଥ    (16-Jul-2026)       ||      ପୁରୀ ରଥଯାତ୍ରାରେ ସାମିଲ ହେଲେ ରାଜ୍ୟପାଳ   (16-Jul-2026)       ||      କଟକରେ ବିଭିନ୍ନ ସ୍ଥାନମାନଙ୍କରେ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ରାଣୀହାଟଠାରେ ଛେରା ପହଁରା କରିଲେ ଜିଲ୍ଲାପାଳ   (16-Jul-2026)       ||      କଟାପାଲି ଡିଗ୍ରୀ ମହାବିଦ୍ୟାଳୟ ରେ ଶକ୍ତି ଶ୍ରୀ କାର୍ଯ୍ୟକ୍ରମ   (16-Jul-2026)       ||      *ଡାବୁଗାଁ ରେ ପାଳିତ ହେଲା ଜଗନ୍ନାଥ ରଥଯାତ୍ରା*   (16-Jul-2026)       ||      ଅମୃତ ଭାରତ ଷ୍ଟେସନ ଯୋଜନାରେ ବରପାଲି ରେଳ ଷ୍ଟେସନ ସାମିଲ   (16-Jul-2026)       ||      *ଆର୍ ଏମ୍ ଡିଜିଟାଲ ଟିଭି ଉନ୍ମୋଚିତ*-   (16-Jul-2026)       ||      ଦିଗଶିରା ହାଇସ୍କୁଲରେ ନୂତନ ପରିଚାଳନା କମିଟି ଗଠିତ   (16-Jul-2026)       ||      ଲୋଇସିଂହା ଠାରେ ବିଜେପି 34 ନମ୍ବର ଜୋନ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ l    (16-Jul-2026)       ||      ଉତ୍କଳମଣି ଗୋପବନ୍ଧୁଙ୍କ ଶ୍ରାଦ୍ଧ ଦିବସ ପାଳିତ   (15-Jul-2026)       ||      ଗଜବନ୍ଧରେ ମଦ ମୃତ୍ୟୁ ! ଦୁଇ ଭାଇଙ୍କ ମୃତ୍ୟୁ   (15-Jul-2026)       ||      ନୂଆପଡ଼ା ଜିଲ୍ଲା ବର୍ଷୀୟାନ ଜନନାୟକ ସ୍ୱର୍ଗୀୟ ଘାସିରାମ ମାଝୀଙ୍କ ଜନ୍ମ ଜୟନ୍ତୀ ପାଳିତ   (15-Jul-2026)       ||      *ଜିଲ୍ଲା ସ୍ତରୀୟ ବିଶ୍ୱ ଜନ ସଂଖ୍ୟା ଦିବସ ପାଳିତ* -   (15-Jul-2026)       ||      ତେନ୍ତୁଳିଖୁଣ୍ଟି ବିଦ୍ୟାଳୟରେ ପରିଚାଳନା କମିଟି ଗଠନ   (15-Jul-2026)       ||      ଜନ୍ମଦିନରେ ସମର୍ଥକ କଲେ ରକ୍ତଦାନ ଶିବିର, ନେତା କଲେ ରୋଗୀଙ୍କୁ ଫଳ ବଣ୍ଟନ।   (15-Jul-2026)       ||      *ନବରଙ୍ଗପୁର ଜିଲ୍ଲା ରେ ସାମ୍ବାଦିକ ପରିଚୟ ଦେଇ ଚାନ୍ଦା ଆଦାୟ ଅଭିଯୋଗ*   (15-Jul-2026)       ||      ଅସ୍ଥାୟୀ ସୂଚନା କେନ୍ଦ୍ର ସ୍ଥାପନ, ପାରମ୍ପରିକ ଲୋକକଳା ପ୍ରଦର୍ଶନ, ସିଧା ପ୍ରସାରଣ ତଥା ଏଲଇଡି ସ୍କ୍ରିନ/ଡିସପ୍ଲେ ମାଧ୍ୟମରେ ଅଧିକରୁ ଅଧିକସଂଖ୍ୟକ ଜଗନ୍ନାଥପ୍ରେମୀଙ୍କ ନିକଟରେ ପହଞ୍ଚିବା ଉପରେ ଗୁରୁତ୍ୱାରୋପ   (15-Jul-2026)       ||      *କୁକୁଡ଼ା ଗାଲିରେ ଚଢ଼ଉ..୧୦ ବାଇକ୍ ଜବତ, ୬ ଗିରଫ*   (15-Jul-2026)       ||      ଜଗନ୍ନାଥଙ୍କ ନେତ୍ରୋସବ ଓ ନବଜୀବନ ଦର୍ଶନ   (15-Jul-2026)       ||     

HOME   ଜିଲ୍ଲା

ଜୀବନ ସଂଗ୍ରାମ ରେ ହାରିଗଲେ, ଦୀପ ପରି ଜଳି ଜଳି ଅନ୍ୟକୁ ଆଲୋକ ଦେଖାଇଲେ ବରିଷ୍ଠ ନେତା ପୂର୍ଣ୍ଣ ଚନ୍ଦ୍ର ପୁଝାରୀ

29-Dec-2023



ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ ): ସୁବର୍ଣ୍ଣପୁର ବିଜୁ ଜନତା ଦଳର ବରିଷ୍ଠ ତଥା ଅଭିଜ୍ଞ ରାଜନେତା ପୁର୍ଣ୍ଣ ଚନ୍ଦ୍ର ପୁଝାରୀଙ୍କ ୬୫ ବର୍ଷ ବୟସରେ ଗତକାଲି ରାତିରେ ବୁର୍ଲା ମେଡ଼ିକାଲରେ ପରଲୋକ ଘଟିଛି l ଦୀର୍ଘ ବର୍ଷରୁ ସେ ମଧୁ ମେହ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହୋଇ ଆସୁଥିଲେ l ଆଜି ସକାଳେ ତାଙ୍କ ଘୋଡାଘlଟପଡା ବାସଭବନରେ ରାଜ୍ୟ ପ୍ରାକ୍ତନ ନିଗମ ଅଧ୍ୟକ୍ଷ ତଥା ଜିଲ୍ଲା ବିଜେଡିର କାର୍ଯ୍ୟକାରୀ ସଭାପତି ଅଭିମନ୍ୟୁ କୁଶଳ, ଜିଲ୍ଲା ଯୋଜନା ବୋର୍ଡ ସଦସ୍ୟ ପୀୟୁଷ ପଣ୍ଡା, ଟାଉନ୍ ସଭାପତି ଜନ୍ମଜୟ ପାତ୍ର, ଛାତ୍ର ନେତା ଶାଶ୍ଵତ ମିଶ୍ର,ଯୁବନେତା ମନୋରଂଜନ ତ୍ରୀପାଠୀ , ଆନନ୍ଦ ପାତ୍ର, ପ୍ରଫୁଲ୍ଲ ନାଏକ, ଲଡ଼ୁ କିଶୋର ମଲ୍ଲିକ, ଗୁପ୍ତ ପ୍ରକାଶ ମିଶ୍ର, ଅଶୋକ ନାୟକ, ମହାଦେବ ମଲ୍ଲିକ, ଭାସ୍କର ଦାଶ ପ୍ରମୁଖ ବହୁ ଦଳୀୟ ନେତା ଓ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ସ୍ୱର୍ଗୀୟ ପୂଝାରୀଙ୍କ ମର ଶରୀରକୁ ଅନ୍ତିମ ଦର୍ଶନ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ l ସ୍ଥାନୀୟ ଗୋକୋନେଶ୍ୱର୍ ଶ୍ମଶାନ ଘାଟରେ ଶ୍ରୀ ପୂଝାରୀଙ୍କ ଅନ୍ତିମ ସଂସ୍କାର କରାଯାଇଥିବା ବେଳେ ଭାଈ ଅବିନାଶ ମୁଖlଗ୍ନୀ ଦେଇଥିଲେ l ପ୍ରକାଶ ଥାଉ କି ସୁଗାର ଇନ୍ ଫେକ୍ସନ ରେ ପୂର୍ବରୁ ଶ୍ରୀ ପୁଜାରୀଙ୍କ ପତ୍ନୀଙ୍କ ଗୋଟେ ଗୋଡ ହରାଇବାକୁ ପଡ଼ିଥିଲା l ପତ୍ନୀଙ୍କ ସେବାଶୁଶ୍ରୁଷା ସହ ୪ ଟି ଭାଣଜି ଙ୍କ ଲାଳନପାଳନ ଓ ବାହାଘର ବି ନିଜେ କରାଇଥିଲେ l ଯାହାକି ସମାଜ ପାଇଁ ଏକ ପ୍ରେରଣା ଅଟେ l ପୁଣି ଦଳ ପାଇଁ ୩୦ ବର୍ଷ ଯାହା ସଂଗ୍ରାମ କରିଥିଲେ ତାହା ପ୍ରଶଂସନୀୟ ଅଟେ l ଦୀପ ପରି ନିଜେ ଜଳି ଜଳି ସେ ସବୁ ବେଳେ ଅନ୍ୟଙ୍କୁ ଆଲୋକ ଦେଖାଇଛନ୍ତି l ହେଲେ ନିଜ ର ଅଭାବ ଅସୁବିଧା କେବେ ବି କାହାକୁ ପ୍ରକାଶ କରୁ ନ ଥିଲେ ସେ l ଗାଁ ଓ ସହର ର ଗରିବ ଲୋକଙ୍କୁ ବିଭିନ୍ନ ଅଫିସ୍ ଓ ମେଡିକାଲ୍ କାର୍ଯ୍ଯରେ ସହଯୋଗ କରୁଥିଲେ l ଖୁବ୍ କ୍ଷମତାଶାଳୀ ନେତାଙ୍କ ଅତି ନିକଟତର ଥିଲେ ସୁଦ୍ଧା କେବେ ସେ ଅସଦ ଉପାୟରେ ଟଙ୍କା ରୋଜଗାର କରି ନ ଥିଲେ l ଯେଉଁ କୁଟା ଛପର ଘରକୁ ସେଇ ଘର ଆଜି ସାକ୍ଷୀ ପରି ଅଛି l ତ୍ୟlଗପୂତ ଓ ଅତି ସରଳ ନିରାଡମ୍ବର ଜୀବନଯାପନ ଶୈଳୀ ଥିଲା ତାଙ୍କର l ଜନତା ଦଳ ରୁ ବିଜୁ ଜନତା ଦଳ ଯାଏ, ଚକ୍ର ଚିହ୍ନରୁ ଶଙ୍ଖ ଯାଏ, ସୋନପୁର ବିଧାୟକ ସ୍ବର୍ଗତ କୁନ୍ଦୁରୁ କୁଶଳଙ୍କ ଠାରୁ ବିଧାୟକ ନିରଂଜନ ପୂଝାରୀଙ୍କ ରାଜନୀତିର ପ୍ରଥମ ଦୁଇଟି ନିର୍ବାଚନ ଯାଏ ପୂର୍ଣ୍ଣ ପୂଝାରୀ ଦଳର ନିର୍ବାଚନ ଅଧିକାରୀ ଭାବେ ସୂଚାରୁ ରୂପେ ଦାୟିତ୍ଵ ନିଭାଇଥିଲେ l ବିଜୁ ବାବୁ ଅମଳରୁ ଦୀର୍ଘ ବର୍ଷ ଯାଏ ଶ୍ରୀ ପୁଜାରୀ ଦଳର ଜଣେ ସଚ୍ଚୋଟ, ଉତ୍ସର୍ଗୀକୃତ, ନିର୍ଭିକ, ନିସ୍ୱାର୍ଥପର, ଅଭିଜ୍ଞ ଓ ସଫଳ ରାଜନୀତିଜ୍ଞ ଭାବେ ନିଜର ପରିଚୟ ସୃଷ୍ଟି କରିଥିଲେ l ବିଧାୟକ ଶ୍ରୀ କୁଶଳଙ୍କ ସମୟରେ ଜିଲ୍ଲାରେ ଅନେକ ତନ୍ତୁବାୟ ସେବା ସମିତି ଗଢିବାରେ ଏବଂ ଏହାର ବିକାଶ ଦିଗରେ ଶ୍ରୀ ପୁଝାରୀଙ୍କ ପରାମର୍ଶ ଓ ଉଲ୍ଲେଖନୀୟ ଅବଦlନ ଥିଲା l ରାଜନୀତି, ପାରିବାରିକ ଓ ସାମାଜିକ କ୍ଷେତ୍ରରେ ତାଙ୍କର ଖୁବ ଲୋକସମ୍ପର୍କ ଥିବା ବେଳେ ବିଭିନ୍ନ କ୍ଷେତ୍ରରେ ସବୁଠୁ ଅଧିକ ତଥ୍ଯ ମଧ୍ଯ ଜଣାଥିଲା ତାଙ୍କୁ l ପ୍ରାକ୍ତନ ମୂଖ୍ୟମନ୍ତ୍ରୀ ବିଜୁ ବାବୁ ଓ ଆର ଏନ୍ ସିଂହଦେଓଙ୍କ ଆଦର୍ଶରେ ଶ୍ରୀ ପୁଝାରୀ ଅନୁପ୍ରାଣିତ ହୋଇ ଆସି ଥିବା ବେଳେ ସ୍ଵତନ୍ତ୍ର ଦଳ, ଲୋକ ଦଳ, ଜନତା ଦଳ ଓ ବିଜୁ ଜନତା ଦଳ ର ଜିଲ୍ଲା ର ପୁରୁଖା ନେତା ସ୍ବର୍ଗତ କୁନ୍ଦୁରୁ କୁଶଳ, ଇଶ୍ୱରି ପାଣିଗ୍ରାହି, ମନୋଜ୍ ମଜୁମଦାର, ଘାସୀ ରାମ ତ୍ରୀପାଠୀ, ଓ ବିଷ୍ଣୁ ପ୍ରାସାଦ (କଣ୍ଟିଆ) ମିଶ୍ରଙ୍କୁ ଗୁରୁତୁଲ୍ୟ ଭକ୍ତି ସମ୍ମାନ କରି ଶ୍ରୀ ପୁଝାରୀ ଏମାନଙ୍କ ଠୁଁ ଅନେକ ପରାମର୍ଶ ଲୋଡୁ ଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ଅଘରିଆ ଜ୍ଯୋତି ଚତୁର୍ବିଂଶ ସଂସ୍କରଣ ଉନ୍ମୋଚନ   16-Jul-2026
  ଜିଲ୍ଲା  
ବିଶ୍ଵର ସବୁଠାରୁ କ୍ଷୁଦ୍ର, ଛୋଟ,କୁନି ରଥ   16-Jul-2026
  ଜିଲ୍ଲା  
ପୁରୀ ରଥଯାତ୍ରାରେ ସାମିଲ ହେଲେ ରାଜ୍ୟପାଳ   16-Jul-2026
  ଜିଲ୍ଲା  
କଟକରେ ବିଭିନ୍ନ ସ୍ଥାନମାନଙ୍କରେ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ରାଣୀହାଟଠାରେ ଛେରା ପହଁରା କରିଲେ ଜିଲ୍ଲାପାଳ   16-Jul-2026
  ଜିଲ୍ଲା  
କଟାପାଲି ଡିଗ୍ରୀ ମହାବିଦ୍ୟାଳୟ ରେ ଶକ୍ତି ଶ୍ରୀ କାର୍ଯ୍ୟକ୍ରମ   16-Jul-2026
  ଜିଲ୍ଲା  
*ଡାବୁଗାଁ ରେ ପାଳିତ ହେଲା ଜଗନ୍ନାଥ ରଥଯାତ୍ରା*   16-Jul-2026
  ଜିଲ୍ଲା  
ଅମୃତ ଭାରତ ଷ୍ଟେସନ ଯୋଜନାରେ ବରପାଲି ରେଳ ଷ୍ଟେସନ ସାମିଲ   16-Jul-2026
  ଜିଲ୍ଲା  
*ଆର୍ ଏମ୍ ଡିଜିଟାଲ ଟିଭି ଉନ୍ମୋଚିତ*-   16-Jul-2026
  ଜିଲ୍ଲା  
ଦିଗଶିରା ହାଇସ୍କୁଲରେ ନୂତନ ପରିଚାଳନା କମିଟି ଗଠିତ   16-Jul-2026
  ଜିଲ୍ଲା  
ଲୋଇସିଂହା ଠାରେ ବିଜେପି 34 ନମ୍ବର ଜୋନ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ l   16-Jul-2026
  ଜିଲ୍ଲା  
ଉତ୍କଳମଣି ଗୋପବନ୍ଧୁଙ୍କ ଶ୍ରାଦ୍ଧ ଦିବସ ପାଳିତ   15-Jul-2026
  ଜିଲ୍ଲା  
ଗଜବନ୍ଧରେ ମଦ ମୃତ୍ୟୁ ! ଦୁଇ ଭାଇଙ୍କ ମୃତ୍ୟୁ   15-Jul-2026

You Might Also Like