-+91-9937148622 |
prerana_bgr@rediffmail.com |
Monday 30th March 2026 |
R.N.I. Regd No. ODIODI/2010/46693
Breaking News
18-Dec-2023
କଣ୍ଟାମାଳ(ଜୟ କୁମାର ମହାରଣାଙ୍କ ରିପୋର୍ଟ): କଣ୍ଟାମାଳ ବ୍ଳକ ନୂଆଁପାଲି ଆଦିବାସୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ପ୍ରଧାନଶିକ୍ଷକ ଅନନ୍ତ ଚରଣ କ୍ଷେତୀଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ କଣ୍ଟାମାଳ ବ୍ଳକ ଉପାଧ୍ୟକ୍ଷ ମହେନ୍ଦ୍ର ରଣା ମୁଖ୍ୟଅତିଥି ଭାବେ ଯୋଗଦେଇ କ୍ରୀଡା ପତାକା ଉତ୍ତୋଳନ କରି ଖେଳ
ପ୍ରତିଯୋଗିତା କୁ ଉଦ୍ଘାଟନ କରିଥିଲେ । ଦୁଇଦିନ ଧରି ଚାଲିଥିବା ଏହି କ୍ରୀଡା ପ୍ରତିଯୋଗୀତାର 10ଟି ଇଭେଣ୍ଟ ପାଇଁ ଉଭୟ ବାଳକ ଓ ବାଳିକା ବିଭାଗରୁ ସର୍ବମୋଟ ୨୫୨ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ l ଖେଳ ଶିକ୍ଷକ ଶଶୀଭୂଷଣ ପ୍ରଧାନଙ୍କ ନେତୃତ୍ୱରେ ଅନୁଷ୍ଠିତ ଖେଳରେ ଖୁଣ୍ଟିଗୋରା ହାଇସ୍କୁଲ ଖେଳ ଶିକ୍ଷକ ସନ୍ତୋଷ ସାହୁ, ଦିଗୁନମାଳ ହାଇସ୍କୁଲ ଖେଳ ଶିକ୍ଷକ ବିଶ୍ଵଜିତ ପ୍ରଧାନ, ରିଙ୍ଗାପଡ଼ା ହାଇସ୍କୁଲ ଖେଳ ଶିକ୍ଷକ ମୁରଲୀଧର ରଣା, ଘଣ୍ଟାପଡ଼ା ହାଇସ୍କୁଲ ଖେଳ ଶିକ୍ଷୟିତ୍ରୀ ମନ୍ଦାକିନୀ ବଗର୍ତ୍ତୀ ଓ ଉମା ହାଇସ୍କୁଲ ଖେଳ ଶିକ୍ଷକ
ଅଜିତ ବିଶି ପ୍ରମୁଖ ଯୋଗଦେଇ ଖେଳ ପରିଚାଳନା କରିଥିଲେ l ବିଦ୍ୟାଳୟର ସହକାରୀ ଶିକ୍ଷକ ଜବରସିଂ ବନଛୋର, ପ୍ରତାପସିଂ ମାଝୀ, ସନ୍ତୋଷ କୁମାର ସାହୁ, ଅନନ୍ତ କୁମାର ବେହେରା, ହରିହର ପ୍ରତାପ ବେଜଙ୍କ ସମେତ ବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ । ଜାନୁଆରୀ ମାସରେ ହେବାକୁଥିବା ବିଦ୍ୟାଳୟର ବାର୍ଷିକ ଉତ୍ସବରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବା ବୋଲି ପ୍ରଧାନଶିକ୍ଷକ ଅନନ୍ତ ଚରଣ କ୍ଷେତୀ ସୂଚନା ଦେଇଛନ୍ତି ।