-+91-9937148622 |
prerana_bgr@rediffmail.com |
Wednesday 5th August 2026 |
R.N.I. Regd No. ODIODI/2010/46693
Breaking News
05-Aug-2026
ସୋନପୁର (ମନୋରଞ୍ଜନ ତ୍ରିପାଠୀ )
ବ୍ରାହ୍ମଣ ସମାଜରେ ଏକତା, ସନାତନ ଧର୍ମ ଓ ସଂସ୍କୃତିର ସୁରକ୍ଷା ପାଇଁ ସୁବର୍ଣ୍ଣପୁର ଜିଲ୍ଲା ରେ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ସମସ୍ତ ୬ ଗୋଟି ବ୍ଲକରେ ବ୍ରାହ୍ମଣ ଏକତା ମଞ୍ଚର ସଭା ପରେ ରବିବାର ସୁବର୍ଣ୍ଣପୁର ସହର ବ୍ରାହ୍ମଣ ଏକତା ମଞ୍ଚର ସଭା ମଝିପଡ଼ାସ୍ଥିତ ହନୁମାନ ମନ୍ଦିର କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସର୍ବସମ୍ମତିକ୍ରମେ ମଞ୍ଚର ନୂତନ କାର୍ଯ୍ୟକର୍ତ୍ତା ଚୟନ ହୋଇଯାଇଛି । ପ୍ରାରମ୍ଭରେ ପଣ୍ଡିତ ମୈଥାଲି ପଣ୍ଡା ବେଦ ଓ ଉପନିଷଦର ଉଦାହରଣ ଦେଇ ବ୍ରାହ୍ମଣ ସଂସ୍କୃତିର ସୁରକ୍ଷା ପାଇଁ ମାର୍ଗ ଦର୍ଶନ ଦେଇଥିଲେ। ସୁବର୍ଣ୍ଣପୁର ସହର ବ୍ରାହ୍ମଣ ପଞ୍ଚର ସଭା, କାର୍ଯ୍ୟକର୍ତ୍ତା ଚୟନ ପରେ ସୋମନାଥ ପୁରୋହିତ ଓ ଓମପ୍ରକାଶ ରଥ ପ୍ରମୁଖ ସମାଜରେ ଏକତା ରକ୍ଷା କରିବା ଉପରେ ବକ୍ତବ୍ୟ ରଖି ଥିଲେ। ଦେଶ ର ସୁରକ୍ଷା ସଂସ୍କୃତି ସୁରକ୍ଷା ଉପରେ ବ୍ରାହ୍ମଣ ସମାଜ ର ଉଲ୍ଲେଖନୀୟ ଭୂମିକା ଥିବା ବେଳେ କୌଣସି ବି ଜାଗାରେ ଏ ସମାଜ ର ମର୍ଯ୍ୟାଦା ହାନି ଯେମିତି ନ ହେଵ ସେଥିପ୍ରତି ରାଜ୍ୟ ସରକାର ଧ୍ୟାନ ଦେବାକୁ ପ୍ରଦୀପ ପୁରୋହିତ ମତ ରଖିଥିଲେ l ଆଉ ଯେତେବେଳେ ବି ବିଶ୍ଵ ରେ ସଙ୍କଟ ଦେଖାଦିଏ କିମ୍ବା ବିଶ୍ଵ ଦିଗହରା ହୋଇଯାଏ ସେ ସମୟରେ ବ୍ରାହ୍ମଣ ସମାଜ ର ହିଁ ମାର୍ଗଦର୍ଶନ ଜରୁରୀ ହୋଇପଡ଼େ ବୋଲି ଶ୍ୟାମା ଓମ୍ ପ୍ରସାଦ ମିଶ୍ର ମତ ରଖି ଥିଲେ l ଏହି ଅବସରରେ ମଞ୍ଚର ନଗର ସଭାପତି ଭାବେ ଜ୍ୟୋତିର୍ବିଦ୍ ମେଡେନ୍ କୁମାର ବିଶି, କାର୍ଯ୍ୟକାରୀ ସଭାପତି ଆର୍ତ୍ତତ୍ରାଣ ବାବୁ, ଉପସଭାପତି ସୀତାଂଶୁ ଶେଖର ମିଶ୍ର, ସମ୍ପାଦକ ଅଟଳ ବିହାରୀ ପଣ୍ଡା, ସହସମ୍ପାଦକ ନାରାୟଣ ରଥ, ନିମାଇଁ ପାଣିଗ୍ରାହୀ, କୋଷାଧ୍ୟକ୍ଷ ଜଗନ୍ନାଥ ଦାଶ, ସଙ୍ଗଠନ ସମ୍ପାଦକ ସୁଧୀର କୁମାର ପଣ୍ଡା, ମିଲନ ମିଶ୍ର, ଦାମୋଦର ପଣ୍ଡା, ସଂଯୋଜକ ପିୟୁଷ ପଣ୍ଡା, ନୀଳାମ୍ବର ଶତପଥୀ ଓ ରଞ୍ଜନ ପାଣିଗ୍ରାହୀଙ୍କୁ ମନୋନୀତ କରାଯାଇଛି ସେହିପରି ମୁଖ୍ୟ ପରାମର୍ଶଦାତା ଦାତା ଭାବେ ଜଷ୍ଟିସ ଚିତ୍ତରଞ୍ଜନ ଦାଶ, ମୈଥୁଲି ପଣ୍ଡା, ବେଦବ୍ୟାସ ମିଶ୍ର, ସନ୍ତୋଷ କୁମାର ପାଢୀ, ଓମ ପ୍ରକାଶ ରଥ, ସୋମନାଥ ପୁରୋହିତ, ବ୍ରଜ ମୋହନ ଦାନୀ, ବ୍ୟୋମକେଶ ଦାଶ, ବିଧାନଚନ୍ଦ୍ର ପାଣିଗ୍ରାହୀ, ମଧୁସୂଦନ ମିଶ୍ର, ରାମ ଗୋପାଳ ପୂଜାହାରୀ, ରାମସ୍ବାମୀ ମହାପାତ୍ର, ପର୍ଶୁରାମ ମିଶ୍ର, ଦିଲୀପ କୁମାର ରଥ ଓ ଜ୍ଞାନ କୁମାର ପାଣିଗ୍ରାହୀଙ୍କୁ ନିଆଯାଇଛି ଶ୍ୟାମା ଓଁ ପ୍ରସାଦ ମିଶ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।