-+91-9937148622 |
prerana_bgr@rediffmail.com |
Monday 30th March 2026 |
R.N.I. Regd No. ODIODI/2010/46693
Breaking News
18-Dec-2023
କଣ୍ଟାମାଳ(ଜୟ କୁମାର ମହାରଣାଙ୍କ ରିପୋର୍ଟ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ମନମୁଣ୍ଡା ସ୍ଥିତ ଖେଳ ପଡିଆ ଠାରେ ସାମ୍ୱାଦିକ ସଂଘ କଣ୍ଟାମାଳ (ସାସକ) ପକ୍ଷରୁ ବାର୍ଷିକ ଉତ୍ସବ ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ସଂଘ ସଭାପତି ସୁଶିଲ କୁମାର ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ କଣ୍ଟାମାଳ ବ୍ଲକ ଅଧ୍ୟକ୍ଷା ସସ୍ମିତା ସେନାପତି, ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରତ୍ୟୁଷ ପ୍ରିୟଦର୍ଶୀ ରଥ, ଉତ୍କଳ ସାମ୍ବାଦିକ ସଂଘ ଫୁଲବାଣୀ ଶାଖାର ସଭାପତି ସନ୍ତୋଷ ଦାସ, ସାମ୍ବାଦିକ ରତନ ପଟ୍ଟନାୟକ ଓ ସଂଘ ସମ୍ପାଦକ ଜଗାନନ୍ଦ ମହାପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ | ମୁଖ୍ୟବକ୍ତା ଭାବରେ ଭବାନୀ ଶଙ୍କର ରାଉତ ଯୋଗ ଦେଇଥିବା ବେଳେ ଭାଗିରଥି କର୍ମୀ ମଞ୍ଚ ପରିଚାଳନା କରିଥିଲେ | ସ୍ଵାସ୍ଥ୍ୟ, କଳା, ଶିକ୍ଷା, ସମାଜସେବା, କ୍ରୀଡା ଆଦି ବିଭିନ୍ନ କ୍ଷେତ୍ରରେ କୃତିତ୍ଵ ହାସଲ କରିଥିବା ପ୍ରତିଭାକୁ ମଞ୍ଚରେ ମାନପତ୍ର, ପୁଷ୍ପଗୁଚ୍ଛ ଓ ଔପଢୋକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା | ସୁଚରିତା ପ୍ରଧାନ, କ୍ରିଷ୍ଣା ମହାପାତ୍ର , ମେଘୁ ଡୁଙ୍ଗୁରିଆ, ଦୀପକ ମେହେର,ନୀଳାମ୍ବର ଖମାରୀ, କୁନୁ ରାଜହଂସ, ଆବୁ ବକର୍ ଖାଁ, ସଂଗ୍ରାମ ଦେହୁରୀ, ଶତ୍ରୁଘ୍ନ ଲୁହା, କୃଷ୍ଣମୁଖି ଆଦି ପ୍ରତିଭାଙ୍କୁ ମଞ୍ଚରେ ସମ୍ମାନିତ କରାଯାଇଥିଲା | ପ୍ରଥମେ ମହୁଲ ବାହାଲି ର ଛୋଟ ଛୋଟ କଳାକାର ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା | ପରେ ସମ୍ବଲପୁରୀ ମେଲୋଡି କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା | ପ୍ରବଳ ଶୀତ ସତ୍ତ୍ୱେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଶହ ଶହ ସଂଖ୍ୟାରେ ପୁରୁଷ ଓ ମହିଳା ସାଂସ୍କୃତିକ କାର୍ଯ୍ୟକ୍ରମ ର ମଜା ନେଇଥିଲେ | ଏହି ଉତ୍ସବରେ କୁନୁ ରାଜହଂସ, ବିଜୟ ଆଚାର୍ଯ୍ୟ, ଆଦିତେଶ୍ୱର ମିଶ୍ର, ଜଗାନନ୍ଦ ମହାପାତ୍ର, ଅବୁ ବକ୍କର ଖାଁ,ହୃଦାନନ୍ଦ ମେହେର, ରାଜେଶ ଠେଲା, ଅକ୍ରୁର ବେହେରା,ପ୍ରଶାନ୍ତ କୁମାର ପ୍ରଧାନ, ସିଦ୍ଧେଶ୍ୱର ଗିରି, ବିରଜା ନନ୍ଦନ ଦାନି, ଶଙ୍କର ସାହୁ, ଆଶିଷ ବିହାରୀ ଠାକୁର, କୃପାସିନ୍ଧୁ ସୁନା, ମନଧର କର୍ମୀ, ବାସୁଦେବ ଶାଣ୍ଢ, ପ୍ରମୁଖ ସଦସ୍ୟ ସକ୍ରିୟ ସହଯୋଗ କରି ଥିଲେ |