-+91-9937148622 |
prerana_bgr@rediffmail.com |
Tuesday 31st March 2026 |
R.N.I. Regd No. ODIODI/2010/46693
Breaking News
18-Dec-2023
ସିନାପାଲି(ବିଶି ଚନ୍ଦନ ମାଝୀ): ସିନାପାଲି ମେହେର ପଡ଼ା ଉଚ୍ଚ ପ୍ରାଥମିକ ବିଦ୍ଯାଳୟର ବନବିହାର କାର୍ଯ୍ଯକ୍ରମ ସିନାପାଲି ଉପକଣ୍ଠସ୍ଥ ଧାମନ ଜଙ୍ଗଲରେ ଅନୁଷ୍ଠିତ ହୋଇଛି ା ରବିବାର ବିଦ୍ଯାଳୟର ସପ୍ତମ ଓ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ନେଇ ପ୍ରଧାନ ଶିକ୍ଷୟିତ୍ରୀ ଅସ୍ମିତା ପାଢ଼ୀଙ୍କ ତତ୍ୱାବଧାନରେ ବନବିହାର ଅନୁଷ୍ଠିତ ହୋଇଥିଲା l ଦୈନନ୍ଦିନ ପୁସ୍ତକଗତ ଅଧ୍ଯୟନ ମଧ୍ଯରୁ ବାହାରି ସବୁଜ ବନାନୀର ପ୍ରାକୄତିକ ପରିବେଶ ଭିତରେ ଦିନଟିଏ ବିତାଇବା କୋମଳମତି ଛାତ୍ରଛାତ୍ରୀଙ୍କ ମନରେ ଅନେକ ସକରାତ୍ମକ ପ୍ରଭାବ ପକାଉଥିବା ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ପ୍ରକାଶ କରିଛନ୍ତି ା ବନବିହାର ଆୟୋଜନରେ ଶିକ୍ଷକ ଲୋକନାଥ ମେହେର, ଲୋଚନ ମେହେର, ସନ୍ତୋଷିନୀ ମେହେର, ବିଶ୍ୱାମିତ୍ର ବାଗ ପ୍ରମୁଖ ସହଯୋଗ କରିଥିଲେ ା