-+91-9937148622 |
prerana_bgr@rediffmail.com |
Thursday 19th March 2026 |
R.N.I. Regd No. ODIODI/2010/46693
Breaking News
26-Dec-2023
ଆଗଲପୁର, (ବିନୋଦ କୁମାର ଦୀପ) ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ନୁନିଆପାଲି ପଞ୍ଚାୟତ ଅନ୍ତର୍ଗତ ଝାଙ୍କରପାଲି ରେ ଯୀଶୁଖ୍ରୀଷ୍ଟ ଙ୍କ ଜନ୍ମ ଦିବସ ପାଳିତ ହୋଇଯାଇଛି l ଏଥିରେ ପାଳକ ମୁକୁନ୍ଦ ନନ୍ଦ ଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥି ବା ବେଳେ ପାଣ୍ଡବ ନାଗ ଙ୍କ ନେତୃତ୍ୱରେ ଏ ହିଁ ସଭା ଆୟୋଜନ ହୋଇଥିଲା l ଏହି ଅବସର ରେ ଏହି ପୁଣ୍ୟ ମହାତ୍ମା ଙ୍କ ଉଦ୍ଦେଶ୍ୟ ରେ ପାଲକ ବିଶୃତ ଭାବରେ ଖ୍ରୀଷ୍ଟପ୍ରେମୀ ଭାଇ ଭଉଣୀ ଙ୍କୁ ବୁଝାଇଥିଲେ l ଆଗାମୀ ଦିନରେ ଏହି ଗ୍ରାମର ଧର୍ମାବଲମ୍ବି ମାନଙ୍କ ବିକାଶ ତଥା ଉତ୍ତରୋତ୍ତର ପାଇ ଆଜିର ଦିନରେ ପାର୍ଥନା କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ବିଶ୍ୱାସ ବିଶ୍ୱାସ୍ୱିନୀ ମଧ୍ୟରେ ଦୀପକ ନାଗ , ଅଭ୍ରାନ୍ତ ନାଗ , ଡାନିଏଲ ନାଗ , ପାଣ୍ଡବ ନାଗ , ଲୋନି ନାଗ, କରିଶ୍ମା ନାଗ, ପଦ୍ମା ନାଗ , ପଙ୍କଜିନି ନାଗ , ଏବଂ ନନ୍ଦ ପରିବାର ଏହି ଉସବକୁ ଧୂମଧାମ ରେ ପାଳନ କରିଥିଲେ l ପ୍ରଥମ ଦିନ ଡିସେମ୍ବର 24 ତାରିଖ ରାତି ରେ ଉପାସନା ସହିତ ଉଜାଗର ରହି ଆର ଦିନ ପ୍ରାର୍ଥନା ପୂର୍ବକ ସମାପନ। କରାଯାଇ ଭୋଜି ଭାତ କରାଗଲା l ଏହି ଅଞ୍ଚଳ ର ଦୁଦୂକ , କର୍କ ଚିଆ , ଝାଙ୍କରପାଲି ଓ ଅନ୍ୟାନ୍ୟ ଗ୍ରାମ ରେ ମହା ସମାରୋହରେ ପାଳନ କରାଯାଇ ଥାଏ l ଶେଷରେ ପାଲକ୍ ଧନ୍ୟବାଦ ଦେଇ ସଭା ସାଙ୍ଗ ଘୋଷଣା କରିଥିଲେ l