-+91-9937148622 |
prerana_bgr@rediffmail.com |
Wednesday 29th July 2026 |
R.N.I. Regd No. ODIODI/2010/46693
Breaking News
24-Dec-2023
ବଲାଙ୍ଗିର : ସଦର ବ୍ଲକ ଅନ୍ତର୍ଗତ ବାରପୁଡୁଗିଆ ବସଷ୍ଟାଣ୍ଡଠାରେ ଚଳଚ୍ଚିତ୍ର ନିର୍ମାତା ଓ ଅଭିନେତା ମନୋଜ ମିଶ୍ରଙ୍କୁ ବାରପୁଡୁଗିଆ ପଂଚାୟତ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଆମ ଭାଷା, ସାହିତ୍ୟ, ସଂସ୍କୃତି ଓ ସ୍ୱାଭିମାନ ପାଇଁ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିବା ନିମନ୍ତେ ପଶ୍ଚିମ ଓଡିଶାର ପ୍ରତ୍ୟେକ ଜାଗାରେ ପହଞ୍ଚି ଜନ ଜାଗରଣ ସୃଷ୍ଟି କରାଯାଉଛି । ଏହି ମହାନ ପ୍ରୟାସକୁ ସରକାର ଗୁରୁତ୍ୱ ଦେଇ ପଶ୍ଚିମ ଓଡିଶାରେ ସଙ୍ଗୀତ ନାଟକ ଏକାଡେମୀ ପ୍ରତିଷ୍ଠା, ଚଳଚ୍ଚିତ୍ର ନିର୍ମାଣ ପାଇଁ ଷ୍ଟୁଡିଓ, ପ୍ରାଥମିକ ସ୍କୁଲରେ ଆମ ଭାଷାରେ ଶିକ୍ଷାଦାନ, ପଶ୍ଚିମ ଓଡିଶାର ଭାଷାକୁ ସାମ୍ବିଧାନିକ ସୀକୃତି ପାଇଁ ପଦଯାତ୍ରା ଚାଲିଛି । ସରକାର ନିଶ୍ଚୟ ଏ ଉପରେ ଦୃଷ୍ଟି ଦେବାକୁ ଜନମତ ସୃଷ୍ଟି ହୋଇଛି । କଳା ସଂଗଠକ ଜୟକୃଷ୍ଣ ମିଶ୍ର, ବରିଷ୍ଠ ଓକିଲ ନିଳାଦ୍ରୀ ବିହାରୀ ମିଶ୍ର, ପ୍ରକାଶ ନାଏକ, ଚୈତନ୍ୟ ସା, ଲବ ନାଗ, ସଦାନନ୍ଦ ମହଲା, ଲକ୍ଷ୍ମଣ ପଧାନ, ଅନିଲ ସେଠ, ଯୁବ କଳାକାର କାହ୍ନୁଚରଣ ମିଶ୍ର, ସୁଦାମ ପ୍ରଧାନ, ଅନାଦି ରଣା, ରାଜେଶ୍ୱରୀ ମିଶ୍ର ସହ ଶତାଧିକ ଜନସାଧାରଣ ଉପସ୍ଥିତ ଥିଲେ ।