-+91-9937148622 |
prerana_bgr@rediffmail.com |
Wednesday 5th August 2026 |
R.N.I. Regd No. ODIODI/2010/46693
Breaking News
05-Aug-2026
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ )
ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼ ନୃପ ରାଜ ସାହୁ ଙ୍କ ଅଧ୍ୟକ୍ଷତା ରେ ଗତ କାଲି ଜ଼ିଲ୍ଲା ସ୍ତରୀୟ ଆଣ୍ଟି ଡେଙ୍ଗୁ ମାସ ଓ ଭେକ୍ଟର ବାହିତ ରୋଗ ଟାସ୍କ ଫୋର୍ସ ଉପରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ଏ ଅଭିଯାନ ପାଇଁ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ପାଳନ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. ଉଷା ରାଣୀ ଦାସ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ରାଜେନ୍ଦ୍ର ମାଝୀ ଓ ଶ୍ରୀମତୀ ଅଞ୍ଜଳିନା ପ୍ରଧାନ ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ଭିବିଡି)ଡ଼ା ଦେବୀ ପ୍ରସାଦ ମହାପାତ୍ର ଏହାର ମୁଖ୍ୟ ଉଦ୍ଦେଶ୍ୟ ଓ ଡେଙ୍ଗୁ ରୋଗର ଲକ୍ଷଣ ଓ ଚି଼ହ୍ନଟ କରି ଶୀଘ୍ର ଡାକ୍ତର ଙ୍କ ପରାମର୍ଶ କରା ଯାଇ ପାରିବ। ଓ ଡ୍ରାଇ ଦିବସ ପାଳନ ଉପରେ କିପରି ଜନ ସଚେତନତା ସୃଷ୍ଟି ହୋଇପାରିବ ସେସବୁ ବିଷୟ ରେ ବୁଝାଇ ଥିଲେ। ଏହି ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ପରିବାର କଲ୍ୟାଣ ଡ଼ା ପ୍ରକାଶ ଦଣ୍ଡସନା,ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ରୋଗ ନିୟନ୍ତ୍ରଣ ଡା ରମେଶ ଚନ୍ଦ୍ର ସ୍ୱାଇଁ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଯକ୍ଷ୍ମl ଡା ପଦ୍ମହଂସା ଦୋରା ଓ ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ ଜାତୀୟ ସ୍ୱାସ୍ଥ୍ୟ ମିଶନ ରୂପକ କୁମାର ମହାପାତ୍ର, ଭିବିଡି consultant ସୁନୀଲ କୁମାର ମହନ୍ତ ,ଅତିତିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ବୃନ୍ଦାବନ ସାହୁ,ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରମୋଦ କୁମାର ସାହୁ, ଜିଲ୍ଲା ର ସମସ୍ତ ସ୍ବାସ୍ଥ୍ୟ ଅଧିକାରୀ ବୃନ୍ଦ ଓ ବିଭିନ୍ନ ମିଡ଼ିଆ ବନ୍ଧୁ ମାନେ ଉପସ୍ଥିତ ଥିଲେ । ସମସ୍ତ କାର୍ଯ୍ୟକ୍ରମ କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ଜାତୀୟ ସ୍ୱାସ୍ଥ୍ୟ ମିଶନ ର ସମସ୍ତ କର୍ମକର୍ତ୍ତା ତଦାରଖ କରିଥିଲେ। ଶେଷ ରେ ରୂପକ କୁମାର ମହାପାତ୍ର ଉପସ୍ଥିତ ସମସ୍ତ ଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।