-+91-9937148622 |
prerana_bgr@rediffmail.com |
Wednesday 5th August 2026 |
R.N.I. Regd No. ODIODI/2010/46693
Breaking News
05-Aug-2026
ବିନିକା(ହିମାଂଶୁ ଶେଖର ପୁଟେଲ)ଓଡ଼ିଶା ଭରସା ଲେପ୍ରସି ପ୍ରୋଜେକ୍ଟ ଓ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟ ଯୁବ ରେଡକ୍ରସର ମିଳିତ ଆନୁକୂଲ୍ୟରେ କୁଷ୍ଠରୋଗୀ ସମୁଦାୟ ପୋଷଣ ପାଇଁ ସମର୍ଥନ କାର୍ଯ୍ୟକ୍ରମ ଲେପ୍ରସି ମିଶନ ଗ୍ରେଟ ବ୍ରିଟନର ସହଯୋଗରେ ଗୁଲୁଣ୍ଡା ସ୍ଥିତ ନିର୍ମଳ ଛାୟା (କୁଷ୍ଠlଶ୍ରମ) ଠାରେ ଅନୁଷ୍ଠିତ ହୋଇଯାଇଛି l
ଏଥିରେ ମୁଖ୍ୟ ଅତିଥି ଭାବେ ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ଅଧ୍ୟକ୍ଷ୍ୟା ରେଖା ପ୍ରଧାନ, ସମ୍ମାନିତ ଅତିଥି ଭାବେ ପୂର୍ବତନ ଲାଇବ୍ରେରିଆନ ଗରିବ ସେଲମା,ଯୁବ ରେଡକ୍ରସ କାଉନସିଲର ଧନେଶ୍ୱର ସାହୁ, ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କର୍ମଚାରୀ ଦିବାକର ଓଝା, ନରସିଂହ ମିଶ୍ର, ନଳିନୀ ଭଟ୍ଟ ଉପସ୍ଥିତ ରହି କୁଷ୍ଟlଶ୍ରମ ଅନ୍ତେବାସୀ ମାନଙ୍କୁ ପୃଷ୍ଟିକର ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ l ଏଥିରେ ରେଡକ୍ରସ ସ୍ବେଛାସେବୀ କ୍ରିଷ୍ଣା ପର୍ଡିଆ, ଲୋକେଶ୍ୱର ଦିଶ୍ରୀ ଓ ଅନ୍ୟମାନେ ସହଯୋଗ କରିଥିଲେ l